‘ଅନୁଗୋଳ ବନସାଥୀ’ ଆପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୮ା୬: ଚଲାପଥ ଛାଡ଼ି ହାତୀ ଜନବସତି ଆଡ଼େ ଯାଉଥିଲେ ଏବେ ଆଗୁଆ ସତର୍କ କରିହେବ ଲୋକଙ୍କୁ। ଏହାଦ୍ୱାରା ହାତୀ ସହ ମଣିଷର ମୁହାଁ ମୁହିଁ କୁ ଏଡ଼ାଇ ଦିଆଯିବା ସହ ହାତୀକୁ ଜଙ୍ଗଲ ମଧ୍ୟକୁ ତୁରନ୍ତ ଘଉଡ଼ାଇ ଦିଆଯାଇପାରିବ। ତେବେ ଏସବୁ ସମ୍ଭବ କରିବାରେ ବନ ବିଭାଗକୁ ସହଯୋଗ କରିବେ ସ୍ଥାନୀୟ ଜନସାଧାରଣ। ଏଥିପାଇଁ ବନ ବିଭାଗ ପକ୍ଷରୁ ‘ଅନୁଗୋଳ ବନସାଥୀ’ ମୋବାଇଲ୍‌ ଆପ୍‌ ବିକଶିତ କରାଯାଇଥିବା ବେଳେ ଶନିବାର ଅନୁଗୋଳ ବନଖଣ୍ଡରେ ଏହାର ଆରମ୍ଭ କରାଯାଇଛି।
ଅନୁଗୋଳ ବନଖଣ୍ଡ ଅଧିକାରୀ ଭି.କାର୍ତ୍ତିକଙ୍କ ଉପସ୍ଥିତିରେ ଅନୁଗୋଳ ରେଞ୍ଜର କଲେଜ୍‌ରେ ଏହି ମୋବାଇଲ୍‌ ଆପ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜର କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲାର ଅନୁଗୋଳ, ବଅଁରପାଳ, ତାଳଚେର, କାଣିହଁା ଓ ଛେଣ୍ଡିପଦା ରେଞ୍ଜରେ ଏହି ବନସାଥୀ ଆପ୍‌ କାର୍ଯ୍ୟ କରିବ। ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ୍‌ ମାଗଣାରେ ସ୍ଥାନୀୟ ଲୋକେ ଡାଉନ୍‌ଲୋଡ କରିବା ସହ ଏଥିରେ ଯୋଡ଼ି ହୋଇପାରିବେ ବୋଲି ବନଖଣ୍ଡ ଅଧିକାରୀ କାର୍ତ୍ତିକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଆପ୍‌ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ଅନେକ ସମୟରେ ଉପୁଜୁଥିବା ମୁହାଁ ମୁହିଁ  ସ୍ଥିତିକୁ ରୋକିହେବ। ବନ୍ୟଜନ୍ତୁମାନଙ୍କ ଗତିବିଧି ସମ୍ବନ୍ଧୀୟ ସୂଚନା ପ୍ରଭାବିତ ହେଉଥିବା ଗ୍ରାମର ଲୋକଙ୍କ ନିକଟରେ ପହଞ୍ଚାଇହେବ। ସ୍ଥାନୀୟ ଲୋକେ ମଧ୍ୟ ଆପ୍‌ ମାଧ୍ୟମରେ ବନ୍ୟଜନ୍ତୁଙ୍କ ସୂଚନା ବିଭାଗକୁ ଦେଇପାରିବେ। ଏଥିପାଇଁ ଅନୁଗୋଳ ବନଖଣ୍ଡରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ରହିବ। ଲୋକେ ଟୋଲ ଫ୍ରି ନମ୍ବର-୧୮୦୦୩୧୫୫୫୫୫କୁ କଲ୍‌ କରି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିପାରିବେ। ଏହି ଆପ୍‌ ବନ୍ୟଜନ୍ତୁଙ୍କ ସମ୍ପର୍କରେ ସୂଚନା, ଅଭିଯୋଗ ପଞ୍ଜୀକରଣ ସହ ସମାଧାନ ଓ ଚାରା ଆବଶ୍ୟକତା ଆଦି ୩ ପ୍ରକାର ସେବା ଦେଇପାରିବ ବୋଲି ବନଖଣ୍ଡ ଅଧିକାରୀ କାର୍ତ୍ତିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?