୭ ବିଷୟକୁ ଜଣେ ଶିକ୍ଷୟିତ୍ରୀ

ବଅଁରପାଳ,୩ା୮(ଡି.ଏନ.ଏ.) ୧୯୮୫ରେ ସ୍କୁଲ ସ୍ଥାପନ ବେଳେ ନିଯୁକ୍ତି ପାଇଥିଲେ ୭ ଶିକ୍ଷକ। ହେଲେ ୩୫ ବର୍ଷ ପରେ ନବମ ଓ ଦଶମ ଶ୍ରେଣୀର ୭ ବିଷୟ ପଢ଼ାଇବାକୁ ବିଦ୍ୟାଳୟରେ ଅଛନ୍ତି ମାତ୍ର ଜଣେ ଶିକ୍ଷୟିତ୍ରୀ। ଏପରି ସରକାରୀ ଅବହେଳାର ଶିକାର ହୋଇଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନାଲ୍‌କୋ ଅଞ୍ଚଳରେ ଥିବା କୁଲାଡ଼ ଆଲୁମିନିୟମ ହାଇସ୍କୁଲ।
ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉଦ୍ୟମରେ ସ୍ଥାପିତ ଏହି ବିଦ୍ୟାଳୟର ପ୍ରଥମେ ନାମ ରଖାଯାଇଥିଲା ଆଲୁମିନିୟମ ସ୍କୁଲ ଅଫ୍‌ ସାଇନ୍ସ ଟେକ୍ନୋଲୋଜି। ୨ଟି ଶ୍ରେଣୀ ଗୃହ ଓ ୭ ଶିକ୍ଷକଙ୍କ ସହ ଆରମ୍ଭ ହୋଇଥିବା ଏହି ହାଇସ୍କୁଲରେ ସେତେବେଳେ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଥିଲା। ପରବର୍ତ୍ତୀ ଅବସ୍ଥାରେ ନାମ ପରିବର୍ତ୍ତନ ସହ ବୈଷୟିକ ଶିକ୍ଷା ବନ୍ଦ ହୋଇଯାଇଥିଲା। ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ସଫଳତା ପାଉଥିବା ଏହି ବିଦ୍ୟାଳୟର ଅନେକ ଛାତ୍ରୀଛାତ୍ର ଏବେ ସମାଜରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି। ପୂର୍ବରୁ ଏଠାରେ ୮ ଜଣ ଶିକ୍ଷକ ରହିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣ ଜଣ କରି ଚାକିରିରୁ ଅବସର ନେଉଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଗତ ଶୁକ୍ରବାର ୨ ଜଣ ଶିକ୍ଷକଙ୍କ ଅବସର ପରେ ବର୍ତ୍ତମାନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ସହ ଜଣେ ଖେଳ ଶିକ୍ଷକ ସ୍କୁଲରେ ଅଛନ୍ତି। ଏହି ବିଦ୍ୟାଳୟରେ ବର୍ତ୍ତମାନ ୯ମ ଓ ୧୦ମ ଶ୍ରେଣୀରେ ୯୭ ଛାତ୍ରୀଛାତ୍ର ଥିବାରୁ ସ୍କୁଲ ଖୋଲିଲେ ଇଂଲିଶ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ସାହିତ୍ୟ, ସଂସ୍କୃତ ଓ ହିନ୍ଦୀ କିପରି ଜଣେ ମାତ୍ର ଶିକ୍ଷୟିତ୍ରୀ ପଢ଼ାଇବେ ତାହା ଚିନ୍ତାର ବିଷୟ ହୋଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ରେ ପୁରାତନ ଛାତ୍ରୀଛାତ୍ରମାନେ ପ୍ରାୟ ୪ ଲକ୍ଷ ଟଙ୍କା ସ୍କୁଲକୁ ସହାୟତା ଦେଇଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ମଧ୍ୟ ୧୧ ଲକ୍ଷରୁ ଅଧିକ ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଦାନ କରାଯାଇଛି। କିନ୍ତୁ ନୂତନ ଶିକ୍ଷକ ନିଯୁକ୍ତି ଦିଗରେ ସରକାର ଦୃଷ୍ଟି ଦେଉ ନ ଥିବାରୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ବଅଁରପାଳ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରମା ମାଝି କହିଛନ୍ତି, ପୁରାତନ ଛାତ୍ରୀଛାତ୍ରମାନେ ସର୍ବାଧିକ ଅର୍ଥ ଆଦାୟ କରି ଉଦାହରଣ ସୃଷ୍ଟି କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ନେଇ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
କ’ଣ କୁହନ୍ତି ଏମାନେ
ବହୁ ବାଧାବିଘ୍ନ ଭିତରେ ବିଦ୍ୟାଳୟ ସ୍ଥାପନ ସହ ଏଠାରେ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଥିଲା, ଯାହା ଏବେ ବନ୍ଦ ହୋଇଯାଇଛି। ଏଠାରୁ ପାସ୍‌ କରିଥିବା ପ୍ରାୟ ୨ ହଜାର ଛାତ୍ରୀଛାତ୍ର ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି। କିନ୍ତୁ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରା ନ ଯିବା ଏବେ ସମସ୍ୟା ସୃଷ୍ଟି କରିଛି।
– ରମେଶ ଚନ୍ଦ୍ର ଜେନା,
ବିଦ୍ୟାଳୟ ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ
ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରୀଛାତ୍ରମାନଙ୍କ ସହଯୋଗ ଯୋଗୁ ବିଦ୍ୟାଳୟର ଭଲ ଉନ୍ନତି ହୋଇଛି। କିନ୍ତୁ ଜଣେ ପରେ ଜଣେ ଶିକ୍ଷକ ଅବସର ନେଉଥିବା ବେଳେ ସରକାର ନୂଆ ନିଯୁକ୍ତି ଦେଉ ନ ଥିବା ଚିନ୍ତାର ବିଷୟ ହୋଇଛି।
– ମିନତି ନନ୍ଦ, ପ୍ରଧାନ ଶିକ୍ଷୟିତ୍ରୀ
ପୁରାତନ ଛାତ୍ରୀଛାତ୍ରମାନେ ଦାନ କରିଥିବା ଅର୍ଥରେ ସ୍କୁଲ ଫାଟକ, ପେଣ୍ଡାଲ, ପାଚେରି ନିର୍ମାଣ ସହ ଛାତ୍ରୀଛାତ୍ରଙ୍କ ପାଇଁ ବିଶୁଦ୍ଧପାନୀୟ ଜଳ ବ୍ୟବସ୍ଥା କରାଯାଇପାରିଛି। ଆଗାମୀ ଦିନରେ ଅଧିକ ଅର୍ଥ କିଭଳି ଆଦାୟ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି।
– ସୁଜିତ ସେଠ, ପୁରାତନ ଛାତ୍ର ସଂସଦ ସଭାପତି
ସ୍କୁଲର ଉନ୍ନତି ଦିଗରେ ପୁରାତନ ଛାତ୍ରୀଛାତ୍ରମାନେ ଉଦ୍ୟମ ଜାରି ରଖିଛନ୍ତି। ସେମାନେ ଯେତିକି ଅର୍ଥ ଆଦାୟ କରିଛନ୍ତି ବ୍ଲକର ଅନ୍ୟ କୌଣସି ସ୍କୁଲକୁ ସେତିକି ଅର୍ଥ ମିଳିପାରି ନାହିଁ। ଏହି ସ୍କୁଲର ସମସ୍ୟା ସମାଧାନ ଦିଗରେ ସରକାର ଦୃଷ୍ଟିଦେବା ଆବଶ୍ୟକ।
– ଜିତେନ୍ଦ୍ର ଜେନା, ପୁରାତନ ଛାତ୍ର ସଂସଦ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?