Posted inଖେଳ

ପୁରସ୍କାର ଦୌଡ଼ରେ ସିରାଜ, ଶୁବମନ

ଦୁବାଇ, ୮।୨ (ପି.ଟି.): ଜାନୁୟାରୀ ମାସରେ ଚମତ୍କାର ପ୍ରଦର୍ଶନ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଦୌଡ଼ରେ ଭାରତ ପେସ୍‌ ବୋଲର ମହମ୍ମଦ ସିରାଜ ଓ ଓପନର ଶୁବମନ ଗିଲ୍‌ ରହିଛନ୍ତି। ପୁରସ୍କାର ପାଇଁ ତୃତୀୟ ଦାବିଦାର ରହିଛନ୍ତି ନ୍ୟୁଜିଲାଣ୍ଡ ଓପନର ଡେଭନ କନ୍‌ଓ୍ବେ। ତାଙ୍କର ବର୍ଷ ଆରମ୍ଭ ଖୁବ୍‌ ଭଲ ରହିଥିଲା। ସେ ସମସ୍ତ ଫର୍ମାଟରେ ମୋଟ ୩ଟି ଶତକ ଓ ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୨୨ରେ ସଫଳ ବର୍ଷ ପରେ ଗିଲ୍‌ ଗତ ମାସରେ ଉଭୟ ହ୍ବାଇଟ୍‌-ବଲ୍‌ ଫର୍ମାଟରେ ତାଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ। ଅନ୍ୟପକ୍ଷରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତିରେ ସିରାଜ ନିକଟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆଗୁଡ଼ିକରେ ବିଶେଷ କରି ନୂଆ ବଲ୍‌ରେ ଭାରତର ଫାଷ୍ଟ ବୋଲିଂ ଆକ୍ରମଣକୁ ଶାଣିତ କରିଥିଲେ। ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ଗିଲ୍‌ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ। ଏଥିରେ ସେ ମାତ୍ର ୭ ରନ ସଂଗ୍ରହ କରିିଥିଲେ। ପରବର୍ତ୍ତୀ ମ୍ୟାଚରେ ସେ ଏକ ଅଙ୍କ ବିଶିଷ୍ଟ ରନ ସ୍କୋର କରିଥିଲେ। ରାଜକୋଟଠାରେ ଅନୁଷ୍ଠିତ ତୃତୀୟ ଅନ୍ତର୍ଜାତୀୟ ଟି୨୦ରେ ସେ ୪୬ ରନ କରିଥିଲେ। ଗିଲ୍‌ ପରେ ଶ୍ରୀଲଙ୍କା ବିପକ୍ଷ ୩ ଅନ୍ତର୍ଜାତୀୟ ଦିନିକିଆରେ ୭୦, ୨୧ ଓ ୧୧୬ ରନ କରିଥିଲେ। ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ କିନ୍ତୁ ତାଙ୍କ ପ୍ରଦର୍ଶନ ଜୋର୍‌ଦାର ଥିଲା। ୨୩ ବର୍ଷୀୟ ଖେଳାଳି ୧୪୯ ବଲ୍‌ରୁ ୨୦୮ ରନ କରିଥିଲେ। ସେହିଦିନ ତାଙ୍କର ଜଣେ ହେଲେ ଟିମ୍‌ମେଟ୍‌ ୨୮ ରନ ଅତିକ୍ରମ କରିପାରି ନ ଥିଲେ। ଗିଲ୍‌ ଲୋକି ଫର୍ଗୁସନଙ୍କ ବୋଲିଂରେ କ୍ରମାଗତ ୩ ଛକା ମାରି ତାଙ୍କ ଦ୍ୱିଶତକ ପୂରଣ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ସେ ସର୍ବକନିଷ୍ଠ ଖେଳାଳି ହୋଇପାରିଥିଲେ। ପରବର୍ତ୍ତୀ ଦୁଇଟି ମ୍ୟାଚରେ ସେ ଅପରାଜିତ ୪୦ ଓ ୧୧୨ ରନ କରିଥିଲେ। ସିରିଜରେ ସେ ମୋଟ ୩୬୦ ରନ ସଂଗ୍ରହ କରିଥିଲେ। ଫଳତଃ ସେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିବାରେ ବାବର ଆଜମ (୨୦୧୬-୧୭ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ)ଙ୍କ ରେକର୍ଡ ସମକକ୍ଷ ହୋଇପାରିଥିଲେ। ଅପରପକ୍ଷରେ ସିରାଜଙ୍କ ଚମତ୍କାର ଫର୍ମର ପ୍ରତିଫଳନ ଆଇସିସି ପ୍ଲେୟର ର଼୍ୟାଙ୍କିଙ୍ଗରେ ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟ ଦିନିକିଆରେ ସେ ନମ୍ବର ଓ୍ବାନ ବୋଲର ହୋଇପାରିଥିଲେ। ଗୁଆହାଟିଠାରେ ଶ୍ରୀଲଙ୍କା ବିପକ୍ଷ ହାଇ ସ୍କୋରିଂ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ସେ ତାଙ୍କ ୭ ଓଭର ବୋଲିଂରେ ୩୦ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ। ପରବର୍ତ୍ତୀ ଦୁଇଟି ମ୍ୟାଚରେ ତାଙ୍କ ବୋଲିଂ ଫିଗର ୩/୩୦ ଓ ୪/୩୨ ରହିଥିଲା। ସିରିଜରେ ସେ ଥିଲେ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର। ହୋମ୍‌ ଗ୍ରାଉଣ୍ଡ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷ ହାଇସ୍କୋରିଂ ରୋମାଞ୍ଚ ମ୍ୟାଚରେ ଏହି ଡାହାଣହାତୀ ବୋଲର ତାଙ୍କ ୧୦ ଓଭର ବୋଲିଂରେ ୪୬ ରନ ବିନିମୟରେ ୪ ଉଇକେଟ ସଫଳତା ପାଇଥିଲେ। ରାୟପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ଓପନିଂ ବୋଲିଂ କରିବାକୁ ଆସି ସେ ତାଙ୍କ ୬ ଓଭର ବୋଲିଂରେ ୧ ମେଡେନ ସହ ୧୦ ରନ ବିନିମୟରେ ୧ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri