ଓଡ଼ିଶାର ସୋଏବ ଏନ୍‌ଇଇଟି ଟପ୍ପର

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)-୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଓଡ଼ିଶାର ସୋଏବ ଅଫ୍‌ତାବ ଦେଶରେ ଟପ୍ପର ହୋଇଛନ୍ତି। ଦିଲ୍ଲୀର ଆକାଂକ୍ଷା ସିଂ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ତେଲାଙ୍ଗାନାର ତୁମ୍ମଲା ସ୍ନିକିଠା ତୃତୀୟ ହୋଇଛନ୍ତି। ତେବେ ସୋଏବ ମୋଟ ୭୨୦ରୁ ୭୨୦ ନମ୍ବର(୧୦୦%) ରଖି ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ ୧ ହାସଲ କରିବାର ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଏନ୍‌ଇଇଟିରେ କୌଣସି ଛାତ୍ର ଶତପ୍ରତିଶତ ନମ୍ବର ରଖି ନ ଥିଲେ। ସେହିଭଳି ଏନ୍‌ଇଇଟି ଟପ୍ପର ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଛାତ୍ର। ସୋଏବଙ୍କ ଏହି ସଫଳତା କେବଳ ଓଡ଼ିଶା ପାଇଁ ଗୌରବ ଆଣିଦେଇନି, ବରଂ ଦେଶ ପାଇଁ ନୂଆ ଇତିହାସ ସୃଷ୍ଟି କରିଛି। ୨ ରେକର୍ଡ ଭାଙ୍ଗିଥିବା ଏହି ୧୮ବର୍ଷୀୟ ମେଧାବୀ ଛାତ୍ରଙ୍କ ଘର ରାଉରକେଲାରେ ହୋଇଥିବାବେଳେ ପାଠପଢ଼ା ପାଇଁ ସେ ରାଜସ୍ଥାନର କୋଟାରେ ରହୁଛନ୍ତି। କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏନ୍‌ଇଇଟି ପାଇଁ ନିଜକୁ  ପ୍ରସ୍ତୁତ କରୁଥିଲେ। ତାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବାବେଳେ ସେ ରାଉରକେଲାରେ ରୁହନ୍ତି। କିନ୍ତୁ ପାଠପଢା ଓ କ୍ୟାରିୟର ପାଇଁ ମା’ତାଙ୍କୁ ରାଜସ୍ଥାନ ନେଇଥିଲେ। ତେବେ ସେ ଦିଲ୍ଲୀ ଏମ୍ସରେ ପଢ଼ିବାକୁ ଲକ୍ଷ୍ୟ ରଖିବା ସୋଏବ୍‌ କହିଛନ୍ତି।
ସୂଚନାଯୋଗ୍ୟ, ଏନ୍‌ଇଇଟି ଦୁଇଟି ପର୍ଯ୍ୟାୟରେ ହୋଇଥିଲା। କୋଭିଡ୍‌ କଟକଣା ଭିତରେ ଦେଶରେ ମୋଟ ୧୩,୬୬,୯୪୫ଜଣ ପରୀକ୍ଷା ଦେଇଥିବାବେଳେ ୭,୭୧,୫୦୦ଜଣ ସଫଳତା ପାଇଛନ୍ତି। ସେହିପରି ଓଡ଼ିଶାରୁ ପରୀକ୍ଷା ଦେଇଥିବା ୩୩,୯୪୫ଣଙ୍କ ମଧ୍ୟରୁ ୨୦,୬୫୪ଜଣ କୃତକାର୍ଯ୍ୟ ହୋଇଛନ୍ତି।
ଅନ୍ୟପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ୍‌ କରି ସୋଏବ୍‌ଙ୍କ ସମେତ ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଯେଉଁମାନେ ସଫଳ ହୋଇପାରିନାହାନ୍ତି ସେମାନଙ୍କୁ ନିରାଶ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଗୋଟିଏ ପରୀକ୍ଷାରେ ବିଫଳତା କେବେବି ଭାଗ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ସଫଳ ପରୀକ୍ଷା ପରିଚାଳନା ପାଇଁ ଏନ୍‌ଟିଏ ମହାନିର୍ଦ୍ଦେଶକ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯’ ଆରମ୍ଭ: ଗୋଟିଏ ସ୍ଥାନରେ ଉତ୍କୃଷ୍ଟ ସିଲ୍କ ଉତ୍ପାଦ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଆର୍ଟିଜାନ୍ସ ଆଣ୍ଡ୍‌ ୱେଭସର୍ର୍ ୱେଲଫେୟାର୍‌ ଆସୋସିଏଶନ୍‌ ‘ହସ୍ତଶିଳ୍ପୀ’ ଦ୍ୱାରା ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ୧୧ଦିନ...

ଜେଲରେ ବ୍ୟାପୁଛି କରୋନା

କଟକ ଅଫିସ,୧୦ା୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପିରିକି ଜେଲ୍‌ରେ ମଧ୍ୟ ସଂକ୍ରମଣ ବ୍ୟାପୁଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ୨ ଓ ରାଉରକେଲା ଉପ...

ରାଜ୍ୟବ୍ୟାପୀ ଖୁସି ବାଣ୍ଟୁଛି ଦାନ ଉତ୍ସବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ପାଳନ ହେଉଛି ଦାନ ଉତ୍ସବ। ଓଡ଼ିଶାର ଅନେକ ଜିଲାରେ ଏପରି ନିଆରା ଉତ୍ସାହପ୍ରଦ ଅଭିଯାନ ପ୍ରତି...

ଅନୁଗୋଳରେ କାଳବୈଶାଖୀ:ଗଛ ଭାଙ୍ଗି ରାସ୍ତା ବନ୍ଦ, ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ଅନୁଗୋଳ ଅଫିସ, ୨୩।୪ଅନୁଗୋଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବହୁ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ...

ଦଶମ ଛାତ୍ରୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୪।୯: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ...

୧.୨୯ କୋଟି ଲୁଟ୍‌: ଅଧଘଣ୍ଟାରେ ଲୁଟେରାଙ୍କୁ ଧରିଲା ପୋଲିସ

ଢେଙ୍କାନାଳ ଅଫିସ/ଆଠଗଡ଼,୧୧।୧୦(ଡି.ଏନ୍‌.ଏ.): ଏଟିଏମ୍‌ କ୍ୟାସ ଭ୍ୟାନରୁ ଟଙ୍କା ଲୁଟି କରି ଫେରାର ହେଉଥିବା ୩ ଲୁଟେରାଙ୍କୁ ପୋଲିସ ଘଟଣାର ଅଧଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି।...

ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି...

ଏୟାରଫିଲ୍ଡ ଥାନା ଏଏସ୍‌ଆଇଙ୍କ ନାଁରେ ମାମଲା

ଭୁବନେଶ୍ୱର,୭।୧୨(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡିଏନ୍‌ଏ): ଜଣେ ଠିକାଦାରଙ୍କୁ ଠକିବା ଅଭିଯୋଗରେ ଏୟାରଫିଲ୍ଡ ଥାନାର ଏଏସ୍‌ଆଇ ନବଘନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଖରୀପୁଟରେ ରହୁଥିବା ଠିକାଦାର ଅନୁପ...

Advertisement
Archives

Model This Week