ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୬ ହଜାର ଉପରେ ରହିଛି। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ଅଢ଼େଇ ହଜାର ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୫ ହଜାର ଉପରେ ରହିଛି। ଏହା ୫,୭୩୪ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୬ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୪୬ ହଜାର ୮୪୮ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୫ ହଜାର ୬୧୮ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୩୦୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୨୮ ହଜାର ୫୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୫୩ ହଜାର ୩୭୪ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri