ଗୁଣିି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ନୂଆପଡ଼ା ଅଫିସ,୨୯।୧୦ ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ପାରେଗାଁର ବୃଦ୍ଧ କାନ୍ତା କେଉଟ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦେଓସିଂ କେଉଟ (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହା ଗୁଣିଗାରେଡି ସନ୍ଦେହରେ ହତ୍ୟା ବୋଲି ନୂଆପଡା ଉପଖଣ୍ଡୀୟ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଶୁକ୍ରବାର ଏକ ଖବରଦାତା ସମ୍ମିଳନିରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୩ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟାରେ ପାରେଗାଁର (ସେଠଜାମପାନି) ଗାଁର ମନୋଜ କେଉଟ ତାଙ୍କ ବାପା କାନ୍ତା କେଉଟ ନିଜ ଜମିକୁ ମାଛ ଧରିବାକୁ ଯାଇ ଫେରି ନ ଥିବା ଧରମବନ୍ଧା ଥାନାରେ ଅଭିଯୋଗ କରିଥିଲେ। ଧରମବନ୍ଧା ଥାନାଧିକାରୀ ଗେନ୍ଦରାମ ସତନାମୀଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଘଟଣାସ୍ଥଳରୁ ମତଦେହ ଜବତ କରିଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ପରେ ସନ୍ଧାନି କୁକୁର ସହ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ପଟ୍ଟନାୟକଙ୍କ ନେତୃତ୍ୱରେ ଜୋଙ୍କ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ଧରମବନ୍ଧା ଥାନା ଅଧିକାରୀ ଗେନ୍ଦରାମ ସତନାମୀ, ଲଖନା ଥାନା ଅଧିକାରୀ ଗୁରୁଦେବ କର୍ମୀଙ୍କୁ ନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ତଦନ୍ତ ଜାରି ରହିଥିଲା। ଉକ୍ତ ଗାଁର ଦେଓସିଂଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଥାନାକୁ ଆଣି ପଚାରାଉଚରା କରିବାରେ ସେ ହତ୍ୟା କରିଛି ବୋଲି ସ୍ବୀକାର କରିବା ସହ ହତ୍ୟାରେ ବ୍ୟବହୁତ ଛୁରି ମଧ୍ୟ ଦେଖାଇଥିଲେ। ଗତ ୫ ବର୍ଷ ତଳେ ଦେଓସିଂଙ୍କ ବଡଭାଇ ପରମାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୧୮ରେ ଦେଓସିଂଙ୍କ ସ୍ତ୍ରୀ କମଳାଙ୍କ ମୃତ୍ୟୁ ହୋଇଥିଲା। ୨୨ରେ ଦେଓସିଂ ଶୋଇଥିବା ବେଳେ କିଏ ତାଙ୍କ ତଣ୍ଡିକୁ ଚାପି ଦେଉଥିବା ସେ ଅନୁଭବ କରିଥିଲେ। ଏସବୁ ଘଟଣାକୁ ନେଇ ଦେଓସିଂ ମନରେ ସଦେହ ଜାତ ହୋଇଥିଲା ଯେ କାନ୍ତା କେଉଟ ଗୁଣି ଗାରେଡି କରି ଆମ ପରବାରକୁ ଧ୍ୱଂସ କରୁଛି ବୋଲି ପ୍ରତିଶୋଧ ପରାୟଣ ହୋଇଥିଲେ। ୨୩ ତାରିଖ ସକାଳୁ ଏକ ଛୁର ନେଇ ଜମିକୁ ଯାଇଥିଲେ। କାନ୍ତା ମାଛ ଧରିବା ସମୟରେ ପଛପଟୁ ଛୁରିରେ ଗଳା କାଟି ଦେଇଥିଲେ। ଏ ନେଇ ଧରମବନ୍ଧା ଥାନାରେ ଧାରା ୩୦୨ରେ ଏକ ମାମଲା (ନଂ.୬୭/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?