ଗୁଣିି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ନୂଆପଡ଼ା ଅଫିସ,୨୯।୧୦ ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ପାରେଗାଁର ବୃଦ୍ଧ କାନ୍ତା କେଉଟ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦେଓସିଂ କେଉଟ (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହା ଗୁଣିଗାରେଡି ସନ୍ଦେହରେ ହତ୍ୟା ବୋଲି ନୂଆପଡା ଉପଖଣ୍ଡୀୟ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଶୁକ୍ରବାର ଏକ ଖବରଦାତା ସମ୍ମିଳନିରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୩ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟାରେ ପାରେଗାଁର (ସେଠଜାମପାନି) ଗାଁର ମନୋଜ କେଉଟ ତାଙ୍କ ବାପା କାନ୍ତା କେଉଟ ନିଜ ଜମିକୁ ମାଛ ଧରିବାକୁ ଯାଇ ଫେରି ନ ଥିବା ଧରମବନ୍ଧା ଥାନାରେ ଅଭିଯୋଗ କରିଥିଲେ। ଧରମବନ୍ଧା ଥାନାଧିକାରୀ ଗେନ୍ଦରାମ ସତନାମୀଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଘଟଣାସ୍ଥଳରୁ ମତଦେହ ଜବତ କରିଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ପରେ ସନ୍ଧାନି କୁକୁର ସହ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ପଟ୍ଟନାୟକଙ୍କ ନେତୃତ୍ୱରେ ଜୋଙ୍କ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ଧରମବନ୍ଧା ଥାନା ଅଧିକାରୀ ଗେନ୍ଦରାମ ସତନାମୀ, ଲଖନା ଥାନା ଅଧିକାରୀ ଗୁରୁଦେବ କର୍ମୀଙ୍କୁ ନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ତଦନ୍ତ ଜାରି ରହିଥିଲା। ଉକ୍ତ ଗାଁର ଦେଓସିଂଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଥାନାକୁ ଆଣି ପଚାରାଉଚରା କରିବାରେ ସେ ହତ୍ୟା କରିଛି ବୋଲି ସ୍ବୀକାର କରିବା ସହ ହତ୍ୟାରେ ବ୍ୟବହୁତ ଛୁରି ମଧ୍ୟ ଦେଖାଇଥିଲେ। ଗତ ୫ ବର୍ଷ ତଳେ ଦେଓସିଂଙ୍କ ବଡଭାଇ ପରମାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୧୮ରେ ଦେଓସିଂଙ୍କ ସ୍ତ୍ରୀ କମଳାଙ୍କ ମୃତ୍ୟୁ ହୋଇଥିଲା। ୨୨ରେ ଦେଓସିଂ ଶୋଇଥିବା ବେଳେ କିଏ ତାଙ୍କ ତଣ୍ଡିକୁ ଚାପି ଦେଉଥିବା ସେ ଅନୁଭବ କରିଥିଲେ। ଏସବୁ ଘଟଣାକୁ ନେଇ ଦେଓସିଂ ମନରେ ସଦେହ ଜାତ ହୋଇଥିଲା ଯେ କାନ୍ତା କେଉଟ ଗୁଣି ଗାରେଡି କରି ଆମ ପରବାରକୁ ଧ୍ୱଂସ କରୁଛି ବୋଲି ପ୍ରତିଶୋଧ ପରାୟଣ ହୋଇଥିଲେ। ୨୩ ତାରିଖ ସକାଳୁ ଏକ ଛୁର ନେଇ ଜମିକୁ ଯାଇଥିଲେ। କାନ୍ତା ମାଛ ଧରିବା ସମୟରେ ପଛପଟୁ ଛୁରିରେ ଗଳା କାଟି ଦେଇଥିଲେ। ଏ ନେଇ ଧରମବନ୍ଧା ଥାନାରେ ଧାରା ୩୦୨ରେ ଏକ ମାମଲା (ନଂ.୬୭/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri