ନିର୍ମାଣର ୧୦ ଦିନ ପରେ ଫାଟି ଆଁ

ବଇଣ୍ଡା,୧୭।୭(ପରିକ୍ଷିତ ସାହୁ): ଦୀର୍ଘ ୬ବର୍ଷ ହେବ କାମ ଚାଲୁଛି, ହେଲେ ଏହା ସମାପ୍ତ ହୋଇପାରୁନାହଁି। ଗୋଟିଏ ଠିକାସଂସ୍ଥାରୁ ଆଉ ଗୋଟିଏ ଠିଆ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି। ଏପରିକି ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ କାମ ସାରିବା ପାଇଁ ପ୍ରଶାସନିକସ୍ତରରେ ନିର୍ଦ୍ଦେଶନାମା ରହିଥିବାବେଳେ କାମ ବହୁ ମନ୍ଥର ଗତିରେ ଚାଲୁଛି। ଏପରି କି ଅନେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଯୋଗୁ ଏହା ନିର୍ମାଣ ନ ସରୁଣୁ ଫାଟି ଯାଉଥିବା ଅଭିଯୋଗ ହେଉଛି। କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳ ଜିଲା କିଶୋରନଗର ବ୍ଲକ ଲୁହାମୁଣ୍ଡାଠାରେ କରାଯାଇଥିବା ରାସ୍ତା ମାତ୍ର ୧୦ ଦିନ ହୋଇଥିବାବେଳେ ତାହା ଫାଟି ଆଁ କରିଛି। ବିଭାଗୀୟ ଅଧିକାରୀମାନେ କାମର ତଦାରଖ କରୁ ନ ଥିବା ଯୋଗୁ ରାସ୍ତାର ଅବସ୍ଥା ଏମିତି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତଦନ୍ତ କରିବା ସହ ନୂତନ ଭାବେ ଆଉ ଥରେ ରାସ୍ତା ନିର୍ମାଣ କରିବା ପାଇଁ ଲୁହାମୁଣ୍ଡା ଅଞ୍ଚଳ ଯୁବଗୋଷ୍ଠୀ ପକ୍ଷରୁ ଜିଲାପ୍ରଶାସନ ନିକଟରେ ମଙ୍ଗଳବାର ଅଭିଯୋଗପତ୍ର ମାଧ୍ୟମରେ ଦାବି କରାଯାଇଛି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, କିଶୋରନଗର ବ୍ଲକର ଜାମୁନାଳିଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ୪୦ କିମି ନିର୍ମାଣାଧୀନ ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁନାହଁି। ରାସ୍ତାର ୮୦ ପ୍ରତିଶତ କାମ ହୋଇସାରିଥିବା ବେଳେ ଆଉ ୨୦ ପ୍ରତିଶତ ଶେଷ ହୋଇପାରି ନାହଁି। ହେଲେ ଏହା ୨୦ଟି ସ୍ଥାନରେ ଫାଟି ଯାଇଥିବା ଦେଖାଯାଇଛି। ବହୁବାର ଠିକାସଂସ୍ଥା ବିରୋଧରେ ଅଞ୍ଚଳବାସୀ ଜିଲାପ୍ରଶାସନଠାରୁ ଆରମ୍ଭ କରି ଜାତୀୟ ରାଜପଥ ବିଭାଗଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜାତୀୟ ରାଜପଥର କମରେଇ ଠାରେ ପ୍ରଥମେ ରାସ୍ତା ଫାଟି ଯାଇଥିବାବେଳେ କିଛିଦିନ ହେବ ପାଗବନ୍ଦା, ରାଣୀଭୂଇଁ, କମରେଇ, ନୂଆଭୂଇଁ, ବଇସିଣା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ, ହଣ୍ଡପା, ଠେଲକନାଳି, ଡେବେରାପାଲି ଆଦି ସ୍ଥାନରେ ରାସ୍ତାରେ ଫାଟ ଦେଖାଯାଉଛି। ରାସ୍ତା ୩ ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ଫାଟିଯାଇଥିବାବେଳେ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ନୂତନ ରାସ୍ତା ନିର୍ମାଣ କରାଯାଉଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଏନ୍‌ଏଚ୍‌ ବିଭାଗର ଅଧିକାରୀ ଉପସ୍ଥିତ ରହୁନାହାନ୍ତି। ଏପରିକି ଠିକ୍‌ ଭାବେ ପୂର୍ବରୁ ମାଟି ପରୀକ୍ଷଣ କରାଯାଇ ନାହଁି। ନିମ୍ନମାନର କାମ ହେଉଥିବାବେଳେ ଆଗକୁ ଏହି ରାସ୍ତାର ଭବିଷ୍ୟତକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇପଡିଛନ୍ତି। ଲୁହାମୁଣ୍ଡାଠାରେ ଅଣ୍ଡରପାସ କାମ ଆରମ୍ଭ ହୋଇଥିବାବେଳେ ଅଣ୍ଡରପାସର ଦୁଇ ପାର୍ଶ୍ୱରେ ମାଟି ସମତଳ ସହ ମେଟାଲ କରାଯାଇ ପିଚୁ କାମ କରାଯାଇଛି। ପିଚୁ କାମ ସରିବାର ମାତ୍ର ୧୦ ଦିନ ହୋଇଥିବାବେଳେ ରାସ୍ତା ଫାଟି ଆଁ କଲାଣି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସହସ୍ରାଧିକ ଗାଡି ଯାତାୟାତ କରୁଥିବାବେଳେ ପିଚୁ କାମ ଅତିନିମ୍ନମାନର କରାଯାଇଥିବା ଯୋଗୁ ରାସ୍ତା ଫାଟି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଠିକାସଂସ୍ଥାର ପରିଚାଳକ ରାଜ ବିହାରୀ ସିଂଙ୍କୁ ପଚାରିବାରୁ କୌଣସି ମନ୍ତବ୍ୟ ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?