ଆସିଲା Flipkart Big Billion Days Saleର ତାରିଖ! iPhone 17 ଉପରେ ମିଳିବ ଭାରି ଡିସ୍କାଉଣ୍ଟ, କମିଯିବ ଏତେ…

ନୂଆଦିଲ୍ଲୀ,୧୧।୯: ଅନଲାଇନ ସପିଂ ପ୍ରେମୀଙ୍କ ପାଇଁ ବଡ଼ ଖବର। ଫ୍ଲିପକାର୍ଟର ବର୍ଷର ସବୁଠୁ ବଡ଼ ଫେଷ୍ଟିଭ ସେଲ Big Billion Days 2026 ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ଏହି ମେଗା ସେଲରେ ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ୍ସ, ହୋମ ଆପ୍ଲାଏନ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ବଡ଼ ଡିସ୍କାଉଣ୍ଟ ମିଳିପାରେ।

X ୟୁଜର୍‌ @X_Up_date ଫ୍ଲିପକାର୍ଟ ମୋବାଇଲ ଆପ୍‌ର ଏକ ସ୍କ୍ରିନ୍ସଟ ଶେୟାର କରିଛନ୍ତି। ଏଥିରେ Big Billion Days Sale 2026ର ଟିଜର୍‌ ଦେଖିବାକୁ ମିଳିଛି। ଲିକ୍‌ ହୋଇଥିବା ତଥ୍ୟ ଅନୁସାରେ, ଭାରତରେ ଏହି ମେଗା ସେଲ ଅକ୍ଟୋବର ୯ରୁ ଆରମ୍ଭ ହୋଇପାରେ।

ସେହିପରି Flipkart Plus ସଦସ୍ୟଙ୍କୁ ଅକ୍ଟୋବର ୮ରୁ ଅର୍ଲି ଆକ୍ସେସ ମିଳିବାର ସମ୍ଭାବନା ରହିଛି। ଅର୍ଥାତ୍‌ ସାଧାରଣ ଗ୍ରାହକଙ୍କ ତୁଳନାରେ Plus ମେମ୍ବରମାନେ ଗୋଟିଏ ଦିନ ପୂର୍ବରୁ ସେଲରେ ଡିଲ କିଣିପାରିବେ। ଲିକ୍‌ ହୋଇଥିବା ସ୍କ୍ରିନ୍ସଟରେ ବ୍ୟାଙ୍କ ଅଫର୍‌ର ସଙ୍କେତ ମଧ୍ୟ ମିଳିଛି। ଚୟନିତ Axis Bank ଓ ICICI Bank କାର୍ଡ ଜରିଆରେ ପେମେଣ୍ଟ କଲେ ଗ୍ରାହକଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳିପାରେ।
ତେବେ ଏହି ଅଫର୍‌ ପାଇଁ ସର୍ବନିମ୍ନ କାରବାର ରାଶି, ସର୍ବାଧିକ ଡିସ୍କାଉଣ୍ଟ ସୀମା ଏବଂ କେଉଁ କାର୍ଡଗୁଡ଼ିକ ଯୋଗ୍ୟ ହେବ, ସେନେଇ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ଗତବର୍ଷ ଅର୍ଥାତ୍‌ ୨୦୨୫ରେ ଫ୍ଲିପକାର୍ଟର Big Billion Days Sale ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଥିଲା। Plus ଏବଂ Black ମେମ୍ବରମାନଙ୍କୁ ୨୪ ଘଣ୍ଟା ପୂର୍ବରୁ ଅର୍ଲି ଆକ୍ସେସ ମିଳିଥିଲା।
ଗତବର୍ଷ Apple, Samsung ଓ Motorola ଭଳି ବ୍ରାଣ୍ଡର ସ୍ମାର୍ଟଫୋନ ସହିତ PC, ଲାପଟପ, ଟିଭି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପରେ ଆକର୍ଷଣୀୟ ଡିଲ ଦିଆଯାଇଥିଲା। ଏହା ସହିତ ଫ୍ଲାସ ଡିଲ, ଲିମିଟେଡ ଟାଇମ ଅଫର୍‌ ଓ Rush Hour Discount ମଧ୍ୟ ଗ୍ରାହକଙ୍କୁ ମିଳିଥିଲା।

ଗତବର୍ଷ ମଧ୍ୟ ଚୟନିତ ପ୍ରଡକ୍ଟ ଉପରେ Axis Bank ଓ ICICI Bank କାର୍ଡଧାରୀଙ୍କୁ ୧୦% ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳିଥିଲା। ତେଣୁ ଏଥରର Big Billion Days Saleରେ ମଧ୍ୟ ଗ୍ରାହକଙ୍କୁ ବଡ଼ ଅଫର୍‌ ମିଳିବ ବୋଲି ଆଶା କରାଯାଉଛି।

ଉପରୋକ୍ତ ସେଲ ତାରିଖ ଓ ଅଫର୍‌ ସମ୍ପର୍କିତ ତଥ୍ୟ ଲିକ ହୋଇଥିବା ସ୍କ୍ରିନ୍ସଟ ଉପରେ ଆଧାରିତ। ଫ୍ଲିପକାର୍ଟ ପକ୍ଷରୁ ଅଫିସିଆଲ ଘୋଷଣା ହେବା ପରେ ତାରିଖ ଓ ଅଫର୍‌ରେ ପରିବର୍ତ୍ତନ ହୋଇପାରେ
ଆପଣଙ୍କୁ କହିରଖୁଛୁ ଯେ, ଏହି ସେଲ ସମୟରେ ଗ୍ରାହକଙ୍କ ନଜର iPhone 17 ଉପରେ ରହିବ। ଏଥର କମ୍ପାନୀ ଦାମ୍‌ରେ ବଡ଼ ପରିବର୍ତ୍ତନ କରିଛି। ପ୍ରତିବର୍ଷ ନୂଆ iPhone ଲଞ୍ଚ ହେବା ପରେ ପୁରୁଣା ମଡେଲର ଦାମ କମିଥାଏ। କିନ୍ତୁ ଏଥର iPhone 17ର ଦାମ ୮୨,୯୯୦ ଟଙ୍କାରୁ ବଢ଼ାଇ ପ୍ରାୟ ୧ ଲକ୍ଷ ଟଙ୍କା କରାଯାଇଛି।
ଏଭଳି ସ୍ଥିତିରେ ଫ୍ଲିପକାର୍ଟର Big Billion Days Sale ସମୟରେ iPhone 17 କେତେ ଦାମରେ ଉପଲବ୍ଧ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଗ୍ରାହକ ହନ୍ତସନ୍ତ, ବ୍ୟାଙ୍କସେବା ପ୍ରଭାବିତ ହେବା ଆଶଙ୍କାରେ…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ…

ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ…

ହାତୀପଲ ଖାଇଯାଉଛନ୍ତି ପନିପରିବା, ଧାନଫସଲ ଦଳଚକଟି ନଷ୍ଟ କରିବା ସହ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର, ହାତୀଆଡ଼ି, ଦେଓଖାଳି, ବାଗଡ଼ା, ସୁମନ୍ତପୁର, କରପଡ଼ା ସମେତ ଚିକିଟି ବ୍ଲକର କେ.ନୂଆଗାଁ ଆଦି ଗ୍ରାମରେ ଗତ…

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

କମାଲ୍‌ କଲେ କୁଲଦୀପ ଯାଦବ: ୧୦ ଉଇକେଟ୍‌ ନେଇ ରଚିଲେ ଇତିହାସ

ଲଣ୍ଡନ,୧୧।୯:ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର…

ଟେଷ୍ଟ କ୍ରିକେଟ୍‌ର ଇତିହାସ ବଦଳାଇଦେଲେ ଏହି କ୍ରିକେଟର୍‌: ସମସ୍ତଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୧।୯: ଜୋ ରୁଟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଫିଲ୍ଡର ହୋଇପାରିଛନ୍ତି। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ସେ ଏହି ସଫଳତା ହାସଲ…

ଜମ୍ବୁରୁ ତାମିଲନାଡୁକୁ ଗୋ’ ଚାଲାଣ, ସ୍ଥାନୀୟ ଦଲାଲଙ୍କ ସହଯୋଗରେ…

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ-ବାବର ରାସ୍ତା ନିକଟ ଭାଟେଣୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌(ନଂ. ଟିଏନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri