Posted inଖେଳ

ପାକିସ୍ତାନର ୧୦ ସଂକ୍ରମିତଙ୍କ ମଧ୍ୟରୁ ୬ ନେଗେଟିଭ୍‌

କରାଚୀ, ୨୮ା୬ (ପି.ଟି.)-ପାକିସ୍ତାନ ୨୦ ଖେଳାଳି ଓ ୧୧ ସପୋର୍ଟ ଷ୍ଟାଫ୍‌କୁ ନେଇ ଇଂଲଣ୍ଡ ଟୁର୍‌ରେ ଯିବ। ୧୦ କରୋନା ସଂକ୍ରମିତ କ୍ରିକେଟରଙ୍କ ମଧ୍ୟରୁ ଦ୍ୱିତୀୟ ଟେଷ୍ଟ ବେଳେ ୬ଜଣଙ୍କ ଫଳାଫଳ ନେଗେଟିଭ୍‌ ଆସିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ୍‌ ଖାଁଙ୍କ କହିବା ଅନୁସାରେ ରିଜର୍ଭ ଖେଳାଳିଙ୍କ ମଧ୍ୟରୁ ନେଗେଟିଭ୍‌ ହୋଇଥିବା ଫାଷ୍ଟ ବୋଲର ମୂଷା ଖାନ୍‌ ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ ରୋହିଲ୍‌ ନାଜିର ମଧ୍ୟ ଦଳ ସହିତ ଯିବେ। ଖାନ୍‌ ପୂର୍ବରୁ ସ୍ପଷ୍ଟ କରିଥିଲେ ସଂକ୍ରିମତ ୧୦ ଜଣ ଖେଳାଳିଙ୍କ ମଧ୍ୟରୁ ଯେଉଁମାନେ ଦ୍ୱିତୀୟ ଟେଷ୍ଟରେ ନେଗେଟିଭ୍‌ ଆସିବ ସେମାନେ ଇଂଲଣ୍ଡ ଟୁର୍‌ରେ ସାମିଲ ହେବେ। ଦ୍ୱିତୀୟ ଥର ନେଗେଟିଭ ହୋଇଥିବା ୬ଜଣ ଖେଳାଳି ହେଲେ ଫଖର ଜମାନ, ମହମ୍ମଦ ହାସ୍‌ନେନ୍‌, ମହମ୍ମଦ ହାଫିଜ୍‌, ମହମ୍ମଦ ରିଜଓ୍ବାନ, ଶାଦାବ ଖାନ୍‌ ଏବଂ ଓ୍ବାହାବ ରିଆଜ୍‌। ପୁଣି ପଜିଟିଭ ହୋଇଥିବା ଖେଳାଳିମାନେ ହେଲେ ହାଇଦର ଅଲି, ହାରିସ୍‌ ରଫ୍‌, କାଶିଫ୍‌ ଭଟ୍ଟି ଓ ଇମ୍ରାନ ଖାନ୍‌ ଏବଂ ମେସର ମଲଙ୍ଗ ଅଲି। ଖାନ୍‌ ପୁଣି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଏହି ୬ଜଣ ଖେଳାଳିଙ୍କର ତୃତୀୟ ପର୍ଯ୍ୟାୟ ଟେଷ୍ଟ ହେବ। ଫଳାଫଳ ଯଦି ନେଗେଟିଭ୍‌ ଆସେ, ତେବେ ପିସିବି ସେମାନଙ୍କୁ ଇଂଲଣ୍ଡ ପଠାଇବା ବ୍ୟବସ୍ଥା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱ ଚାମ୍ପିୟନ୍‌ ହେଲୁ:ମୋର୍ଗାନ

ଲର୍ଡସ, ୧୬।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ଐଶ୍ୱର୍ଯ୍ୟାଙ୍କ ଆରୋଗ୍ୟ କାମନା କଲେ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପର୍‌ଷ୍ଟାର୍‌ ଜନ୍‌ ସିନା

ନୂଆଦିଲ୍ଲୀ, ୧୯।୭- ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ସୁପର୍‌ ଷ୍ଟାର୍‌ ଜନ୍‌ ସିନାଙ୍କ ବଲିଉଡ୍‌ ପ୍ରତି ରହିଥିବା ଦୁର୍ବଳତା ପୁଣିଥରେ ଦେଖିବାକୁ ମିଳିଛି। ପୂର୍ବରୁ ଜନ୍‌...

ହାତ ଛାଡ଼ି କାର ଚଳାଇଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ,୨।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସୌଖୀନ ଗାଡ଼ିର ମଧ୍ୟ ସଉକ ରହିଛି ବୋଲି କିଏ ବା ନ ଜାଣିଛି। ଶୁକ୍ରବାର ସଚିନ ସୋସିଆଲ ମିଡିଆରେ...

ଭାରତ ସିରିଜ ବିଜୟୀ

ମୁମ୍ବାଇ, ୧୧।୧୨-ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦...

କୋଭିଡ-୧୯ ମହାମାରୀ: ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ପ୍ୟାରିସ୍‌,୨୪।୪ (ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ ଇଭେଣ୍ଟ ବାତିଲ ହୋଇଛି। ପ୍ୟାରିସ୍‌ରେ ଆସନ୍ତା ଅଗଷ୍ଟ ମାସରେ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ...

ଜୀବନର ପ୍ରଥମ ପସନ୍ଦ ବିଷୟରେ ଖୁଲାସା କଲେ ବିରାଟ କୋହଲି: କହିଲେ, ମୁଁ ଭାଗ୍ୟଶାଳୀ

ଆଜିକାଲି ଯୁବ ଖେଳାଳିଙ୍କ ଧ୍ୟାନ ଟି-୨୦ କ୍ରିକେଟ ଉପରେ ରହୁଛି। କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବେଷ୍ଟ୍‌ ଫର୍ମାଟ୍‌...

ତୃତୀୟ ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆ ୧୭୯ ରନରେ ସୀମିତ

ଲିଡ୍ସ (ୟୁନାଇଟେଡ କିଙ୍ଗଡମ୍‌),୨୩|୮ (ଏଏଫ୍‌ପି)-ସ୍ଥାନୀୟ ହେଡିଂଲେଠାରେ ଗୁରୁବାର ତୃତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଛି। ମେଘୁଆ ପାଗ ବୋଲରଙ୍କୁ ସୁହାଇବ ବୋଲି ଆଶା ରଖି ଇଂଲଣ୍ଡ...

ମହିଳା ହକି : ବିଜୟ ସହ ଭାରତର ଅଭିଯାନ

ହିରୋସୀମା, ୧୫ା୬(ପି.ଟି.): ଉରୁଗୁଏ ବିପକ୍ଷରେ ପ୍ରଭାବୀ ୪-୧ ଗୋଲ୍‌ରେ ବିଜୟ ସହ ଭାରତୀୟ ମହିଳା ହକି ଦଳ ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହିରୋସୀମା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *