ପାହାଳରେ ଉତ୍କଳ ବିଲ୍ଡର୍ସର ‘ଉତ୍କଳ ଲେଭେଲ୍ସ’ଉନ୍ମୋଚିତ

ଭୁବନେଶ୍ୱର,୧୩।୨: ରାଜ୍ୟର ପ୍ରମୁଖ ରିୟଲ ଇଷ୍ଟେଟ୍‌ କମ୍ପାନୀ ଉତ୍କଳ ବିଲ୍ଡର୍ସର ନୂତନ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ ରବିବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସୁବାସ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ପ୍ରମୁଖ ଉପସ୍ଥିତ ରହି ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ମାଷ୍ଟରପିସ୍‌ ପ୍ରକଳ୍ପ ସ୍ଥାନୀୟ ପାହାଳ ଜଗନ୍ନାଥ ମନ୍ଦିର ବିପରୀତ ପାଶର୍‌ବରେ ଅବସ୍ଥିତ ।

ଏଥିରେ ୨୧ମହଲା ବିଶିଷ୍ଟ ୩ଟି ଟାୱାର ଯଥା କ୍ରେଷ୍ଟ, କ୍ରାଉନ ଏବଂ ପିନାକଲ୍‌ ନାମରେ ନାମିତ ହୋଇଛି। ସେହିଭଳି ୧୧ଫୁଟର ଫ୍ଲୋର ଟୁ ଫ୍ଲୋର ହାଇଟ୍‌, ଆକର୍ଷକ ଡେକ୍‌, ଲାମିନେଟେଡ ଗ୍ଲାସ ରେଲିଂ ଦ୍ୱାରା ରାଜପଥ ଏବଂ ପ୍ରାକୃତିକ ପରିବେଶର ମଜା ନେବାରେ ବେଶ୍‌ ସହାୟକ ହେବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି। ଉକ୍ତ ପ୍ରକଳ୍ପଟି ଏନ୍‌ଏଚ୍‌-୧୬ ଭୁବନେଶ୍ୱର-କଟକ ମଧ୍ୟ ପାହାଳ ଛକର ସର୍ଭିସ ରୋଡ ନିକଟରେ ଅବସ୍ଥିତ । ସେହିପରି ଉକ୍ତ ଆପାର୍ଟମେଣ୍ଟର ୩ପାର୍ଶ୍ୱ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ପବନ ଚଳାଚଳର ଉନ୍ନତ ସୁବିଧା ଉପଲବ୍ଧ।

ଅପରପକ୍ଷରେ ୨୦୫ ପରିବାର ବିଶିଷ୍ଟ ଏକ କମ୍ୟୁନିଟି ଏଠାରେ ବସବାସ କରିବେ। ଏପରିକି ୫୦ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପ ଉନ୍ମୋଚନ କାର୍ଯ୍ୟକ୍ରମରେ ଉତ୍କଳ ଗ୍ରୁପର ପ୍ରତିଷ୍ଠାତା ଭଁୱରଲାଲ ବୈଦ ଏବଂ ପ୍ରକାଶ ଚନ୍ଦ୍ର ଭୁରା, ନିର୍ଦ୍ଦେଶକ ଅମିତ୍‌ ବୈଦ ଓ ରାକେଶ ଭୁରା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri