ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ଏହା ଏକ ଅନ୍ତର୍ଜାତୀୟ ପ୍ରାଣୀ ଚୋରା ଚାଲାଣ ର଼୍ୟାକେଟ ହୋଇଥିବାରୁ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଟିଏଫ୍‌ ଶୁକ୍ରବାର ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ହୋଇଥିବା ଥାର୍‌ ଗାଡ଼ି ମାଲିକଙ୍କୁ ଚିହ୍ନଟ କରିଛି। ସମ୍ପୃକ୍ତ ଥାର୍‌ ମାଲିକଙ୍କ ଘର ହାଓଡାରେ ହୋଇଥିବାବେଳେ ପଶ୍ଚିମବଙ୍ଗ ନ୍ୟୁ ଦୀଘାରେ ତାଙ୍କର ଏକ ହୋଟେଲ ରହିଛି। ଉକ୍ତ ହୋଟେଲରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ତେବେ ସେମାନେ କାହା ଜରିଆରେ ଓରାଙ୍ଗଉଟାନ ଶାବକଙ୍କୁ ଚାଲାଣ କରୁଥିଲେ। କ’ଣ ପାଇଁ ବାଲେଶ୍ୱର ଜଙ୍ଗଲରେ ଛାଡ଼ି ପଳାଇଲେ, ସେନେଇ ତଥ୍ୟ ସଂଗ୍ରହ କରିବାକୁ ଲାଗି ପଡିଛି। ତେବେ ମାଷ୍ଟରମାଇଣ୍ଡ୍‌ ଦୁବାଇରେ ରହି ର଼୍ୟାକେଟ ଚଳାଇଥିବାବେଳେ ଦୀଘାସ୍ଥିତ ଉକ୍ତ ହୋଟେଲ ମାଲିକ ଓ ତାଙ୍କ ପୁଅ ଭାରତରେ ଏହି ବେଆଇନ କାରବାରର ମଙ୍ଗ ଧରିଥିବା ଜଣାପଡିଛି। ଉଭୟ ବାପପୁଅ ଫେରାର ଥିବାବେଳେ ଏଥିରେ ଅନ୍ୟ ୬ଜଣଙ୍କ ସମ୍ପୃକ୍ତି ଥିବାରୁ ସମସ୍ତଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟିମ୍‌ ଛାନ୍‌ଭିନ୍‌ କରୁଥିବା ସୂଚନା ମିଳିଛି। ଭାରପ୍ରାପ୍ତ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ଏସ୍‌ଟିଏଫ୍‌ ପକ୍ଷରୁ ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ନିଆଯିବ। ଏହି ଘଟଣାରେ ଏସ୍‌ଟିଏଫ୍‌ ତଦନ୍ତ କରୁ ବୋଲି ଆମକୁ ପିସିସିଏଫ୍‌ ଅନୁରୋଧ କରିଥିଲେ। ଏହି ମାମଲାକୁ ଏସ୍‌ଟିଏଫ୍‌ ନେବା ପାଇଁ ମୁଁ ନିର୍ଦ୍ଦେଶ ଦେଇସାରିଛି। ଏସ୍‌ଟିଏଫ୍‌ର ଓ୍ବାଇଲ୍ଡ୍‌ଲାଇଫ୍‌ ଓ୍ବିଙ୍ଗ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ୭ରୁ ୮ ଦିନ ଭିତରେ ମାମଲାର ପ୍ରଗତି ଦେଖିବାକୁ ମିଳିବ। ଯେଉଁଠିକୁ ଯିବା ପାଇଁ ଦରକାର କରିବ ଆମେ ଯିବୁ। ଓରାଙ୍ଗଉଟାନଗୁଡ଼ିକୁ କେଉଁ ରୁଟ୍‌ରେ, କିଏ ଆଣିଥିଲା ଏବଂ ଉଦ୍ଦେଶ୍ୟ କ’ଣ ଥିଲା, ସବୁକିଛି ପର୍ଦ୍ଦାଫାଶ ହେବ ବୋଲି ଡିଜିପି କହିଛନ୍ତି।
ରହସ୍ୟ ଖୋଲୁଛି କଳା ଥାର୍‌
ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ କଳା ଥାର୍‌ ବ୍ୟବହାର ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। ସିସିଟିଭି ଫୁଟେଜରେ ଥାର୍‌ର ଠିକଣା ମିଳିଥିଲା। ଘଟଣା ଜଣାପଡିବାର ପୂର୍ବ ରାତି ଅର୍ଥାତ୍‌ ସୋମବାର ରାତି ପ୍ରାୟ ୧୦ଟା ୫୬ରେ ଉକ୍ତ କଳା ରଙ୍ଗର ଥାର୍‌ ଦୀଘାସ୍ଥିତ ଉକ୍ତ ହୋଟେଲରୁ ବାହାରିଥିବା ଜଣାପଡିଛି। ରାତି ପ୍ରାୟ ୧୧ଟା ୩୫ରେ ଉକ୍ତ ଗାଡି ଭୋଗରାଇ ବିଚିତ୍ରପୁର ନିକଟରେ ଯାଉଥିବା ଆଉଏକ ସିସିଟିଭି ଫୁଟେଜରୁ ଦେଖାଯାଇଛି; ଯେଉଁଥିରୁ ଏହି ଅନ୍ତର୍ଜାତୀୟ ପ୍ରାଣୀ ଚୋରା ଚାଲାଣ ର଼୍ୟାକେଟରେ ଥାର୍‌ ଓ ଉକ୍ତ ହୋଟେଲ ମାଲିକଙ୍କ ସମ୍ପୃକ୍ତି ଜଣାପଡିଛି ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।
ପରିବେଶ ସହ ଖାପ ଖୁଆଉଛନ୍ତି ୫ ଶାବକ: ପିସିସିଏଫ୍‌
ବିଦେଶରୁ ଚାଲାଣ ହୋଇଥିବା ୫ ଓରାଙ୍ଗଉଟାନ ଶାବକ ଏବେ ନନ୍ଦନକାନନରେ ରହୁଛନ୍ତି। କିପରି ଓଡ଼ିଶା ପରିବେଶ ସହ ଖାପ ଖୁଆଇବେ, ସୁସ୍ଥ ରହିବେ ତାହାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର। ମା’ଠୁ ଅଲଗା ହୋଇ ଅବସାଦରେ ରହିଥିବା ଓରାଙ୍ଗଉଟାନ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଖାଉଛନ୍ତି, ଖେଳୁଛନ୍ତି, ଧୀରେ ଧୀରେ ପରିବେଶ ସହ ଖାପ ଖୁଆଇବେ ବୋଲି ଆଶା କରାଯାଉଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା। ସେହିପରି ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶା କେବେ ହେଲେ ଏକ ଟ୍ରାଞ୍ଜିଟ୍‌ ପଥ ହେବାକୁ ଦିଆଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି। ବିଦେଶୀ ବନ୍ୟପ୍ରାଣୀଙ୍କ ଏହି ବେଆଇନ ପରିବହନରେ କୌଣସି ନେଟ୍‌ୱର୍କ ସମ୍ପୃକ୍ତ ଥିଲେ, ତାହାକୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଏସ୍‌ଟିଏଫ୍‌ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଟାଓ୍ବାର ଟମ୍ପ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଅନ୍ତର୍ଜାତୀୟ ନେଟଓ୍ବର୍କର ପର୍ଦ୍ଦାଫାଶ କରିବାରେ ଲାଗିପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?