ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ (କ୍ରେଟର) ଏବଂ ଭଗ୍ନାବଶେଷ ଏହି ଫାଟଗୁଡ଼ିକ ମଧ୍ୟରୁ ଅନେକକୁ ଘୋଡ଼ାଇ ପକାଇଛି।

ନୂତନ ଗବେଷଣାରୁ ମହାକାଶ ବିଜ୍ଞାନୀମାନେ ଜଣାଇଛନ୍ତି ଯେ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ଗ୍ରହ ବୁଧ (Mercury) ଖୁବ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛି। ଏହା କେବେ ଏକ ବଡ଼ ଗ୍ରହ ଥିଲା, ଯାହା ଏବେ ସଙ୍କୁଚିତ ହୋଇଯାଇଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଏହା ସେମାନଙ୍କ ଅନୁମାନଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ସଙ୍କୁଚିତ ହେଉଥାଇପାରେ।

ସିଏନଏନ (CNN)ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବୁଧ ଏକ ପଥୁରିଆ ଗ୍ରହ, ଯାହା ପ୍ରାୟ ୪.୫ ଆରବ ବର୍ଷ ପୂର୍ୱେ ଗ୍ୟାସ ଏବଂ ଧୂଳିକଣାର ଘୂର୍ଣ୍ଣନରୁ ସୃଷ୍ଟି ହୋଇଥିଲା। ନୂତନ ଗ୍ରହଟି ପ୍ରାରମ୍ଭରେ ଆଗ୍ନେୟଗିରିର ଲାଭା ଭଳି ଉତ୍ତପ୍ତ ଥିଲା। ଏହା ସହିତ ସୂର୍ଯ୍ୟଙ୍କ ଚାରିପାଖରେ ଘୂରୁଥିବା ମହାକାଶୀୟ ପଥରଗୁଡ଼ିକ ସହ ଏହାର ଧକ୍କା ମଧ୍ୟ ଲାଗିରହିଥିଲା, ଯାହା ଅଧିକ ଉତ୍ତାପ ଏବଂ ଶକ୍ତି ର୍ନିଗତ କରୁଥିଲା। ସମୟ ସହିତ ଏହି ଗ୍ରହଗୁଡ଼ିକରୁ ଉତ୍ତାପ ବାହାରିଯିବା ଫଳରେ ବୁଧ ଭଳି ଗ୍ରହର ଭିତର ଅଂଶ ସଙ୍କୁଚିତ ହୋଇଯାଏ। ଅନୁସନ୍ଧାନକାରୀଙ୍କ ମତରେ, ଅଧିକ ସଙ୍କୁଚିତ ହେବାର ଅର୍ଥ ହୋଇପାରେ ଯେ ବୁଧର ଧାତବ କୋର୍‌ (Core) ବହୁତ ବଡ଼, ଧାତବ କୋର୍ରେ ସିଲିକନ ଭଳି ହାଲୁକା ଉପାଦାନ କମ ଥିଲା, କିମ୍ୱା ଆରମ୍ଭରେ ଏହାର ତାପମାତ୍ରା ବହୁତ ଅଧିକ ଥିଲା।

ବୁଧର ଫାଟିଯାଇଥିବା ପୃଷ୍ଠଭାଗରେ ଏହି ସଙ୍କୋଚନର ସ୍ପଷ୍ଟ ଚିହ୍ନ ରହିଛି। ବୈଜ୍ଞାନିକମାନେ ଏହି ଉଚ୍ଚା ଅଂଶ ଏବଂ ପଥୁରିଆ ଧାରଗୁଡ଼ିକୁ ‘ଶର୍ଟନିଂ ଷ୍ଟ୍ରକଚର’ (Shortening Structures ବା ସଙ୍କୋଚନରୁ ସୃଷ୍ଟ ସଂରଚନା) ବୋଲି କହିଥାନ୍ତି। କିଛି ପଥୁରିଆ ଧାର ୧ ମାଇଲ (୧.୬ କିଲୋମିଟର) ପର୍ଯ୍ୟନ୍ତ ଉଚ୍ଚ ଏବଂ ଶହ ଶହ ମାଇଲ ପର୍ଯ୍ୟନ୍ତ ବ୍ୟାପି ରହିପାରେ।

ଗ୍ରହାଣୁ (asteroids) ଏବଂ ଧୂମକେତୁ (comets) ମଧ୍ୟ ବୁଧ ଉପରେ କ୍ରମାଗତ ଧକ୍କା ଦେଇଛନ୍ତି, ଯାହା ଫଳରେ ଏହାର ପୃଷ୍ଠରେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛିଠିକ ଯେପରି ପୃଥିବୀର ଚନ୍ଦ୍ର ପୃଷ୍ଠରେ ଗର୍ତ୍ତ ରହିଛି। ’ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ’ ପତ୍ରିକାରେ ପ୍ରକାଶିତ ଏକ ନୂଆ ଅଧ୍ୟୟନ ଅନୁଯାୟୀ, ଧକ୍କା ଯୋଗୁଁ ବାହାରିଥିବା ଭଗ୍ନାବଶେଷ ହୁଏତ ସମୟ ସହିତ ବୁଧ ପ୍ରକୃତରେ କେତେ ସଙ୍କୁଚିତ ହୋଇଛି ତାହା ଲୁଚାଇ ରଖିଛି।

ନାସା (NASA) ଅନୁଯାୟୀ, ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ବୁଧ ସୂର୍ଯ୍ୟଠାରୁ ହାରାହାରି ୫୮ ନିୟୁତ (୫.୮ କୋଟି) କିଲୋମିଟର ଦୂରରେ ଅବସ୍ଥିତ ଏବଂ ପ୍ରତି ୮୮ ଦିନରେ ସୂର୍ଯ୍ୟଙ୍କ ଚାରିପାଖରେ ଏକ ପୂର୍ଣ୍ଣ ପରିକ୍ରମା ଶେଷ କରେ।

ବୁଧର ସଙ୍କୋଚନ ହାରକୁ ବୁଝିବା ଦ୍ୱାରା ଗ୍ରହଟିର କ୍ରମବିକାଶ କିପରି ହୋଇଥିଲା ଏବଂ ଏହାର ରହସ୍ୟମୟ ଅଭ୍ୟନ୍ତରୀଣ ଅଂଶ ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସିପାରିବ। ନଭେମ୍ୱର ମାସରେ ବୁଧ ଚାରିପାଖକୁ ଦୁଇଟି ଅର୍ୱିଟର ପଠାଇବାର ଯୋଜନା ରହିଛି। ’ବେପିକଲମ୍ୱୋ’ (BepiColombo) ମିଶନ, ଯାହା ପ୍ରାୟ ଆଠ ବର୍ଷର ଯାତ୍ରା ପରେ ବୁଧ ନିକଟରେ ପହଞ୍ଚିଛି, ଚଳିତ ବର୍ଷ ଶେଷ ସୁଦ୍ଧା ଗ୍ରହ ନିକଟରେ ଦୁଇଟି ଅର୍ୱିଟର ନିୟୋଜିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?