ନୂଆପଡ଼ା,୮।୧୦(ମକାରୁ ବେମାଲ)ନୂଆପଡା ଜିଲାରେ ୨୦୨୩ ଜୁନ ୧୯ରେ ଜିଲାପାଳଙ୍କ ପତ୍ରସଂଖ୍ୟା ୧୯୧୨ରେ ଜିଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ୭୯ ଶିକ୍ଷୟିତ୍ରୀ, ଶିକ୍ଷକ ଓ ୧୯ ଜଣ ପ୍ରଧାନ ଶିକ୍ଷକଙ୍କ ବଦଳି ଆଦେଶ ହୋଇଥିଲା। ସରକାରୀ ଆଦେଶକୁ ବେଖାତିର କରି ତତ୍କାଳୀନ ଜିଲା ମଙ୍ଗଳ ଅଧିକାରୀ ବଦଳି ପ୍ରକ୍ରିୟାକୁ ନିଜ ମନମୁଖୀ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅବିଭାବକ, ଜିଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ଜିଲାପାଳଙ୍କ ଠାରେ ବଦଳି ପ୍ରକ୍ରିୟାର ଅନିୟମିତତା ସମ୍ବନ୍ଧରେ ଅଭିଯୋଗ କରିଥିଲେ। ଖୁବଶିଘ୍ର ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅନୁପାତରେ ଶିକ୍ଷକ ଦିଆଯିବ ଓ ବଦଳିର ପୁନଃ ନବୀକରଣ କରାଯିବ ବୋଲି ଜିଲାପାଳ ହେମକାନ୍ତ ସାୟ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେଲା ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପତ୍ର ସଂଖ୍ୟା ୨୪୬୭, ୨୦୨୩ ଜୁଲାଇ ୨୦ରେ ଜିଲା ମଙ୍ଗଳ ଅଧିକାରୀ ନନ୍ଦି କିଶୋର ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି ଆଦେଶ ହେଲା। ନୂତନ ଜିଲା ମଙ୍ଗଳ ଅଧିକାରୀ ଯୋଗଦାନ କଲା ପରେ ବିଭାଗୀୟ ଶିକ୍ଷୟିତ୍ରୀ,ଶିକ୍ଷକ, ଅବିଭାବକ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ ଚୁପ ରହିଛି। ଜିଲାରେ ଥିବା ୮ ଟି ଆଶ୍ରମ ବିଦ୍ୟାଳୟରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦବୀରେ ବରିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରି କନିଷ୍ଠ ଶିକ୍ଷକମାନଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ କରାଯାଇଛି। ଜିଲାରେ ଖାଲିଥିବା ସ୍ନାତକ ତାଲିମପ୍ରାପ୍ତ (ବିଇଡି) ପ୍ରଧାନ ଶିକ୍ଷକ ପଦବୀ ଗୋଟିଏ ଓ ୬ଟି ଯୁକ୍ତ ଦୁଇ ସିଟି ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଦୋନ୍ନତି କମିଟି ଡକା ଯାଇ ନାହିଁ କି ପଦୋନ୍ନତି ଦିଆଯାଇ ନାହିଁ। ସ୍ନାତକ ତାଲିମପ୍ରାପ୍ତ ବିଇଡି ପ୍ରଧାନ ଶିକ୍ଷକ ୩ ଜଣଙ୍କୁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ କରାଯାଇଛି। ଆଶ୍ରମ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ଶିକ୍ଷକ ଅନୁପାତରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ପାଠପଢା ବନ୍ଦ ହୋଇ ଯାଇଛି। ଏଣୁ ସମସ୍ତ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଛାତ୍ର, ଶିକ୍ଷକ ଅନୁପାତରେ ଶିକ୍ଷକ ନିଯୁକ୍ତ, ଖାଲିଥିବା ପ୍ରଧାନ ଶିକ୍ଷକ ପଦୋନ୍ନତି ତାଲିକା ଭିତରେ ବରିଷ୍ଠ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକ ପଦରେ ନିଯୁକ୍ତି, ପ୍ରତି ଆଶ୍ରମ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷୟିତ୍ରୀ ଓ ଜଣେ ଲେଖାଏଁ ବିଜ୍ଞାନ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦେଇ ଜିଲାପାଳ ହସ୍ତକ୍ଷେପ କରି ବଦଳି ନବୀକରଣ କରିବା ସକାଶେ ଅବିଭାବକ, ଶିକ୍ଷାବିତ, ଜନସାଧାରଣ ଓ ଶିକ୍ଷକ ମହଲରେ ଦାବି ହେଉଛି।
ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ କୋରାପୁଟ, ୧୫୯୮୭ ହେକ୍ଟର ଜମିରେ ୨୭୭୫୦ ଚାଷୀ କରୁଛନ୍ତି ଚାଷ
କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଜିଲା ଡିଏନ୍କେ ସଦ୍ଭାବନା ଗୃହଠାରେ ଜିଲାସ୍ତରୀୟ ‘ମାଣ୍ଡିଆ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ମାଣ୍ଡିଆ ଉତ୍ପାଦନରେ କୋରାପୁଟ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ…
ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ, ଏକ ଧାର୍ମିକ ରୀତିନୀତି ଅନୁଯାୟୀ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ…
ବିରାଟଙ୍କ ପରେ, ଜନ ସିନାଙ୍କ ନକଲ କରି ଗ୍ଲେନ ଫିଲିପ୍ସଙ୍କୁ ଥଟ୍ଟା କଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୭।୧୧: ୩୮ ବର୍ଷ ବୟସରେ, ରୋହିତ ଶର୍ମା ସ୍ପଷ୍ଟ ଭାବରେ ତାଙ୍କ କ୍ରିକେଟ କ୍ୟାରିୟରର ବାକି ସମୟ ଉପଭୋଗ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚର…
ବୁଧ-ଶନିଙ୍କ ଅଶୁଭ ଷଡାଷ୍ଟକ ଯୋଗ: ୫ ରାଶିଙ୍କ ପାଇଁ ବଢ଼ିବ ଅଡ଼ୁଆ, ପାଖରୁ ପଳେଇବ ସବୁ ଟଙ୍କା
ବୁଧ ଏବଂ ଶନି ଗ୍ରହର ଏହି ଅଶୁଭ ଷଡାଷ୍ଟକ ଯୋଗରୁ ଚାପ, କାର୍ଯ୍ୟରେ ବିଳମ୍ୱ, ଆର୍ଥିକ କ୍ଷତି ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ଜୀବନରେ ଆହ଼୍ବାନଗୁଡ଼ିକ…
ପାସ୍ ହେଲା ନୂଆ ଆଇନ୍: ଏଣିକି ଆଉ ଗୋଟିଏ ବିବାହ ନୁହେଁ, ଏକାସାଙ୍ଗେ ୩-୪ ଜଣଙ୍କୁ କରିହେବ ବିବାହ, ଜାଣନ୍ତୁ…
ଆମେରିକାରୁ ପ୍ରେମ ସମ୍ପର୍କକୁ ନେଇ ଏକ ଖବର ଆସିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ବାମୀ-ସ୍ତ୍ରୀଙ୍କ ପୁରୁଣା ଫର୍ମୂଲା ଆଉ ପ୍ରଯୁଜ୍ୟ ହେବ ନାହିଁ। କାଲିଫର୍ନିଆର…
ବର୍ଷା ବଞ୍ଚାଇଲା ଟିମ ଇଣ୍ଡିଆର ମାନ; ୧୩୫ ରନର ଲକ୍ଷ୍ୟ ପିଛା କରିବା ବେଳେ ବଢ଼ିଥିଲା ଚାପ, ଏମିତି ଜିତିଲେ ମେନ ଇନ୍ ବ୍ଲୁ
ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ବର୍ଷା ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଛି। ୧୩୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ…
ଆଇନଜୀବୀ ବାଳକୃଷ୍ଣଙ୍କ ପରଲୋକ: ଝୁରୁଛି ଗାଁ ମାଟି
ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଇଣ୍ଡି ଗ୍ରାମର ଯୁବ ଆଇନଜୀବୀ ତଥା ସରକାରୀ ଓକିଲ ବାଳକୃଷ୍ଣ ପୋଲାଇ (୫୦)ଙ୍କ ଶନିବାର…
ନବୀନଙ୍କୁ କାଉଣ୍ଟର କଲେ ମନ୍ତ୍ରୀ ଗୋକୁଳାନନ୍ଦ: ଗଞ୍ଜାମ ଗସ୍ତକୁ ନେଇ ବର୍ଷିଲେ, କହିଲେ ଲୋକଙ୍କ ପାଖରେ ନଥିଲେ ନବୀନ
ଭୁବନେଶ୍ୱର,୭।୧୧ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ଓ ମନ୍ତବ୍ୟକୁ ନେଇ କାଉଣ୍ଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲିକ। ନବୀନଙ୍କ ମନ୍ତବ୍ୟ…

