ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ଏହା ଏକ ଅନ୍ତର୍ଜାତୀୟ ପ୍ରାଣୀ ଚୋରା ଚାଲାଣ ର଼୍ୟାକେଟ ହୋଇଥିବାରୁ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଟିଏଫ୍‌ ଶୁକ୍ରବାର ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ହୋଇଥିବା ଥାର୍‌ ଗାଡ଼ି ମାଲିକଙ୍କୁ ଚିହ୍ନଟ କରିଛି। ସମ୍ପୃକ୍ତ ଥାର୍‌ ମାଲିକଙ୍କ ଘର ହାଓଡାରେ ହୋଇଥିବାବେଳେ ପଶ୍ଚିମବଙ୍ଗ ନ୍ୟୁ ଦୀଘାରେ ତାଙ୍କର ଏକ ହୋଟେଲ ରହିଛି। ଉକ୍ତ ହୋଟେଲରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ତେବେ ସେମାନେ କାହା ଜରିଆରେ ଓରାଙ୍ଗଉଟାନ ଶାବକଙ୍କୁ ଚାଲାଣ କରୁଥିଲେ। କ’ଣ ପାଇଁ ବାଲେଶ୍ୱର ଜଙ୍ଗଲରେ ଛାଡ଼ି ପଳାଇଲେ, ସେନେଇ ତଥ୍ୟ ସଂଗ୍ରହ କରିବାକୁ ଲାଗି ପଡିଛି। ତେବେ ମାଷ୍ଟରମାଇଣ୍ଡ୍‌ ଦୁବାଇରେ ରହି ର଼୍ୟାକେଟ ଚଳାଇଥିବାବେଳେ ଦୀଘାସ୍ଥିତ ଉକ୍ତ ହୋଟେଲ ମାଲିକ ଓ ତାଙ୍କ ପୁଅ ଭାରତରେ ଏହି ବେଆଇନ କାରବାରର ମଙ୍ଗ ଧରିଥିବା ଜଣାପଡିଛି। ଉଭୟ ବାପପୁଅ ଫେରାର ଥିବାବେଳେ ଏଥିରେ ଅନ୍ୟ ୬ଜଣଙ୍କ ସମ୍ପୃକ୍ତି ଥିବାରୁ ସମସ୍ତଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟିମ୍‌ ଛାନ୍‌ଭିନ୍‌ କରୁଥିବା ସୂଚନା ମିଳିଛି। ଭାରପ୍ରାପ୍ତ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ଏସ୍‌ଟିଏଫ୍‌ ପକ୍ଷରୁ ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ନିଆଯିବ। ଏହି ଘଟଣାରେ ଏସ୍‌ଟିଏଫ୍‌ ତଦନ୍ତ କରୁ ବୋଲି ଆମକୁ ପିସିସିଏଫ୍‌ ଅନୁରୋଧ କରିଥିଲେ। ଏହି ମାମଲାକୁ ଏସ୍‌ଟିଏଫ୍‌ ନେବା ପାଇଁ ମୁଁ ନିର୍ଦ୍ଦେଶ ଦେଇସାରିଛି। ଏସ୍‌ଟିଏଫ୍‌ର ଓ୍ବାଇଲ୍ଡ୍‌ଲାଇଫ୍‌ ଓ୍ବିଙ୍ଗ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ୭ରୁ ୮ ଦିନ ଭିତରେ ମାମଲାର ପ୍ରଗତି ଦେଖିବାକୁ ମିଳିବ। ଯେଉଁଠିକୁ ଯିବା ପାଇଁ ଦରକାର କରିବ ଆମେ ଯିବୁ। ଓରାଙ୍ଗଉଟାନଗୁଡ଼ିକୁ କେଉଁ ରୁଟ୍‌ରେ, କିଏ ଆଣିଥିଲା ଏବଂ ଉଦ୍ଦେଶ୍ୟ କ’ଣ ଥିଲା, ସବୁକିଛି ପର୍ଦ୍ଦାଫାଶ ହେବ ବୋଲି ଡିଜିପି କହିଛନ୍ତି।
ରହସ୍ୟ ଖୋଲୁଛି କଳା ଥାର୍‌
ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ କଳା ଥାର୍‌ ବ୍ୟବହାର ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। ସିସିଟିଭି ଫୁଟେଜରେ ଥାର୍‌ର ଠିକଣା ମିଳିଥିଲା। ଘଟଣା ଜଣାପଡିବାର ପୂର୍ବ ରାତି ଅର୍ଥାତ୍‌ ସୋମବାର ରାତି ପ୍ରାୟ ୧୦ଟା ୫୬ରେ ଉକ୍ତ କଳା ରଙ୍ଗର ଥାର୍‌ ଦୀଘାସ୍ଥିତ ଉକ୍ତ ହୋଟେଲରୁ ବାହାରିଥିବା ଜଣାପଡିଛି। ରାତି ପ୍ରାୟ ୧୧ଟା ୩୫ରେ ଉକ୍ତ ଗାଡି ଭୋଗରାଇ ବିଚିତ୍ରପୁର ନିକଟରେ ଯାଉଥିବା ଆଉଏକ ସିସିଟିଭି ଫୁଟେଜରୁ ଦେଖାଯାଇଛି; ଯେଉଁଥିରୁ ଏହି ଅନ୍ତର୍ଜାତୀୟ ପ୍ରାଣୀ ଚୋରା ଚାଲାଣ ର଼୍ୟାକେଟରେ ଥାର୍‌ ଓ ଉକ୍ତ ହୋଟେଲ ମାଲିକଙ୍କ ସମ୍ପୃକ୍ତି ଜଣାପଡିଛି ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।
ପରିବେଶ ସହ ଖାପ ଖୁଆଉଛନ୍ତି ୫ ଶାବକ: ପିସିସିଏଫ୍‌
ବିଦେଶରୁ ଚାଲାଣ ହୋଇଥିବା ୫ ଓରାଙ୍ଗଉଟାନ ଶାବକ ଏବେ ନନ୍ଦନକାନନରେ ରହୁଛନ୍ତି। କିପରି ଓଡ଼ିଶା ପରିବେଶ ସହ ଖାପ ଖୁଆଇବେ, ସୁସ୍ଥ ରହିବେ ତାହାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର। ମା’ଠୁ ଅଲଗା ହୋଇ ଅବସାଦରେ ରହିଥିବା ଓରାଙ୍ଗଉଟାନ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଖାଉଛନ୍ତି, ଖେଳୁଛନ୍ତି, ଧୀରେ ଧୀରେ ପରିବେଶ ସହ ଖାପ ଖୁଆଇବେ ବୋଲି ଆଶା କରାଯାଉଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା। ସେହିପରି ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶା କେବେ ହେଲେ ଏକ ଟ୍ରାଞ୍ଜିଟ୍‌ ପଥ ହେବାକୁ ଦିଆଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି। ବିଦେଶୀ ବନ୍ୟପ୍ରାଣୀଙ୍କ ଏହି ବେଆଇନ ପରିବହନରେ କୌଣସି ନେଟ୍‌ୱର୍କ ସମ୍ପୃକ୍ତ ଥିଲେ, ତାହାକୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଏସ୍‌ଟିଏଫ୍‌ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଟାଓ୍ବାର ଟମ୍ପ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଅନ୍ତର୍ଜାତୀୟ ନେଟଓ୍ବର୍କର ପର୍ଦ୍ଦାଫାଶ କରିବାରେ ଲାଗିପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?