ବାହାନା ନାଳ ସ୍ଥିତି ସଙ୍ଗିନ, ବଢ଼ିଲା ଚିନ୍ତା

ବ୍ରହ୍ମପୁର,୧୭।୭(ଅଶୋକ କୁମାର ସାହୁ): ବ୍ରହ୍ମପୁର ସହର ଭିତର ଦେଇ ଯାଇଥିବା ବାହାନା ନାଳର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ନାଳର ବିଭିନ୍ନ ସ୍ଥାନରେ ଆବର୍ଜନା ପଡୁଥିବା ଓ ଅନେକ ସ୍ଥାନରେ ଦଳ ଭର୍ତ୍ତି ହୋଇଯାଇଥିବାରୁ ନର୍ଦ୍ଦମାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏପଟେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ବାହାନା ଉଛୁଳିବ ଓ ଘରେ ପାଣି ପଶିବା ଆଶଙ୍କାରେ ନାଳ କୂଳେ କୂଳେ ଥିବା ବାସିନ୍ଦାଙ୍କ ଚିନ୍ତା ବଢ଼ିଯାଇଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ଓ ଜଳ ନିକାଶ ବିଭାଜନ ପକ୍ଷରୁ ପ୍ରତିବର୍ଷ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ବି ସ୍ଥାୟୀ ପ୍ରତିକାର କାହିଁକି ହୋଇପାରୁନାହିଁ ଏ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।
ସାପୁଆ ନଦୀର ଶାଖା ବାହାନା ଏକ କୃଷିଭିତ୍ତିକ ନାଳ ଥିଲା। ଏହି ନାଳ ଦ୍ୱାରା ସହର ନିକଟ ଜମି ଜଳସେଚିତ ହେଉଥିଲା। କିନ୍ତୁ ବାହାନା କଡ଼େ କଡ଼େ ଜନବସତି ଗଢ଼ି ଉଠିବାରୁ ତାହା ସହର ଭିତରେ ରହିଗଲା। ସହରର ଆବର୍ଜନା ପାଣି ନାଳକୁ ଛଡ଼ାଗଲା। ଏବେ ଏହା ସମ୍ପୂର୍ଣ୍ଣ ପ୍ରଦୂଷିତ। ଫାଷ୍ଟଗେଟ୍‌ ନିକଟରୁ ବାହାରିଥିବା ବାହାନା ନାଳ ଗୋପାଳପୁର ଜଙ୍କଶନ ନିକଟରେ ପ୍ରଶସ୍ତ ହୋଇଯାଇଛି। ପ୍ରତିବର୍ଷ ଏହି ନାଳ ସଫେଇ ପାଇଁ ଜଳ ନିକାଶ ବିଭାଜନ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଛି। ନାଳର ଯେଉଁଠି ମରାମତି କାର୍ଯ୍ୟ ହେଉଛି ତାହା ବି କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳୁଛି। ହେଲେ ନାଳର ବିଭିନ୍ନ ସ୍ଥାନରେ ଜବରଦଖଲ ହୋଇଥିବାରୁ ଏହା ସଂକୀର୍ଣ୍ଣ ହୋଇଯାଇଛି। କେତେକ ସ୍ଥାନରେ ନାଳ ଉଚ୍ଚରେ ଥିବାବେଳେ ଜନବସତି ନୀଚ ସ୍ଥାନରେ ରହିଛି। ଏବେ ଜବରଦଖଲକାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୩୪.୮ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନାଳର ପ୍ରାୟ ୧୧ କି.ମି. ସହରର ୧୮ଟି ୱାର୍ଡ ଭିତରେ ରହିଛି। ତେଣୁ ବାହାନା ପାଇଁ ବିଇଏମ୍‌ସିର ଗୁରୁଦାୟିତ୍ୱ ରହିଛି। ଏହି ୨ ବିଭାଗ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ୧୮ନଂ. ୱାର୍ଡ ତ୍ରିବେଣୀନଗରର ସାମାଜିକ କର୍ମୀ ବସନ୍ତ ବେହେରା, ମୁରଲୀଧର ପଣ୍ଡା, ସନ୍ତୋଷ ପାଢ଼ୀ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଦ୍ୱିତୀୟ ଗୌଡ଼ସାହି, ରାଉତପେଟା ସାହ, ଗଙ୍ଗାଧର ନଗର, ହନୁମାନ ନଗର, ମଥୁରା ନଗର, ବାଲାଜୀ ପେଣ୍ଠ ସାହି (ଗୁଲା ସାହି), ଗେଟ୍‌ ବଜାର ଧୋବାନାଳରେ ମିଶି ନୀଳାଞ୍ଚଳନଗର, ଗଜପତିନଗର ଆଦି ଦେଇ ବାହାନା ନାଳ ଯାଇଛି। ଓଡିଆର୍‌ପି ପାଣ୍ଠିରୁ ବନ୍ୟାଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଆସିଥିଲା। କିନ୍ତୁ କାମ କିଛି କରିଦେଇ ବନ୍ଦ ହୋଇଯାଇଛି। ସେହି ଅନୁଦାନ କେମିତି ଖର୍ଚ୍ଚ ହୋଇଛି ତାହା ଜଣାପଡୁନାହିଁ ବୋଲି ସେମାନେ କହିଛନ୍ତି। ଜଳ ନିକାଶ ବିଭାଜନ ପକ୍ଷରୁ ପ୍ରତିବର୍ଷ ପର୍ଯ୍ୟାପ୍ତ ଅନୁଦାନ ଖର୍ଚ୍ଚ କରାଯାଉଛି ବୋଲି କୁହାଯାଉଛି। କିନ୍ତୁ କେବଳ ଗୋଟିଏ ସ୍ଥାନରୁ କିଛି ଆବର୍ଜନା ବାହାର କରିଦେଇ ଠିକାଦାର ଚାଲିଯାଉଛନ୍ତି। ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉ ନ ଥିବାରୁ ଅର୍ଥ ବାଟମାରଣା ହେଉଥିବା ସନ୍ଦେହ ହେଉଥିବା ପ୍ରକାଶ କରିଛନ୍ତି। ଗତ କିଛିଦିନ ତଳେ ହୋଇଥିବା ବିଇଏମ୍‌ସି ସାଧାରଣ ବୈଠକରେ ୩୫ ନଂ. ୱାର୍ଡର କର୍ପୋରେଟର ସମୀର କୁମାର ମିଶ୍ର ବାହାନା ନାଳ ପ୍ରସଙ୍ଗ ଉଠାଇ ସଫେଇ କରିବାକୁ ଦାବି କରିଥିଲେ। ବ୍ରହ୍ମପୁର ଜଳ ନିକାଶ ବିଭାଜନର ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ବାହାନା ନାଳ ସଫେଇ ପାଇଁ ପ୍ରତିବର୍ଷ ଅର୍ଥ ଖର୍ଚ୍ଚ କରାଯାଉଛି। ଚଳିତବର୍ଷ ମଧ୍ୟ ୧୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବା ସୂଚନା ଦେଇଛନ୍ତି। ଗଜପତିନଗର ଉନ୍ନୟନ କମିଟିର ଜଣେ ସଦସ୍ୟ ଅଭିଯୋଗ କରିଛନ୍ତି, ବର୍ଷାଦିନେ ନାଳ ସଫେଇ କରୁଛନ୍ତି। ଆବର୍ଜନା ସବୁ ନାଳ କଡ଼େ ପକାଇ ଦିଆଯାଉଥିବାରୁ ବର୍ଷା ହେଲେ ପୁଣି ତାହା ନାଳକୁ ଯିବ। ସଫେଇ ଧର୍ମକୁ ଆଖିଠାର ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?