ଗୋଟିଏ ପଦବୀରେ ପୁରୁଣା ନୂଆ

Dillip Cherian

ଅନେକ ସମୟରେ ଅବସର ପରେ ବରିଷ୍ଠ ଅମଲାତନ୍ତ୍ରୀମାନଙ୍କୁ ସରକାର ପୁଣି ନିଯୁକ୍ତି ଦେଇଥାନ୍ତି। କିନ୍ତୁ ଏବେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଦୁଇ ବର୍ଷ ପୂର୍ବେ ଯେଉଁ ବାବୁ ଜଣକ ସଚିବ ପଦରୁ ଅବସର ନେଇଥିଲେ ଏବେ ସେହି ପଦରେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ସରକାର ଏକ ଉଚ୍ଚସ୍ତରୀୟ ଅଦଳବଦଳରେ ପୂର୍ବତନ ଅମଲାତନ୍ତ୍ରୀ ରାଘବେନ୍ଦ୍ର ସିଂଙ୍କୁ ଆନନ୍ଦ କୁମାରଙ୍କ ଜାଗାରେ ସଂସ୍କୃତି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଅଦଳବଦଳରେ କୁମାରଙ୍କୁ ନ୍ୟାଶନାଲ କମିଶନ ଫର୍‌ ବ୍ୟାକ୍‌ଓ୍ବାର୍ଡ କ୍ଲାସେସ୍‌(ଜାତୀୟ ପଛୁଆ ବର୍ଗ ଆୟୋଗ)ର ସଚିବ ପଦରେ ଅବସ୍ଥାପିତ କରାଯାଇଛି। ୧୯୮୩ ବ୍ୟାଚ୍‌ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍‌‌ ସିଂ ସଂସ୍କୃତି ସଚିବ ରହି ମଧ୍ୟ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଡେଭେଲପ୍‌ମେଣ୍ଟ ଅଫ୍‌ ମ୍ୟୁଜିୟମ ଆଣ୍ଡ୍‌ କଲ୍‌ଚରାଲ ସ୍ପେସେସ୍‌ର ସିଇଓ ଦାୟିତ୍ୱ ତୁଲାଇବେ । ଗୋଟିଏ ବର୍ଷ ପାଇଁ ସିଂଙ୍କୁ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି। କୌତୁହଳର କଥା ହେଉଛି ସିଂ ୧ ଡିସେମ୍ବର ୨୦୧୭ରୁ ଅଗଷ୍ଟ ୨୦୧୮ ଯାଏ ସଂସ୍କୃତି ସଚିବ ରହିଥିଲେ। ଏବେ ପୁଣି ସେହି ପଦକୁ ଫେରିଲେ। ଏଣୁ ପୁରୁଣା ସଚିବ ପୁଣି ନୂଆ ସଂସ୍କୃତି ସଚିବ ହୋଇଛନ୍ତି। ସିଂଙ୍କ ପୁନଃ ନିଯୁକ୍ତି ପୂର୍ବରୁ ୨୦୧୬ରେ ପରମେଶ୍ୱରନ ଆୟରଙ୍କୁ ବି ଏହିଭଳି ପାନୀୟ ଜଳ ଓ ପରିମଳ ସଚିବ ଭାବେ ନିଯୁକ୍ତ କରାଯାଇଥିତ୍ଲା, ଯଦିଓ ସେ ୨୦୧୦ରେ ଜାତିସଂଘ ଓ ବିଶ୍ୱବ୍ୟାଙ୍କ୍‌ରେ ଯୋଗଦେବାକୁ ଆଇଏଏସ୍‌ରୁ ଇସ୍ତଫା ଦେଇସାରିଥିଲେ। କିନ୍ତୁ ସେ ତାଙ୍କ କାର୍ଯ୍ୟକାଳ ପୂରଣ କରିପାରିଲେ ନାହିଁ ।
ଗତ ମାସରେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି।
ବିଭାଜିତ ଖାକି
ଚଳିତ ବର୍ଷ ଫେବୃୟାରୀରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗାର ତଦନ୍ତକୁ ବହୁ ଅବସରପ୍ରାପ୍ତ ପୋଲିିସ ଅଧିକାରୀ ସମାଲୋଚନା କରିବା ପରେ ଦିଲ୍ଲୀ ସରକାର ବିଶମ ପରିସ୍ଥିତିରେ ପଡିଥିବା ଓ ଲୋକମାନଙ୍କର ଅପ୍ରିୟ ହୋଇଯାଇଥିବା ଅନୁଭବ କରୁଥିଲା। କିନ୍ତୁ ଏବେ ଏହି ଘଟଣାରେ ୨୬ ଜଣ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସେମାନଙ୍କ ଦିଲ୍ଲୀ ପୋଲିସ ଭାଇମାନଙ୍କୁ ପ୍ରତିରୋଧ କରିବାକୁ ବାହାରି ଆସିବା ଦ୍ୱାରା ସରକାର ଏମାନଙ୍କ ସମର୍ଥନ ପାଇଯାଇଛନ୍ତି। ସବୁଠୁ ଜଣାଶୁଣା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ପୂର୍ବତନ ମୁମ୍ବାଇ ପୋଲିସ କମିଶନର , ପୂର୍ବତନ ଗୁଜରାଟ ଓ ପଞ୍ଜାବ ପୂର୍ବତନ ଡିଜିପି ଏବଂ ପୂର୍ବତନ ରୋମାନିଆ ରାଷ୍ଟ୍ରଦୂତ ଜୁଲିଓ ରିବେରୋ ଯେତେବେଳେ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ସେତେବେଳେ ଦିଲ୍ଲୀ ପୋଲିସ କମିଶନର ଏସ୍‌.ଏନ୍‌. ଶ୍ରୀବାସ୍ତବ ଅନ୍ୟର ସହଯୋଗ ଚାହଁୁୁଥିଲେ, ଯାହା ତାଙ୍କୁ ମିଳିଗଲା। ଦଙ୍ଗାର ପ୍ରକୃତ ଅପରାଧୀମାନଙ୍କୁ ଛାଡି ଦେଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ସେ ଦିଲ୍ଲୀ ପୋଲିସକୁ ଦୋଷାରୋପ କରିଥିଲେ। ଶ୍ରୀବାସ୍ତବ ଏହି ଘଟଣା ଉପରେ ଧ୍ୟାନ ଦେଉ ନ ଥିଲେ ବୋଲି ଦିଲ୍ଲୀ ପୋଲିସ କମିଶନରଙ୍କୁ ଦେଇଥିବା ଚିଠିରେ ସେ ମଧ୍ୟ ଦର୍ଶାଇଥିଲେ । ଏହାଦ୍ୱାରା ଯେଉଁମାନେ ପୋଲିସ ତଦନ୍ତରେ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମନେ କରୁଥିଲେ ସେମାନଙ୍କ ମନରେ ରିବେରୋଙ୍କ ଆକ୍ଷେପ ଏକ ପ୍ରକାର ଗୁଞ୍ଜରଣ ସୃଷ୍ଟିକରିବା ଲକ୍ଷ୍ୟ କରାଗଲା। କିନ୍ତୁ ଇଣ୍ଡିଆନ ପୋଲିସ ସର୍ଭିସକୁ ନିରୁତ୍ସାହିତ କରିବାକୁ ଏହା ଏକ ଉଦ୍ୟମ ବୋଲି ଯେଉଁମାନେ ଭାବୁଛନ୍ତି ସେମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏହି ଶୀର୍ଷ ସମ୍ମାନାସ୍ପଦ ପୋଲିସ ଅଧିକାରୀ ଜଣକ ।
ତେବେ ରିବେରିଓଙ୍କ ନିନ୍ଦୁକମାନେ ଏକାଠି ହୋଇ ଦିଲ୍ଲୀ ପୋଲିସ ସକ୍ଷରେ ଯୁକ୍ତି ଉପସ୍ଥାପନ କରିବା ଦ୍ୱାରା ପୋଲିସ ସମ୍ପର୍କରେ ଲୋକମାନଙ୍କ ଯେଉଁ ଧାରଣା ଥଲା ସେଥିରେ କିଛିଟା ପରିବର୍ତ୍ତନ ଆସିିିପାରିବ । ଦେଖିବାକୁ ଗଲେ ପୋଲିସ ଅଧିକାରୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଦ୍ୱାରା ଖାକି ବଳ ଏବେ ଦୁଇଭାଗ ହୋଇଯାଇଛି।
ଆଶଙ୍କାରେ ଆଇଆର୍‌ଏସ୍‌ ଅଧିକାରୀ
ଗତମାସରେ ମୋଦି ସରକାର ଟ୍ୟାକ୍ସେସନ ପଦ୍ଧତିରେ ସଂସ୍କାର ଘୋଷଣା କରିଥିଲେ। ପଦ୍ଧତିକୁ ସୁଗମ ଓ ବାଧା ରହିତ କରିବା ଲାଗି ଏହା କରାଯାଇଥିଲା। ଦି ଫେସ୍‌ଲେସ ଆସେସ୍‌ମେଣ୍ଟ ସ୍କିମ୍‌ ଟିକସ ଦାତା ଓ ଟିକସ ଅଧିକାରୀମାନଙ୍କ ମଧ୍ୟରେ ଥିବା ବାଧାକୁ ଦୂର କରିବ। ଏହି ସଂସ୍କାରକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି। କିନ୍ତୁ ସବୁ ଆଇଟି ବାବୁ ଏଥିରେ ଖୁସି ନାହାନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଆଇଆର୍‌ଏସ୍‌ ସର୍ଭିସର ପ୍ରତିଷ୍ଠା ବା ସମ୍ମାନ କମାଇଦେବ ବୋଲି ଉତ୍ତରପୂର୍ବାଞ୍ଚଳର ଆଇଆର୍‌ଏସ୍‌ ସଂଘ ବିଚାର କରୁଥିବା ସୂତ୍ରରୁ ଜଣାପଡିଛି। ସଂଘର ସଦସ୍ୟମାନେ ଆଇଆର୍‌ଏସ୍‌ର ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତିି, ଯେଉଁଥିରେ କ୍ୟାଡର ପୁନର୍ଗଠନ,ଏକ ନୂଆ ବଦଳି ବ୍ୟବସ୍ଥା ଏବଂ ପ୍ରତିନିଯୁକ୍ତି ନୀତି,ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗରେ କ୍ୟାଡର ପଦବୀ ସୃଷ୍ଟି ସହ ପୂରା ଆଇଆର୍‌ଏସ୍‌ର ପରିବର୍ତ୍ତନ ଲାଗି ପ୍ରସ୍ତାବ ସାମିଲ ଥିବା ଜଣାପଡିଛି। ସର୍ଭିସକୁ ଫେସ୍‌ଲେସ ଟ୍ୟାକ୍ସେସନ ସଙ୍କୁଚିତ କରି ‘ସାଇବର ପଲିସିଂ’ଆଡକୁ ନେଇଯିବ ବୋଲି ଆଇଆର୍‌ଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଥିତ୍ବା ଧାରଣା ଯୋଗୁ ସମ୍ଭବତଃ ସେମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଫେସ୍‌ଲେସ ଆସେସ୍‌ମେଣ୍ଟରେ ଟିକସଦାତାଙ୍କୁ ଚିହ୍ନଟ କରିବା ପାଇଁ ଏଆଇ( ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି) ଏବଂ ଡେଟାଆନାଲିଟିକ୍ସ ଭିତ୍ତିକ ପଦ୍ଧତି ଉପଯୋଗ କରାଯିବ ଏବଂ ସମ୍ପୂର୍ଣ୍ଣ ସ୍ବଚ୍ଛ ଉପାୟରେ ସେମାନଙ୍କ ନିକଟକୁ ନୋଟିସ ପଠାଯିବ। ଆଇଟି ଅଧିକାରୀମାନେ କେମିତି କାର୍ଯ୍ୟ କରିବେ ସେଥିଲାଗି ଏଥିତ୍ରେ ପରିବର୍ତ୍ତନ କରାଯିବା ଅନିବାର୍ଯ୍ୟ। ଉତ୍ତରପୂର୍ବାଞ୍ଚ ଆଇଆର୍‌ଏସ୍‌ ଅଧିକାରୀମାନେ ମୂଳ ବ୍ୟବସ୍ଥାର ଏଭଳି ପରିବର୍ତ୍ତନକୁ ନେଇ ସମ୍ଭବତଃ ଆଶଙ୍କାରେ ରହିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri