Posted inଜାତୀୟ

୩୬ରୁ ଜଣେ ଶିଶୁଙ୍କର ଜନ୍ମର ପ୍ରଥମ ବର୍ଷରେ ଘଟୁଛି ମୃତ୍ୟୁ, ରିପୋର୍ଟ…

ନୂଆଦିଲ୍ଲୀ, ୪।୬ : ଗତ କିଛି ଦଶନ୍ଧି ମଧ୍ୟରେ ଦେଶରେ ଶିଶୁ ମୃତ୍ୟୁହାରରେ ହ୍ରାସ ଘଟିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଭାରତର ପ୍ରତି ୩୬ ଶିଶୁଙ୍କ ମଧ୍ୟରୁ ଜଣଙ୍କର ଜନ୍ମ ହେବାର ପ୍ରଥମ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଥାଏ। ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆ ଦ୍ୱାରା ପ୍ରକାଶିତ ନୂତନ ତଥ୍ୟ ଅନୁଯାୟୀ, ୨୦୨୦ରେ ପ୍ରତି ହଜାରେ ଜନ୍ମିତ ଶିଶୁଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୮ ରହିଥିଲା। ୧୯୭୧ରେ ଘଟିଥିବା ମୃତ୍ୟୁ ସଂଖ୍ୟାର ଏହା ଏକ ଚତୁର୍ଥାଂଶରୁ କମ। ସେତେବେଳେ ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ୧୨୯ଜଣଙ୍କ ମୃତ୍ୟୁ ଘଟୁଥିଲା।

ତଥ୍ୟ ଅନୁଯାୟୀ, ଗତ ଦଶ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ପ୍ରାୟ ୩୬ ପ୍ରତିଶତ ହ୍ରାସ ଘଟିଛି। ଗତ ଦଶନ୍ଧିରେ ସମଗ୍ର ଭାରତୀୟ ସ୍ତରର ଏହା ୪୪ ପ୍ରତିଶତ ରୁ ୨୮ ପ୍ରତିଶତକୁ ଖସି ଆସିଛି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗ୍ରାମାଞ୍ଚଳରେ ଏହା ୪୮ରୁ ୩୧କୁ ହ୍ରାସ ପାଇଛି। ସେହିପରି ସହରାଞ୍ଚଳରେ ଏହା ୨୯ ରୁ ୧୯ କୁ ଖସି ଆସିଛି । ଏହା ଯଥାକ୍ରମେ ୩୫ ପ୍ରତିଶତ ଏବଂ ୩୪ ପ୍ରତିଶତ ହ୍ରାସ ପାଇଛି ।

୧୯୭୧ରେ ଜନ୍ମ ହାର ୩୬.୯ ପ୍ରତିଶତ ଥିଲା, ଯାହା ୨୦୨୦ରେ ୧୯.୫ ପ୍ରତିଶତକୁ ଖସି ଆସିଥିଲା। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଗ୍ରାମାଞ୍ଚଳରେ ଜନ୍ମ ହାର ସହରାଞ୍ଚଳ ତୁଳନାରେ ଅଧିକ ରହିଛି। ଗତ ଦଶନ୍ଧିରେ ଜନ୍ମ ହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି। ୨୦୧୧ ରେ ଏହା ୨୧.୮ ପ୍ରତିଶତରୁ ୨୦୨୦ ରେ ୧୯.୫ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ଏହା ୨୩.୩ ପ୍ରତିଶତରୁ ୨୧.୧ ପ୍ରତିଶତ ହୋଇଛି। ଫଳରେ ଗ୍ରାମାଞ୍ଚଳରେ ଏହା ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଛି। ସେହିପରି ସହରାଞ୍ଚଳରେ ଏହା ୧୭.୬ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ତଳେ କୁମ୍ଭମେଳାରେ ହଜିଥିଲେ ବୃଦ୍ଧା, ଏବେ ପାଇଲେ ପରିବାର ଲୋକେ

ଡେରାଡୁନ,୯।୪: ଉତ୍ତରାଖଣ୍ଡର ଋଷିକେଶରେ ଲୁହରେ ଆଖି ଭିଜିବା ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବୃଦ୍ଧା ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଗଙ୍ଗା, ଯମୁନା, ବଦ୍ରିନାଥ ଏବଂ କେଦାରନାଥ...

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଯୋଗୀ: ବିଧାନସଭା ନିର୍ବାଚନ-କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏବେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ...

ଓମିକ୍ରନ୍‌ ଗ୍ରାଫ୍‌ ଉପର ମୁହାଁ…

ନୂଆଦିଲ୍ଲୀ, ୧୨।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଓମିକ୍ରନ୍‌...

୪୪ ବର୍ଷ ତଳର ଜରୁରୀକାଳୀନ ପରିସ୍ଥିତି: ୨୧ ମାସର କଳା ଇତିହାସ

ନୂଆଦିଲ୍ଲୀ,୨୪।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍‌ ୨୪ରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପାଇଁ ପରିଷ୍କାର ହୋଇଥିଲା।...

ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ରାଜ୍ୟପାଳ

ଶିଲଂ, ୬।୬: ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ପଡିଯାଇଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରାୟ। ସେ କହିଛନ୍ତି, କେଉଁ ଯୁଗରେ ପଶ୍ଚିମବଙ୍ଗ ପ୍ରସିଦ୍ଧ...

ଓ୍ବାଇସିଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀ ଗିରଫ

ବେଙ୍ଗାଲୁରୁ,୨୧।୧: ଏଆଇଏମଆଇଏମ ମୁଖ୍ୟ ତଥା ଏମ୍‌ପି ଅସାଦୁଦ୍ଦିନ ଓ୍ବାଇସିଙ୍କ ସାମ୍ନାରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ। ଅମୁଲ୍ୟା ଲିୟୋନା ନାମକ...

ଔଷଧ କମ୍ପାନୀରେ ଲାଗିଲା ନିଆଁ: ଚାଲିଗଲା ୪ ଜୀବନ

ହାଇଦ୍ରାବାଦ୍‌,୧୭।୧୨: ଆନ୍ଧ୍ରପ୍ରଦେଶର ଆନାକାପାଲରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।...

ସିଏଏର ବୈଧତା ପରଖିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୧୨,(ପି.ଟି./ଆଇଏଏନ୍‌ଏସ୍‌): ଦେଶବ୍ୟାପୀ ହିଂସାମତ୍କ ବିକ୍ଷୋଭର କାରଣ ପାଲଟିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ବୁଧବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ...

Advertisement
Archives

Model This Week