ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ: ବିଚିତ୍ରପୁର ଇକୋ ଟୁରିଜମ୍‌

ଭୋଗରାଇ, ୧୦।୯ (ଡି.ଏନ.ଏ.)-ଇକୋ ଟୁରିଜମ୍‌ସ୍ଥଳୀ ଭାବେ ମାନ୍ୟତା ପାଇଛି ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଚିତ୍ରପୁର। ୮କି.ମି. ଲମ୍ବ ଓ ୫ କି.ମି. ପରିଧି ମଧ୍ୟରେ ଏଠାରେ ରହିଛି ୪ଟି ଛୋଟ ଛୋଟ ଆକର୍ଷଣୀୟ ଦୀପପୁଞ୍ଜ। ଜଙ୍ଗଲ ବିଭାଗ ପକ୍ଷରୁ ୫୦ ଏକର ଜାଗାରେ ବନୀକରଣ କରାଯାଇ ବିରଳ ପ୍ରଜାତିର ଗଛଲତା ସୃଷ୍ଟି କରାଯାଇଛି। ଗୋଟିଏ ଦିଗରେ ନୀଳଦରିଆର ଆକର୍ଷଣ, ଅନ୍ୟ ଦିଗରେ ପ୍ରକୃତିରାଣୀର ଶୋଭା, ପକ୍ଷୀଙ୍କ କାକଳିରେ ପରିବେଶ ମୁଖରିତ ହୋଇଉଠୁଛି। ଜଳକ୍ରୀଡ଼ା ସାଙ୍ଗକୁ ମନଲୋଭା ପରିବେଶ ବିଶେଷ ଭାବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ଦୀପଗୁଡ଼ିକରେ ଗେଣ୍ଡାଳିଆ, ଦାବେଣ୍ଟିଆ, ସାରସ, ଧଳା, କଳା ବଗ ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବରେ ପରିବେଶ ଗୁଞ୍ଜରିତ ହୋଇଥାଏ। ଏହାବ୍ୟତୀତ ଅରଣା ମହିଷୀ, ବାର୍‌ହା, ବାଘ ଭଳି ଦେଖାଯାଉଥିବା ପଶୁ, ଘୁଷୁରି ଆଦି ବନ୍ୟପ୍ରାଣୀ ଦେଖାଯାନ୍ତି। ଶୀତ ଋତୁରେ ବିଦେଶାଗତ ନାନାଦି ପକ୍ଷୀ ଏହି ନିଃଶବ୍ଦ ବନାନୀରେ ଅତିଥି ଭାବେ ସାମିଲ ହୋଇଥାନ୍ତି। ଜଳରାଶିରେ ନାଲି କଙ୍କଡ଼ାର ଲୁଚକାଳି ଖେଳ, ସମୁଦ୍ର କୂଳରେ ଅଲିଭରିଡ୍‌ଲେ କଇଁଛର ଅଣ୍ଡାଦାନ, ଡଲଫିନ୍‌ର ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ବିମୋହିତ କରେ।
ସାମୁଦ୍ରିକ ଝଡ଼ ଓ ସମୁଦ୍ରର ଉତ୍ତାଳ ଢ଼େଉ କୂଳଆଡ଼କୁ ମାଡ଼ି ଆସି ମୃତ୍ତିକା କ୍ଷୟ କରୁଥିବାରୁ ବିଶାଳ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇ କୂଳକୁ ସୁରକ୍ଷା କରାଯାଇପାରୁଛି। ଝାଉଁ ଜଙ୍ଗଲର ସୁଲୁସୁଲିଆ ପବନ ସାଙ୍ଗକୁ ସୁ ସୁ ଶବ୍ଦ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭା ପର୍ଯ୍ୟଟକଙ୍କୁ ବାନ୍ଧି ରଖେ। ଏଠାରେ ପର୍ଯ୍ୟଟକଙ୍କ ଆଗମନ ଓ ରହଣି ନିମନ୍ତେ ସବୁଜ ବନାନୀ ମଧ୍ୟରେ ନିର୍ମାଣ ହୋଇଛି ପ୍ରକୃତି ନିବାସ। ଶୀତତାପ ନିୟନ୍ତ୍ରିତ ୬ଟି ଟେଣ୍ଟ ଓ ୪ଟି କଟେଜ କରାଯାଇଛି। ଏଠାରେ ରହିବା ପାଇଁ ପର୍ଯ୍ୟଟକଙ୍କୁ ୩୬ଶହରୁ ଊର୍ଦ୍ଧ୍ୱ ଶୁଳ୍କ ଦେବାକୁ ପଡ଼ିଥାଏ। ଟ୍ୟୁରିଜମ୍‌ ସ୍ପଟରୁ ବିଭିନ୍ନ ଦ୍ୱୀପପୁଞ୍ଜ ଉପଭୋଗ କରିବାକୁ ଜଳରାଶିରେ ୨ଟି ସୌଖୀନ ଯନ୍ତ୍ରଚାଳିତ ଡଙ୍ଗା ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ଡଙ୍ଗାରେ ୪ରୁ ୮ଜଣ ପର୍ଯ୍ୟଟକ ଟିକେଟ କାଟି ଦ୍ୱୀପପୁଞ୍ଜ ବୁଲି ମଜା ନେବାର ସୁବିଧା କରାଯାଇଛି। ୨୦୧୩ରେ ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଅଫିସ୍‌ ଗୃହ ସମେତ ପରିଧି ମଧ୍ୟରେ ଗୋଟିଏ ସଙ୍କୀର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଛି। ଭିତ୍ତିଭୂମି ସୁଦୃଢ଼ ଥିବା ଓ ଅନେକ ଆକର୍ଷଣ ଥିବା ପର୍ଯ୍ୟଟକଙ୍କ ସକାଶେ ରାସ୍ତାଘାଟକୁ ଆଲୋକୀକରଣ କରି ସଜେଇ ରଖିବା ସହ ପାନୀୟ ଜଳ ସଙ୍କଟକୁ ଦୂରୀଭୂତ କରିବାକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଗତ ୟାସ୍‌ ବାତ୍ୟାରେ ବହୁ ମୂଲ୍ୟବାନ ଗଛ ଧରାଶାୟୀ ହୋଇଛି। ୧୩ରୁ ୧୪ଫୁଟ୍‌ ଉଚ୍ଚରେ ଜୁଆର ମାଡ଼ିଆସି ବହୁ କ୍ଷତି କରିଥିବାରୁ ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ରାଜ୍ୟ ସରକାର ସଚେତନ ରହି ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ କାର୍ଯ୍ୟ କରୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭୋଗରାଇ ବିଧାୟକ ଅନନ୍ତ ଦାସ ମତ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଏହି ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି ବନପାଳ ଅଜୟ ଜେନା ପ୍ରକାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁନାହଁି ବୋଲି କଂଗ୍ରେସ ନେତା ସତ୍ୟଶିବ ଦାସ ପ୍ରତିକ୍ରିୟାରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri