ଓଡ଼ିଶାର ଦାବି ଅଗ୍ରାହ୍ୟ, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ହେଲାନି

ନୂଆଦିଲ୍ଲୀ,୮। ୧୦: କେନ୍ଦୁପତ୍ର ଉପରେ ଲାଗୁ ହୋଇଥିବା ୧୮% ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଉଚ୍ଛେଦ ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ କରିଆସୁଥିବା ଦାବି ପୁଣି ଥରେ ଅଗ୍ରାହ୍ୟ ହୋଇଯାଇଛି। ନୂଆଦିଲ୍ଲୀରେ ଶନିବାର ଆୟୋଜିତ ଜିଏସ୍‌ଟି କାଉନସିଲର ୫୨ତମ ବୈଠକରେ ଓଡ଼ିଶାର ଏହି ଦାବି ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଫଳରେ ଓଡ଼ିଶାର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ଋତୁକାଳୀନ ଶ୍ରମିକଙ୍କୁ ଟିକସଜନିତ ଆର୍ଥିକ କ୍ଷତିରୁ ଆଶ୍ୱସ୍ତି ମିଳିବ ନାହିଁ।

ଓଡ଼ିଶାର ୮ ଲକ୍ଷରୁ ଊର୍ଦ୍ଧ୍ୱ ଗରିବ ଆଦିବାସୀ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କେନ୍ଦୁପତ୍ରକୁ ଜିଏସ୍‌ଟିରୁ ବାଦ୍‌ ଦେବା ଲାଗି ବାରମ୍ବାର ଦାବି କରିଆସିଛନ୍ତି। ତେବେ ଏହାକୁ କାହିଁକି କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି ବୋଲି ପଚରାଯିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତରାମନ କହିଛନ୍ତି, ଓଡ଼ିଶାର ଏ ସମ୍ପର୍କିତ ପ୍ରସ୍ତାବକୁ ପୂର୍ବର ଜିଏସ୍‌ଟି କାଉନସିଲ ବୈଠକରେ କେତେକ କେନ୍ଦୁପତ୍ର ଉତ୍ପାଦନକାରୀ ରାଜ୍ୟ ବିରୋଧ କରିଛନ୍ତି। ଆମେ ନୁହେଁ, ସେହି ରାଜ୍ୟଗୁଡ଼ିକ ଏହି ଜିଏସ୍‌ଟି ଉଚ୍ଛେଦ କରିବାକୁ ଚାହୁଁନାହାନ୍ତି। ସେଥିପାଇଁ ଶନିବାର ବୈଠକରେ ଏ ବିଷୟରେ ଆଲୋଚନା ହୋଇନାହିଁ ବୋଲି ସୀତାରାମନ କହିବା ସହ ବିରୋଧ କରୁଥିବା ରାଜ୍ୟଗୁଡ଼ିକର ନାମ ନେବାକୁ ଚାହିଁ ନ ଥିଲେ। ତେବେ ଅର୍ଥ ମନ୍ତ୍ରଣାଳୟର କେତେଜଣ ଅଧିକାରୀ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି ଯେ, ଉକ୍ତ ରାଜ୍ୟଗୁଡ଼ିକ ମଧ୍ୟରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟତଃ ଓଡ଼ିଶାର ଦାବିକୁ ବିରୋଧ କରିଛନ୍ତି। ସୂଚନାଥାଉ କି କେନ୍ଦୁପତ୍ର ଉତ୍ପାଦନରେ ଓଡ଼ିଶା ପ୍ରମୁଖ ରାଜ୍ୟ। ୫୧ତମ ଜିଏସ୍‌ଟି କାଉନସିଲ ବୈଠକ ପୂର୍ବରୁ ଗତ ଜୁନ୍‌ ମାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଦାବି ସଂକ୍ରାନ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ଯେ, ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀ (ଜଙ୍ଗଲ ଅଧିକାରର ସ୍ବୀକୃତି) ଅଧିନିୟମ-୨୦୦୬ରେ ବ୍ୟାଖ୍ୟା କରାଯାଇଥିବା ଅଧିକାରର ଏକ ଅଂଶ ଭାବେ ଆଦିବାସୀମାନେ କେନ୍ଦ୍ରପତ୍ର ସଂଗ୍ରହ କରନ୍ତି।

ଏଭଳିସ୍ଥଳେ ୧୮% ଜିଏସ୍‌ଟି ଲାଗୁହେବା ଯୋଗୁ କେନ୍ଦୁପତ୍ର କାରବାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ଋତୁକାଳୀନ ଶ୍ରମିକଙ୍କ ଜୀବିକା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଏହି ବର୍ଗର ଲୋକଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଓଡ଼ିଶା ସରକାର ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ। କେବଳ ଶାସକ ବିଜେଡି ନୁହେଁ, ଭାରତୀୟ ଜନତା ପାର୍ଟି ମଧ୍ୟ ଜିଏସ୍‌ଟି ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ଅନୁରୋଧ କରିଛି। ଗତ ସେପ୍ଟେମ୍ବରରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ସମୟରେ ଭାଜପା ଏମ୍‌ପି ବସନ୍ତ ପଣ୍ଡା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ଏକ ସ୍ମାରକପତ୍ର ଦେଇଥିଲେ।

ଅନ୍ୟପକ୍ଷରେ ଶନିବାର ଜିଏସ୍‌ଟି କାଉନସିଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଛି। ତଦନୁଯାୟୀ ପ୍ରି-ପ୍ୟାକେଜ୍‌ ଓ ଲେବଲ ଫର୍ମରେ ବିକ୍ରି ହେଉଥିବା ମିଲେଟ୍‌ ଭିତ୍ତିକ ଅଟା ଉପରେ ୫% ଜିଏସ୍‌ଟି ଲାଗୁ ହୋଇଛି। ତେବେ ଅତିକମ୍‌ରେ ୭୦% ମିଲେଟ୍‌ ଥିବା ଅଟା ଖୋଲାରେ ବିକ୍ରି ହେଲେ ସେଥିରେ ଜିଏସ୍‌ଟି ଲାଗିବ ନାହିଁ। ଅର୍ଥମନ୍ତ୍ରୀ ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ (ଜିଏସ୍‌ଟିଏଟି) ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସର୍ବାଧିକ ବୟସ ସୀମା ପୁନଃ ନିର୍ଦ୍ଧାରଣ କରିଛନ୍ତି। ତଦନୁଯାୟୀ ଅଧ୍ୟକ୍ଷଙ୍କ ବୟସ ସୀମା ୭୦ ଏବଂ ସଦସ୍ୟମାନଙ୍କ ବୟସ ୬୭ ବର୍ଷକୁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏହି ବୟସ ସୀମା ଯଥାକ୍ରମେ ୬୭ ଏବଂ ୬୫ ବର୍ଷ ଥିଲା। ସେହିପରି ମଦ ପାଇଁ କଞ୍ଚାମାଲ ଭାବେ ବ୍ୟବହାର ହେଉଥିବା ଆଖୁ ଦୋରୁଅ ଉପରେ ଲାଗୁ ହୋଇଥିବା ୨୮% ଜିଏସ୍‌ଟି ୫%କୁ ହ୍ରାସ କରାଯାଇଛି। ଏହାସହ ମାନବ ବ୍ୟବହାର ପାଇଁ ଉର୍ଦ୍ଦିଷ୍ଟ ଆଲ୍‌କୋହଲ (ଏକ୍ସଟ୍ରା ନ୍ୟୁଟ୍ରାଲ ଆଲ୍‌କୋହଲ ବା ଇଏନ୍‌ଏ)କୁ ଜିଏସ୍‌ଟିରୁ ବାହାର କରାଯାଇଛି। କିନ୍ତୁ ଶିଳ୍ପ ପାଇଁ ଉର୍ଦ୍ଦିଷ୍ଟ ଇଏନ୍‌ଏ ଉପରେ ୧୮% ଜିଏସ୍‌ଟି ଜାରି ରହିବ ବୋଲି କାଉନସିଲ ସଦସ୍ୟ ତଥା ଛତିଶଗଡ଼ ଅର୍ଥମନ୍ତ୍ରୀ ଟି.ଏସ୍‌. ସିଂଦେଓ କହିଛନ୍ତି। ଅନ୍ୟପକ୍ଷରେ ବୈଠକରେ ଦିଲ୍ଲୀ, ଗୋଆ ଏବଂ ଅନ୍ୟ କେତେକ ରାଜ୍ୟ ଅନ୍‌ଲାଇନ ଗେମିଂ କମ୍ପାନୀଗୁଡ଼ିକୁ ଟିକସ ଠକେଇ ନେଇ ହୋଇଥିବା ଜିଏସ୍‌ଟି ଡିମାଣ୍ଡ ନୋଟିସ ପ୍ରସଙ୍ଗ ଉଠାଇଥିଲେ। ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶି କହିଛନ୍ତି, ଅଣଭାଜପାଶାସିତ ରାଜ୍ୟର କମ୍ପାନୀଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ଅନ୍‌ଲାଇନ୍‌ ଗେମ୍‌ ପରିଚାଳନାକାରୀ ସଂସ୍ଥାଗୁଡ଼ିକୁ ଅଧିକ ମୂଲ୍ୟର ଡିମାଣ୍ଡ ନୋଟିସ୍‌ ପଠାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌…

ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ…

ଆସିଲା Flipkart Big Billion Days Saleର ତାରିଖ! iPhone 17 ଉପରେ ମିଳିବ ଭାରି ଡିସ୍କାଉଣ୍ଟ, କମିଯିବ ଏତେ…

ନୂଆଦିଲ୍ଲୀ,୧୧।୯: ଅନଲାଇନ ସପିଂ ପ୍ରେମୀଙ୍କ ପାଇଁ ବଡ଼ ଖବର। ଫ୍ଲିପକାର୍ଟର ବର୍ଷର ସବୁଠୁ ବଡ଼ ଫେଷ୍ଟିଭ ସେଲ Big Billion Days 2026 ଖୁବଶୀଘ୍ର ଆରମ୍ଭ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?