Posted inରାଜ୍ୟ

ଖୁବ୍‌ଶୀଘ୍ର ଆସିବ ଭାଜପାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! ଏକାଧିକ ଆଶାୟୀ ଥିବାରୁ…

ଭୁବନେଶ୍ୱର,୪।୪: ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ଚାଲିଛି। ଭାଜପା ପୂର୍ବରୁ ୧୧୨ ବିଧାନସଭା ଓ ସମସ୍ତ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଖୁବଶୀଘ୍ର ଭାଜପା ମଧ୍ୟ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

ବାକି ଥିବା ୩୫ ବିଧାନସଭା ଆସନରେ ଟିକେଟ ବଣ୍ଟନ ପାଇଁ ଦଳର ତୁଙ୍ଗ ନେତା କସରତ ଚଳାଇଛନ୍ତି । ଆସନ ଗୁଡିକରେ ଏକାଧିକ ଆଶାୟୀ ଥିବା ବେଳେ ସମସ୍ତଙ୍କ ସହମତି ନେଇ ଗୋଟିଏ ନାଁ ଉପରେ ମୋହର ମାରିବାକୁ ଦଳ ସମୟ ନେଉଛି । ତେବେ ଦିନେ ଦୁଇ ଦିନ ଭିତରେ ଭାଜପା ବାକି ରହିଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି ।

ଅପରପକ୍ଷେ ୩୫ ବିଧାନସଭା ଆସନରେ କାହାକୁ ଟିକେଟ ମିଳିବ, କାହାର ଟିକେଟ କଟିବ ତାକୁ ନେଇ ଆଶାୟୀଙ୍କ ଉତ୍କଣ୍ଠା ବଢ଼ିଛି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ପ୍ରଚାର କରିପାରୁ ନ ଥିବାକୁ ନେଇ ଚିନ୍ତାରେ ରହିଛନ୍ତି ଆଶାୟୀ ପ୍ରାର୍ଥୀ ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ତାପମାତ୍ରା ୪୦ ଡିଗ୍ରୀ: ମିଳୁନି ପିଇବା ପାଣି, ଗରା, ବାଲଟି ଓ ଡେକଚି ଧରି…

ପାଟଣା, ୨୫।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌କୁ ଛୁଇଁଥିବା ବେଳେ ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଣମହୁଳଡିହା ପାତୁଳୁ…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଟ୍ବିଶା ଶର୍ମା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି, CJI କହିଲେ ଆମେ ଦୁଃଖିତ ଯେ…

ନୂଆଦିଲ୍ଲୀ,୨୫।୫: ସୋମବାର (୨୫ ମଇ, ୨୦୨୬) ଭୋପାଳରେ ଟ୍ବିଶା ଶର୍ମା ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ (CJI) ମତ ଦେଇଥିଲେ ଯେ ମୃତକଙ୍କ ଶାଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri