Posted inଜାତୀୟ

ଏଲ୍‌ଏସିରେ ଚାଇନାର ନୂଆ ସର୍ତ୍ତ: ଭାରତ କଲା ବିରୋଧ

ନୂଆଦିଲ୍ଲୀ, ୧୭।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଥମିବାର ନା ଧରୁନି। ଏପରିସ୍ଥଳେ ଚାଇନା ଭାରତ ସମ୍ମୁଖରେ ନୂଆ ସର୍ତ୍ତ ରଖିଛି। ଚାଇନା କହିଛି ଯେ, ପୋଙ୍ଗାଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳର ଆଡଭାନ୍ସଡ୍‌ ପୋଜିଶନ୍‌ରୁ ଭାରତୀୟ ସେନା ହଟନ୍ତୁ। ତେବେ ଭାରତ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଇଛି। ଭାରତ ରୋକ୍‌ଠୋକ୍‌ କହିଛି ଯେ, ଏକାସାଙ୍ଗରେ ଦୁଇପକ୍ଷ ପଛକୁ ହଟିବେ। ଏହା ସହିତ ଭାରତ କହିଛି, ପୋଙ୍ଗାଙ୍ଗର ଉତ୍ତର ଅଞ୍ଚଳରୁ ଚାଇନା ସୈନ୍ୟ ବାହିନୀ ନ ହଟିଲେ ଭାରତ ପାଦେ ବି ପଛକୁ ହଟିବ ନାହିଁ। ସୀମାରେ କୌଣସି ପ୍ରକାର ଏକ ତରଫା ହଟିବା କାର୍ଯ୍ୟ ସମ୍ଭବ ନୁହେଁ। ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇପକ୍ଷ ସମାନ ଭାବେ ପଛକୁ ହଟିବା ଆବଶ୍ୟକ ବୋଲି ଭାରତ କହିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ, ଚାଇନା ଏଲ୍‌ଏସିରେ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି। ଏହାଦ୍ୱାରା ସୀମାରେ ସ୍ବାଭାବିକ ସ୍ଥିତି ଜାରି ରହିପାରୁ ନାହିଁ। ସୀମାରେ ଘଟିଥିବା ସଂଘର୍ଷ ଯୋଗୁ ୩୦ ବର୍ଷର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡକୁ ୨୦୦ କୋଟି ଜରିମାନା…

ନୂଆଦିଲ୍ଲୀ,୨୬।୧୧ : ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନାଗାଲାଣ୍ଡ ଉପରେ ୨୦୦ କୋଟି ଟଙ୍କା ଜରିମାନା ଲାଗୁ କରିଛି। ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ଏବଂ...

ଦିଲ୍ଲୀରୁ କେରଳ: ଦେଶର ୧୦ଟି ଅଞ୍ଚଳ ଘୋଷିତ ହୋଇପାରେ କରୋନା ସଂକ୍ରମଣ ହଟ୍‌ସ୍ପଟ୍‌ !

ନୂଆଦିଲ୍ଲୀ,୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

ମହାରାଷ୍ଟ୍ରରେ ବଢ଼ିଲା ରାଜନୈତିକ ଉଷ୍ଣତା: ଶିବସେନା ଧରିବ ହାତ-ଘଣ୍ଟା !

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ପଦ୍ମ ଘୁଞ୍ଚିବାରେ ଲାଗିଛି। ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଦଳ ପାଖରେ କୁହୁକ...

ଚାଷୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ବିରୋଧ କରିବା ଅଧିକାର, କିନ୍ତୁ ରାସ୍ତାକୁ ଦୀର୍ଘଦିନ ବନ୍ଦ କରି ହେବ ନାହିଁ…

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଚାଷୀଙ୍କୁ ତାଗିଦ୍‌ କରିଛନ୍ତି।...

୧୭ ନଭେମ୍ବରରେ ନିର୍ବାଚନୀ ଖର୍ଚ୍ଚ ସମୀକ୍ଷା…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବ। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ କରାଯାଇଥିବା ଖର୍ଚ୍ଚର ସମୀକ୍ଷା...

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ରହିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧:ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୌଣସି ମନ୍ତ୍ରୀ, ଏମ୍‌ପି କିମ୍ବା ବିଧାୟକଙ୍କ ମନ୍ତବ୍ୟ ପାଇଁ ସରକାର...

ଏଲ୍‌ଓସି ସୀମାରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଶହୀଦ

ଶ୍ରୀନଗର,୮ା୭- ଜମ୍ମୁ-କଶ୍ମୀର ଏଲ୍‌ଓସି ସୀମାରେ ଗୁରୁବାର ଭାରତୀୟ ସେନାର ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଥିବା...

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଉଦ୍ଧବ

ମୁମ୍ବାଇ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଦଲୀପ ପାଟିଲ ସୋମବାର ଏହି...

Advertisement
Archives

Model This Week