ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା। ଏହି ଆସନରେ ବିଜେଡି ରାଜେନ୍ଦ୍ର ସାହୁଙ୍କୁ ମଇଦାନକୁ ଓହ୍ଲାଇଛି। ନିର୍ବାଚନମଣ୍ଡଳୀରେ ଉଭୟ ନେତାଙ୍କ ଦବ୍‌ଦବା ରହିଥିବାରୁ ଏଥର ନିର୍ବାଚନରେ ହାଇଭୋଲ୍ଟେଜ୍‌ ଲଢ଼େଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ନିକଟରେ ପ୍ରଶାନ୍ତ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ସେବେଠାରୁ ତାଙ୍କ ଟିକେଟ ମିଳିବା ନିଶ୍ଚିତ ବୋଲି କୁହାଯାଉଥିଲା। ଅପରପକ୍ଷେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ବିଜେଡି ଟିକେଟ ନ ଦେଇ ରାଜେନ୍ଦ୍ରଙ୍କ ଉପରେ ଭରସା ଦେଖାଇଛି।

ପ୍ରକାଶ ଯେ, ପ୍ରଶାନ୍ତଙ୍କ ବ୍ୟତିତ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବିନ୍ଦ୍ର ଅଣ୍ଡିଆ , ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ ପ୍ରମୁଖଙ୍କୁ ଦଳ ଟିକେଟ ଦେଇଛି। ସେହିଭଳି ବିଜେଡି ରାଜେନ୍ଦ୍ରଙ୍କ ବ୍ୟତିତ ଭୋଗରାଇରୁ ଗୌତମବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍‌, ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର,୯ା୫: ରାଜଧାନୀରେ ଗୁରୁବାର ବଡ଼ ଧରଣର ଆଇଟି ରେଡ୍‌ ହୋଇଛି। ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଗୁରୁବାର ସଂନ୍ଧ୍ୟାରେ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଦେଲେ ସୂଚନା

ଗଞ୍ଜାମ,୯।୫: ଗୁରୁବାର ଗଞ୍ଜାମ କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri