ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଲୁଟ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାରିପଦା ଅଫିସ/ରାଇରଙ୍ଗପୁର,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଓ ୨୦ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ୧୧ଦିନ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାରେ ବ୍ୟବହୃତ ଇନସାସ ରାଇଫଲ, ୨୬ରାଉଣ୍ଡ ଜୀବନ୍ତ ଗୁଳି, ଲୁଟ୍‌ ଟଙ୍କାରେ କିଣାଯାଇଥିବା ଟ୍ରାକ୍ଟର, ବାଇକ୍‌ ଓ ନଗଦ ୫୦ହଜାର ଟଙ୍କା ଜବତ ହୋଇଛି। ଏନେଇ ଜିଲା ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଚାଇଁବସା ଅଞ୍ଚଳର। ତେବେ ଘଟଣାରେ ଅନ୍ୟ ଅଭିଯୁକ୍ତ ଜଡ଼ିତ ଥିବାରୁ ଗିରଫ ଅଭିଯୁକ୍ତମାନଙ୍କ ନାମ ଗୋପନ ରଖାଯାଇଛି।
ସୂଚନା ଅନୁଯାୟୀ, ଗତ ୨୫ତାରିଖରେ ପଶ୍ଚିମବଙ୍ଗ ରାଜ୍ୟ ଝାଡ଼ଗ୍ରାମ ଅଞ୍ଚଳର ବ୍ୟବସାୟୀମାନେ ହାଟବାଦଡ଼ା ହାଟକୁ ୨୦ଲକ୍ଷ ଟଙ୍କା ଧରି ଗୋରୁ କିଣିବାକୁ ଆସିଥିଲେ। ଏହି ସମୟରେ ୩ଟି ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ଅତର୍କିତ ଗୁଳିଚାଳନା କରିଥିଲେ। ଶେଖ ଜାମସେଦ ଅଲ୍ଲୀ ନାମକ ଜଣେ ବ୍ୟବସାୟୀଙ୍କ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ନିକଟରେ ଥିବା ୨୦ଲକ୍ଷ ଟଙ୍କା ଲୁଟ୍‌ କରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବରପାଇ ପୂର୍ବାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି ଦ୍ୟାନଦେଓ, ଅତିରିକ୍ତ ଏସ୍‌ପି ମନୋରଞ୍ଜନ ବିଶ୍ୱାଳ, ଏସ୍‌ଡିପିଓ ରତିକାନ୍ତ ଗିରି, ଥାନାଧିକାରୀ ନିରୋଜ କୁମାର ମଲ୍ଲିକ ପହଞ୍ଚି ଛାନଭିନ ଚଳାଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା(ନଂ.୯୨/୨୨) ରୁଜୁ ହୋଇଥିଲା ା
ଅନ୍ୟପକ୍ଷରେ ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଜିଲାର ବିଭିନ୍ନ ହାଟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ନଜିର ରହିଛି। ଗୋ ଚାଲାଣକୁ ନେଇ ଯଶିପୁର ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଛେଳି ଗୁଦୁଡ଼ି ନିକଟସ୍ଥ ଟୋଲ୍‌ଗେଟଠାରେ ଗୋସୁରକ୍ଷା ବାହିନୀ କର୍ମକର୍ତ୍ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲାରୁ ମୟୂରଭଞ୍ଜ ସୀମାନ୍ତ ଦେଇ ପଡ଼ୋଶୀ ପଶ୍ଚିମବଙ୍ଗ ଓ ପରେ ବାଂଲାଦେଶକୁ ଗୋଚାଲାଣ କରାଯାଉଛି ା ଏହି ଚାଲାଣକୁ ରୋକଯାଇ ପାରୁ ନ ଥିବାରୁ ପ୍ରତିଦିନ ବିଭିନ୍ନ ଅଘଟଣ ଘଟିବାରେ ଲାଗିଛି ା ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଗୋଚାଲାଣକୁ ରୋକଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ...

ଯନ୍ତ୍ରଣା ଦେଉଛି ଅଣଓସାରିଆ ରାସ୍ତା, ଛକ

ଯାଜପୁର ଅଫିସ,୧୦ା୧: ବ୍ୟାସନଗରରେ ଟ୍ରାଫିକ ନିୟମର ଓଲଟା ଦେଖିବାକୁ ମିଳୁଛି। ରାସ୍ତାର ବାମକଡ଼ରେ ଯିବା ନିୟମ ରହିଛି, ହେଲେ ସହରର ଟ୍ରାଫିକ ପୋଷ୍ଟଗୁଡ଼ିକରେ ଓଲଟା ନିୟମ...

୨୨ବର୍ଷରେ ଆଇଏଏସ୍‌ ପାଇଲେ ଓଡ଼ିଆ ଝିଅ

ଭୁବନେଶ୍ୱର, ୬ା୮(ବ୍ୟୁରୋ): କମ୍‌ ବୟସରେ ବଡ଼ ସଫଳତା। ମାତ୍ର ୨୨ବର୍ଷ ବୟସରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଜଣେ ଓଡ଼ିଆ ଝିଅ। ୩୧ତମ ର଼୍ୟାଙ୍କ୍‌ରେ...

ବାଧୁଛି ଖରା: ଗଛ କାଟିଦେଲେ, ଲଗାଇଲେନି

କେନ୍ଦ୍ରାପଡ଼ା ଅଫିସ, ୨୬ା୩: କେନ୍ଦ୍ରାପଡ଼ା ଜିଲାରେ ଖରାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚତ୍ବା ଏକ ସାଧାରଣ ଘଟଣା। ଏହା ଜାଣିବା ସତ୍ତ୍ୱେ କଟକ-ଚାନ୍ଦବାଲି ରାଜ୍ୟ...

‘ବର୍ଷକରେ ୮ଲକ୍ଷ ଶିଶୁଙ୍କୁ ଟିକା ଲକ୍ଷ୍ୟ’

ଝାରସୁଗୁଡ଼ା ଅଫିସ,୧।୭: ୫ବର୍ଷରୁ କମ୍‌ ବୟସର ଶିଶୁ, କମ୍‌ ରୋଗ ପ୍ରତିରୋଧକ ଶକ୍ତିଥିବା ଶିଶୁ, ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବା ଆଶଙ୍କା...

ବିଶୋଧନ ହେଲା ଝାରପଡ଼ା କେଶୁରା ଅଞ୍ଚଳ

କଟକରୋଡ,୯ା୪(ଡି.ଏନ.ଏ.): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ପରେ ବୁଧବାର ସକାଳୁ ଉକ୍ତ ଅଞ୍ଚଳରେ ବିଶୋଧନ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ସ୍ବାସ୍ଥ୍ୟ...

ରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୯।୬: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୂଲ୍ୟାୟନରେ ଅନିୟମିତତା ଅଭିଯୋଗ କରି...

ଚିତ୍ରଡ଼ା ପଞ୍ଚାୟତ ହେଲା ଶଟ୍‌ ଡାଉନ

ଚିତ୍ରଡ଼ା,୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତକୁ ସରପଞ୍ଚ ଦୁଲାରୀ ମାରାଣ୍ଡି ଆସନ୍ତା ୪୮ ଘଣ୍ଟା ପାଇଁ ଶଟ୍‌ ଡାଉନ ଘୋଷଣା କରିଛନ୍ତି।...

Advertisement
Archives

Model This Week