ତୈଳ ଦରବୃଦ୍ଧି ପ୍ରତିବାଦ: ୧୬ନଂ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା ଅଫିସ,୧୫।୭: ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ଓଡିଶାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିରେ ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରୱାର୍ଡ଼ ବ୍ଳକ ସାମିଲ ହୋଇଛି।ତେବେ ଖୋର୍ଦ୍ଧାରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବାମପନ୍ଥୀ ଦଳ କର୍ମକର୍ତ୍ତାମାନେ ବାଇକ୍‌ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଏଥିସହ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା। ବନ୍ଦ ସମୟରେ ଦୋକାନ ବଜାର, ଗାଡ଼ି ଚଳାଚଳ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଆଦି ପ୍ରଭାବିତ ହେବାକୁ ଥିବାରୁ ପୋଲିସ ପକ୍ଷରୁ ବ୍ୟପକ ଫୋର୍ସ ମୁତୟନ କରାଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଉଛି ବୋଲି ସିପିଆଇ(ଏମ୍‌) ଜିଲା ସମ୍ପାଦକ ଅନନ୍ତ ମଙ୍ଗରାଜ କହିଛନ୍ତି। ଏହି ଆନ୍ଦୋଳନରେ ସିଟୁ ଜିଲା ସମ୍ପାଦକ ଶୈଳେଶ ବଳିଆରସିଂହ, ଶିକ୍ଷକ ନେତା କିଶୋର ପରମଗୁରୁ, ଶଙ୍କର୍ଷଣ ପ୍ରଧାନଙ୍କ ସମେତ ବହୁ କର୍ମୀ ଯୋଗଦାନ କରିଥିଲେ। ସେପଟେ ଏହି ବନ୍ଦକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଝିଅଙ୍କୁ ଛୁରାମାଡ଼ ଘଟଣା: ହସ୍ପିଟାଲରୁ ଡିସଚାର୍ଜ ପରେ ପୋଲିସ ହେପାଜତରେ ଅଭିଯୁକ୍ତ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି ।...

ଇଟାଭାଟି ଧୂଆଁରେ ଅଞ୍ଚଳବାସୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୩ା୩(ସ୍ବ.ପ୍ର.):ଚଳିତ ବର୍ଷ ମାର୍ଚ୍ଚ ଆରମ୍ଭରୁ ତାତି ଅସହ୍ୟ ହେଲାଣି । ସର୍ବୋଚ୍ଚ ତାପମାତ୍ର ୩୮ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଲାଣି ା ଆଗାମୀ ଦିନରେ ତାହା ଭୟଙ୍କର...

ତାରାତାରିଣୀ ଚୈତ୍ର ଯାତ୍ରାରେ କଟକଣା: ମୁଣ୍ଡନ, କଲ୍ୟାଣମଣ୍ଡପ, ବସସେବା ବନ୍ଦ

ଛତ୍ରପୁର,୧୫।୩(ଡି.ଏନ୍‌.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମର ଆରାଧ୍ୟ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।...

ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ: ବିଭିନ୍ନ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ୱର,୬।୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ...

ବଢୁଛି ନିଶା କାରବାର: ପୋଲିସ, ଅବକାରୀ ବିଭାଗ ନୀରବଦ୍ରଷ୍ଟା

ବ୍ରହ୍ମପୁର ଅଫିସ,୨ା୧- ଗଞ୍ଜାମ ଜିଲାର ବିଭିନ୍ନ ଗଁ। ରେ ଏବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଯୁବ ପିଢ଼ି ଏହି କାରବାରରେ ଏବେ...

ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌,ତଦନ୍ତ ଆରମ୍ଭ

ରାୟଗଡ଼ା ଅଫିସ,୩୦।୧୨: ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଶୁକ୍ରବାର ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ...

ମେଡିକାଲ କଲେଜ ସ୍ଥାପନ ଦାବି ତେଜୁଛି :୧୧ରେ ନୂଆପଡା ବନ୍ଦ ଡାକରା

ନୂଆପଡା ଅଫିସ,୧୦ା୯ ନୂଆପଡା ରାଜ୍ୟର ଏକ ଉପାନ୍ତ ଜିଲା । ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ । ବିଭିନ୍ନ...

୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର,୨୧। ୧୧: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି...

Advertisement
Archives

Model This Week