Posted inଫୁରସତ

୧୧୨ ବର୍ଷ ତଳେ ଘଟିଥିଲା ଏପରି ଏକ ବିସ୍ଫୋରକ ଘଟଣା, ଯାହା ଉପରୁ ଆଜି ପର୍ଯ୍ୟନ୍ତ ହଟିନାହିଁ ପରଦା

ଋଷିଆର ସାଇବେରିଆ ଅଞ୍ଚଳରେ ୧୧୨ ବର୍ଷ ତଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପୋଡେକାମେନାୟା ତୁଙ୍ଗୁସ୍କା ନଦୀ ନିକଟରେ ହୋଇଥିଲା। କୁହାଯାଏ, ଏହି ବିସ୍ଫୋରଣରେ ଯେଉଁ ନିଅଁା ହୁଳା ଉଠିଥିଲା ତାହା ୫୦ରୁ ୧୦୦ ମିଟର ଚଉଡ଼ା ଥିଲା। ଏହା ସଙ୍ଗେ ସଙ୍ଗେ ପ୍ରାୟ ୨ ହଜାର ବର୍ଗମିଟର ପରିବେଷ୍ଟିତ ଜଙ୍ଗଲକୁ ଜାଳିପୋଡ଼ି ଛାରଖାର କରିଦେଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୮ କୋଟିରୁ ଅଧିକ ଗଛ ଜଳିଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏଥିରେ ପୃଥିବୀରେ କମ୍ପନ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ଘଟିଥିବା ସ୍ଥାନଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ସହରର ଘରଗୁଡ଼ିକର ଝରକା, କବାଟ ଭାଙ୍ଗିରୁଜି ଯାଇଥିଲା। ଏପରିକି ଏତେ ଦୂରରେ ଥାଇ ମଧ୍ୟ ଲୋକେ ଉତ୍ତାପ ଅନୁଭବ କରିଥିଲେ।


ସୌଭାଗ୍ୟବଶତଃ ଯେଉଁ ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା, ସେଠାରେ ଅଳ୍ପସଂଖ୍ୟକ ଲୋକ ଥିଲେ। ସରକାରୀ ଭାବେ ଏହି ବିସ୍ଫୋରଣରେ କେବଳ ଜଣେ ମେଷପାଳକଙ୍କ ମୃତ୍ୟୁ ଘଟିଥିବା ସେତେବେଳେ ଜଣାପଡ଼ିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ମେଷପାଳକ ଜଣକ ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ କିନ୍ତୁ ଶତାଧିକ ହରିଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣର ସାକ୍ଷୀ ଥିବା ଜଣେ ବ୍ୟକ୍ତି କହିଥିଲେ, ଏହି ଜଙ୍ଗଲ ଉପରେ ଥିବା ଆକାଶ ଯେମିତି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଦେଖିଲେ ଲାଗୁଥିଲା ଆକାଶରେ ନିଆଁ ଲାଗିଛି। ଏମିତି ଲାଗିଲା ଯେମିତି କିଛି ଭୂମିରେ ଖସିପଡ଼ିଛି। ଏହା ପରେ କୁଆପଥର ବର୍ଷା ଏବଂ ଗୁଳି ଚଳାଇବାର ଶବ୍ଦ ଶୁଭିଥିଲା।
୧୧୨ ବର୍ଷ ତଳେ ଘଟିଥିବା ଏହି ବିସ୍ଫୋରଣ କେମିତି ହେଲା ତା’ ଉପରେ ଆଜି ପର୍ଯ୍ୟନ୍ତ କେହି ସଠିକ୍‌ କାରଣ କହିପାରିନାହାନ୍ତି।

ଆଜି ମଧ୍ୟ ବୈଜ୍ଞାନିକମାନେ କାରଣ ଖୋଜୁଛନ୍ତି। ଅଧିକାଂଶ ଲୋକ ଭାବନ୍ତି ପୃଥିବୀପୃଷ୍ଠରେ ବୋଧେ ଉଲ୍‌କାପିଣ୍ଡ ଖସିଥିଲା। ତାହାର ମଧ୍ୟ ସଠିକ୍‌ କାରଣ ମିଳିନାହିଁ। ପ୍ରକୃତ କଥା ହେଲା ସାଇବେରିଆର ଏହି ତୁଙ୍ଗୁସ୍କା ଅଞ୍ଚଳ ବହୁତ ଦୁର୍ଗମ। ଏଠାରେ ସବୁ ଅଜବ ଘଟଣା ଘଟିଥାଏ। ଥଣ୍ଡା ଦିନରେ ଭୟଙ୍କର ଥଣ୍ଡା ହୋଇଥାଏ। ତାହା ପୁଣି ଦୁୀର୍ଘଦିନ ଧରି ଲାଗିରହିଥାଏ। ଋତୁ ବହୁତ କମ୍‌ଦିନ ପର୍ଯ୍ୟନ୍ତ ଆସିଥାଏ। ଫଳରେ ମାଟି ବହୁତ ନରମ ଥାଏ। ଏଠାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥାଏ।


୧୯୫୮ରେ କିଛି ଗବେଷକ ଏଠାକୁ ଯାଇଥିଲେ। ଘଟଣାସ୍ଥଳରୁ ସେଲିକେଟ୍‌ ଏବଂ ମ୍ୟାଗ୍‌ନେଟ୍‌ର କିଛି ଖଣ୍ଡ ପାଇଥିଲେ। ରିସର୍ଚ୍ଚର ଏକ ଟିମ୍‌ ୧୯୬୩ରେ ରିପୋର୍ଟରେ କହିଥିଲେ କି, ପ୍ରଚାର ପାଇଁ ଏପରି ଅନୁମାନର ମହତ୍ତ୍ୱକୁ ବୁଝିପାରୁଛୁ। କିନ୍ତୁ ଏହା କାହା ପାଇଁ ଲାଭଦାୟକ ନୁହେଁ। ତଥ୍ୟକୁ ବ୍ୟବହାର କରି ବିଜ୍ଞାନ ଉପକୃତ ହୋଇପାରିବ ନାହିଁ। ଏହାପରଠାରୁ ଯେତେଥର ବି ଗବେଷଣା କରାଯାଇଛି ତା’ର କୌଣସି ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଆଜି ପର୍ଯ୍ୟନ୍ତ ଏହା ଉପରୁ ପରଦା ହଟିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri