ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର ଆସିଥିଲା। ତେବେ ସରକାର ଏଭଳି ଖବରକୁ ଖଣ୍ଡନ କରିଥିଲେ ଏବଂ UPI ଉପରେ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

କିନ୍ତୁ ଏବେ ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ ଲହିରୀଙ୍କ ବୟାନ ଏହି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି। ତାଙ୍କ କହିବା ଅନୁସାରେ, UPI ସବୁବେଳ ପାଇଁ ମାଗଣା ରହିପାରିବ ନାହିଁ। ଭବିଷ୍ୟତରେ ଏହା ଉପରେ ଚାର୍ଜ ଲାଗିବାର ସମ୍ଭାବନା ରହିଛି।

ମୁମ୍ବାଇରେ ଚାଲିଥିବା ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୬ ସମୟରେ ଅଶୋକ ଲହିରୀ ଏକ ସାକ୍ଷାତକାରରେ UPI ଚାର୍ଜକୁ ନେଇ ମତ ରଖିଥିଲେ। ବ୍ୟବସାୟ ପେମେଣ୍ଟ ପାଇଁ UPI ଚାର୍ଜ କେବେଠାରୁ ଲାଗୁ ହୋଇପାରେ ବୋଲି ପଚରାଯିବାରୁ ସେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା କହିପାରିବେ ନାହିଁ ବୋଲି କହିଥିଲେ।

ତେବେ ତାଙ୍କ ମତରେ, UPI ପରି ବ୍ୟବସ୍ଥା ଚଳାଇବାରେ ଅପରେଟିଂ ଏବଂ ସେଟଅପ ଖର୍ଚ୍ଚ ରହିଛି। ତେଣୁ ସବୁକିଛିକୁ ଦୀର୍ଘ ସମୟ ଧରି ମାଗଣା ରଖିବା ସମ୍ଭବ ନୁହେଁ। ଫିନଟେକ କମ୍ପାନୀଗୁଡ଼ିକର ଏକ ସ୍ଥାୟୀ ଆର୍ଥିକ ମଡେଲ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

UPI ମାଧ୍ୟମରେ ଲୋକଙ୍କଠାରୁ ଚାର୍ଜ ନିଆଯିବ କି, ବ୍ୟବସାୟୀଙ୍କଠାରୁ ଚାର୍ଜ ଲାଗିବ କି, ନା ବ୍ୟବସାୟ-ବ୍ୟବସାୟ କାରବାରରେ ଶୁଳ୍କ ରହିବଏସବୁ ନିଷ୍ପତ୍ତି ବିଶେଷଜ୍ଞମାନେ ନେବେ ବୋଲି ସେ କହିଛନ୍ତି। ତେବେ UPI ନିଜର ଖର୍ଚ୍ଚ ନିଜେ ବହନ କରିପାରୁଥିବା ବ୍ୟବସ୍ଥା ହେବା ଉଚିତ ବୋଲି ତାଙ୍କ ମତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ…

ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?