Posted inଫୁରସତ

ବିବାହ ଦିନ ଷ୍ଟେଥୋସ୍କୋପ୍‌ ପକାଇ ପରୀକ୍ଷା ଦେବାକୁ ଆସିଲେ କନ୍ୟା, ଭିଡିଓ ଦେଖିଲେ…

ଯଦି ଆପଣଙ୍କର ପ୍ରାକ୍ଟିକାଲ ପରୀକ୍ଷା ଆପଣଙ୍କ ବିବାହ ଦିନ ହିଁ ପଡ଼ିଥାଏ ତେବେ କ’ଣ କରିବେ କୁହନ୍ତୁ? ଏହି ସମୟରେ କେବଳ ଦୁଇଟି ଉପାୟ ଆଖି ସାମ୍ନାକୁ ଆସିବ। ପ୍ରଥମେ ଆପଣ ସେହି ଦିନ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ କିମ୍ବା ଏହାକୁ ଛାଡ଼ିପାରିବେ। କିନ୍ତୁ କେରଳର ଜଣେ କନ୍ୟା ଉଭୟ ରାସ୍ତାରେ ଯାଇଛନ୍ତି। କନ୍ୟା ଜଣକ କନ୍ୟା ବେଶରେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆସିଛନ୍ତି। ସେ ଲ୍ୟାବ୍‌ କୋଟ୍‌ ପିନ୍ଧିଥିବା ଏବଂ ବେକରେ ଷ୍ଟେଥୋସ୍କୋପ୍‌ ପିନ୍ଧିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

କନ୍ୟା ଜଣକ ହେଲେ ଲକ୍ଷ୍ମୀ ଅନିଲ। ବେଥାନି ନବଜୀବନ କଲେଜ ଅଫ୍‌ ଫିଜିଓଥେରାପିର ଛାତ୍ରୀ। ଭିଡିଓରେ ସେ ନିଜ ସହପାଠୀମାନଙ୍କ ସହିତ ବେଶ୍‌ ହସଖୁସିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ସେ ହଳଦିଆ ରଙ୍ଗର ବିବାହ ଶାଢ଼ି, ବହୁତ ସୁନା ଅଳଙ୍କାର ଏବଂ ମେକ୍‌ଅପ୍‌ ନେଇ ପରୀକ୍ଷା ହଲ୍‌ରେ ପ୍ରବେଶ କରୁଛନ୍ତି। ଏହା ଦେଖି ତାଙ୍କ ସାଙ୍ଗସାଥୀମାନେ ହସୁଛନ୍ତି।

ଜଣେ ସାଙ୍ଗ ତାଙ୍କ ଶାଢ଼ିର କୁଞ୍ଚ ଠିକ୍‌ କରୁଛନ୍ତି। ପରୀକ୍ଷା ପରେ କନ୍ୟା ବାହାରକୁ ଆସି ମାଆଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ_grus_girls_ରେ ଶେୟାର କରାଯାଇଛି। ଭିଡିଓରେ ଲକ୍ଷ୍ମୀ ହଲ୍‌କୁ ଯିବା ବାଟରେ ତାଙ୍କ ଫିଜିଓଥେରାପି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ‘ମେଡିକୋଜ୍‌ ଲାଇଫ୍‌ # ଫିଜିଓଥେରାପି ପରୀକ୍ଷା ଏବଂ ଗୋଟିଏ ଦିନରେ ବିବାହ।’ ୭ ଦିନ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓକୁ ୧୦ଲକ୍ଷ (୧ ମିଲିୟନ)ରୁ ଅଧିକ ଥର ଦେଖାଯାଇଛି। କିଛି ୟୁଜର ତାଙ୍କୁ ପ୍ରଶଂସା କରିଥିବାବେଳେ ଆଉ କିଛି ପ୍ରଶ୍ନ କରିଥିଲେ ଯେ, ପରୀକ୍ଷା ସମୟରେ ବିବାହ କାହିଁକି ଯୋଜନା କରାଯାଇଥିଲା? ଜଣେ ୟୁଜର କହିଛନ୍ତି, ‘ଅଲ୍‌ ଦ ବେଷ୍ଟ’। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ପ୍ରସିଦ୍ଧ ହେବା ପାଇଁ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri