ଦେଢ଼ଲକ୍ଷ ହେକ୍ଟର ବନୀକରଣ ଲକ୍ଷ୍ୟ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ଚଳିତବର୍ଷ ରାଜ୍ୟରେ ୧ କୋଟି ୭ ଲକ୍ଷ ହେକ୍ଟର ପରିମିତ ଅଞ୍ଚଳରେ ବନୀକରଣ କରାଯାଇଛି। ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ନଗର ଓ ପୌରାଞ୍ଚଳରେ ସ୍ବଚ୍ଛ ସୁନ୍ଦର ସବୁଜିମା ପରିବେଶ ସୃଷ୍ଟି ନିମିତ୍ତ ବ୍ୟାପକ ଚାରା ରୋପଣ କରାଯାଇଛି। ତେବେ ୨୦୨୧-୨୨ରେ ରାଜ୍ୟରେ ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟର ବନୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୪୪ ହଜାର ୫୦୦ ହେକ୍ଟର କାମ୍ପା ପାଣ୍ଠି ମାଧ୍ୟମରେ ଓ ୫୦ ହଜାର ହେକ୍ଟର ଏମ୍‌ଜିଏନ୍‌ଆର୍‌ଇଜିଏରେ ବନୀକରଣ ପାଇଁ ସ୍ଥିର ହୋଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ରବିବାର ଜୟଦେବ ବାଟିକା ପରିସରରେ ରାଜ୍ୟସ୍ତରୀୟ ବିଶ୍ୱ ବନଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଆରୁଖ କହିଲେ, ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁସାରେ ୨୦୧୭ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୨୭୪ ବର୍ଗ କିମି ଜଙ୍ଗଲ ଅଞ୍ଚଳ ଓ ୬୫୫ ବର୍ଗ କିମି ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି ଘଟିଛି। ଫଳରେ ବର୍ତ୍ତମାନ ଓଡ଼ିଶାର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର କ୍ଷେତ୍ରଫଳ ୬୧ ହଜାର ୨୦୪ ବର୍ଗ କିମି ରହିଛି, ଯାହା ଦେଶରେ ଚତୁର୍ଥ ସର୍ବାଧିକ। ସେହିଭଳି ରାଜ୍ୟର ଭୌଗୋଳିକ କ୍ଷେତ୍ରର ୩୯.୩୧ ପ୍ରତିଶତ ହେଉଛି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ। ସର୍ବଭାରତୀୟ ହାରାହାରି ଅନୁପାତଠାରୁ ଏହା ଅଧିକ। ଜଙ୍ଗଲ ସଂରକ୍ଷଣ ଓ ଉଜୁଡ଼ା ଜଙ୍ଗଲର ପୁନର୍ଜୀବନ ନିମନ୍ତେ ରାଜ୍ୟ ସରକାରଙ୍କ ସୁଦୃଢ଼ ପଦକ୍ଷେପ ସହିତ ଜନସାଧାରଣ ଓ ବନ ସୁରକ୍ଷା ସମିତିର ସହଯୋଗ ଯୋଗୁ ବିଗତ ଦୁଇଦଶନ୍ଧି ମଧ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି।
ସମ୍ମାନିତ ଅତିଥି ଭାବେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଯୋଗଦେଇ କହିଲେ, ଗତ ଦୁଇବର୍ଷରେ ଦେଶରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ୫୧୮୮ ବର୍ଗ କିମି ବୃଦ୍ଧି ଘଟିଥିବାବେଳେ ଆମ ରାଜ୍ୟରେ ଏହି ବୃଦ୍ଧି ୯୨୯ ବର୍ଗ କିମି ରହିଛି। ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ଯୁଗ୍ମ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଅନ୍ୟତମ ପ୍ରମୁଖ ରାଜ୍ୟ ବୋଲି କହିଥିଲେ। ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ଏମ୍‌ଇଆଇଭି) ଓମ୍‌ପ୍ରକାଶ ସିଂ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ପୁସ୍ତକ ଉନ୍ମୋଚନ କରିବା ସହିତ ଦୁଇବର୍ଷ ପାଇଁ ‘ପ୍ରକୃତି ପର୍ଯ୍ୟଟନ’ ମାଧ୍ୟମରେ ‘ଜଙ୍ଗଲ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ପ୍ରଦାନ କରିଥିଲେ। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ୨୦୨୦ ନିମନ୍ତେ ସାତକୋଶିଆ ସ୍ୟାଣ୍ଡ୍‌ ରିସର୍ଟ ବଡ଼ମୂଳ ଦ୍ୱାରା ପରିଚାଳିତ ମା’ସାତଭଉଣୀ ପରିବେଶ ଉନ୍ନୟନ କମିଟି ପ୍ରଥମ ପୁରସ୍କାର, କୁମାରୀ ନେଚର କ୍ୟାମ୍ପ ପରିଚାଳିତ କୁମାରୀ ପରିବେଶ ଉନ୍ନୟନ କମିଟି ଦ୍ବିତୀୟ ପୁରସ୍କାର ଏବଂ ଦେବ୍ରିଗଡ଼ ନେଚର କ୍ୟାମ୍ପ ପରିଚାଳିତ ଧୋଡ୍ରୋକୁସୁମ୍‌ ପରିବେଶ ଉନ୍ନୟନ କମିଟି ତୃତୀୟ ପୁରସ୍କାର ପାଇଛି। ୨୦୨୧ ନିମନ୍ତେ ଡାଙ୍ଗମାଳ ନେଚର କ୍ୟାମ୍ପ ପରିଚାଳିତ ଡାଙ୍ଗମାଳ ପରିବେଶ ଉନ୍ନୟନ କମିଟି ପ୍ରଥମ ପୁରସ୍କାର, ମାଣ୍ଡାସରୁ ନେଚର କ୍ୟାମ୍ପ ପରିଚାଳିତ ମାଣ୍ଡାସରୁ ପରିବେଶ ଉନ୍ନୟନ କମିଟି ଦ୍ବିତୀୟ ପୁରସ୍କାର ଏବଂ ଦାରିଙ୍ଗବାଡ଼ି ନେଚର କ୍ୟାମ୍ପ ପରିଚାଳିତ ସାରିନ୍‌ଗିରିପ୍‌ ବନସୁରକ୍ଷା ସମିତି ତୃତୀୟ ପୁରସ୍କାର ପାଇଛି। ସେହିଭଳି ୪ଜଣ ରେଞ୍ଜ ଅଫିସର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ବନରକ୍ଷୀଙ୍କୁ ଜଙ୍ଗଲ ବିଭାଗରେ ଉତ୍ତମ ସେବା ସମ୍ପାଦନ ପାଇଁ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?