Posted inଖେଳ

ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର,୮।୨(ସ୍ପୋଟର୍‌ସ ବ୍ୟୁରୋ): ଦୃଷ୍ଟିବାଧିତଙ୍କ ପାଇଁ ଖେଳାଯାଉଥିବା ଜାତୀୟ ନାଗେଶ ଟ୍ରଫି ୨୦୨୨-୨୩ ପାଇଁ ମଙ୍ଗଳବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟର ସୁଖରାମ ମାଝିଙ୍କୁ ଏହି ଦଳର ଅଧିନାୟକ ଏବଂ ଲିଙ୍ଗରାଜ ରାଉତରାଙ୍କୁ ଉପଅଧିନାୟକ ରଖାଯାଇଛି। ଏମ୍‌ଡି ଜାଫର ଇକ୍‌ବାଲ ୨୦୧୦ରୁ ଓଡ଼ିଶାର ଅଧିନାୟକ ରହି ଆସୁଥିବା ବେଳେ ଚଳିତ ଥର ଖେଳାଳି ହିସାବରେ ସେ ଦଳରେ ଅଛନ୍ତି। ବିଗତ ୧୨ ବର୍ଷ ହେବ ଜାଫରଙ୍କ ନେତୃତ୍ୱରେ ମୁଁ ଖେଳି ଆସୁଥିବା ବେଳେ ଅନେକ ଜିନିଷ ଶିଖିବାକୁ ପାଇଛି ବୋଲି କହିଛନ୍ତି ସୁଖରାମ। ଏହି ଦଳରେ ଦୁଇ ଜଣ ନୂତନ ଖେଳାଳି ହିକିମ ମୁର୍ମୁ ଓ ଗଉରା ହରିଜନଙ୍କୁ ସାମିଲ କରାଯାଇଛି। ୨୮ଟି ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିବା ବେଳେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ରେ ସ୍ଥାନ ପାଇଛି। ରାଜସ୍ଥାନର ଆଜମେରରେ ଓଡ଼ିଶା ନିଜର ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ। ତେଲଙ୍ଗାନା ସହିତ ୧୩, ଦିଲ୍ଲୀ ସହିତ ୧୫, ଜମ୍ମୁ କଶ୍ମୀର ସହିତ ୧୬ ଏବଂ ରାଜସ୍ଥାନ ସହିତ ୧୭ ଫେବୃୟାରୀରେ ଏହାର ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ ଓଡ଼ିଶା। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସୁପର୍‌ ଏଇଟ୍‌, ସେମିଫାଇନାଲ ଓ ଫାଇନାଲ ମୁମ୍ବାଇରେ ଖେଳାଯିବ।
ଓଡ଼ିଶା ଦଳ: ଏମ୍‌ଡି ଜାଫର ଇକ୍‌ବାଲ, କାଳିଆ ପ୍ରଧାନ, ତପନ କୁମାର ଗୌଡା, ହିକିମ ମୁର୍ମୁ, ଅନତଲ ମଲିକ୍‌, ଅଞ୍ଜନ ସିଂ, ଗଉରା ହରିଜନ, ନକୁଳ ବଡନାୟକ, ଲାଲ ପ୍ରସାଦ ସୋରେନ୍‌, ଅର୍ଜୁନ ଭାତ୍ରା, ସୁଖରାମ ମାଝି(ଅଧିନାୟକ), ଲିଙ୍ଗରାଜ ରାଉତରା, ଧନପତି ଗୌଡା, ଶୁକଦେବ ସୋରେସ।
କୋଚ୍‌: ଚନ୍ଦ୍ର ଶେଖର ପଟ୍ଟନାୟକ, ମ୍ୟାନେଜର: ଦେବାଶିଷ ସାହୁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri