‘ଓଡ଼ିଶା ଲୋକେ ପିଉଛନ୍ତି ଝାଡ଼ଖଣ୍ଡ ପାଣି’

ବାରିପଦା ଅଫିସ,୨୮।୮-ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ କେତେକ ଗ୍ରାମର ଲୋକେ ପାନୀୟ ଜଳରୁ ବଞ୍ଚିତ ହୋଇ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପାଣିକୁ ବ୍ୟବହାର କରୁଛନ୍ତି। ଏନେଇ ଶୁକ୍ରବାର ଅନୁଷ୍ଠିତ ୧୧ତମ ଜିଲା ପରିଷଦ ବୈଠକରେ କଥା ଉଠିବା ପରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ପାନୀୟ ଜଳ ସମସ୍ୟାକୁ ନେଇ ମୟୂରଭଞ୍ଜ ସୀମା ଅଞ୍ଚଳରେ ଯେପରି କୋଟିଆ ଭଳି ପରିସ୍ଥିତି ନ ଉପୁଜେ ସେଥିଲାଗି ବୈଠକରେ ଉପସ୍ଥିତ ଥିବା ଜିଲାର ବିଧାୟକମାନେ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍‌ କରିଥିଲେ। ତିରିଂ ବ୍ଲକ ଅଧ୍ୟକ୍ଷା ଜେମାମଣି ଶୁଣ୍ଡି ପାନୀୟ ଜଳ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ମୟୂରଭଞ୍ଜ-ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତରେ ଥିବା ତିରିଂ ବ୍ଲକ ଅନ୍ତର୍ଗତ କେତେକ ଗ୍ରାମର ଲୋକେ ଝାଡ଼ଖଣ୍ଡ ରାଜ୍ୟର ପାଣି ପିଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ଘଟଣା ସମ୍ପର୍କରେ ଅବଗତ ହେଲା ପରେ ପରିଷଦର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତରେ ବସବାସ କରୁଥିବା ଲୋକମାନଙ୍କ ମୌଳିକ ସମସ୍ୟା ସୁଧାରିବା ଲାଗି ବିଧାୟକମାନେ ଗୁରୁତ୍ୱାରୋପ କରିଥିଲେ। ତେବେ ସେହି ଅଞ୍ଚଳରେ ବସବାସ କରୁଥିବା ପଞ୍ଚାୟତ ଓ ଗଁାର ତାଲିକା ପ୍ରସ୍ତୁତ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳଯୋଗାଣ ଆଦି ବ୍ୟବସ୍ଥାଗୁଡ଼ିକ ଅନୁଧ୍ୟାନ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ବିନୀତ ଭରଦ୍ୱାଜ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବାରିପଦା ମୁର୍ଗାବାଡ଼ିସ୍ଥିତ ପ୍ରୟାସ ହଲରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ସଭାପତିତ୍ୱ କରିଥିଲେ। ଏଥିରେ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ଜିଲାପାଳ ଭରଦ୍ୱାଜ, ପିଡି ଡିଆରଡିଏ ପି.ଅନ୍ବେଷା ରେଡ୍ଡି, ବଡ଼ସାହି ବିଧାୟକ ସନାତନ ବିଜୁଳୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ଡା. ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ୫୬ଜଣ ଜିଲା ପରିଷଦ ସଦସ୍ୟା ସଦସ୍ୟ, ବ୍ଲକ ଅଧ୍ୟକ୍ଷା ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲାର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ମତ୍ସ୍ୟ ଓ ପଶୁପାଳନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ା
ଅନ୍ୟପକ୍ଷରେ ୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ପଞ୍ଚମ ଅର୍ଥ କମିଶନ ଡିଭଲ୍ୟୁଶନ ପାଣ୍ଠି ଅନୁଦାନରେ ପ୍ରତି ପଞ୍ଚାୟତ ସମିତିକୁ ୨୯ଲକ୍ଷ ୧୪ହଜାର ୩୩୧ଟଙ୍କା ପାନୀୟଜଳ ଯୋଗାଣ ନିମନ୍ତେ ପ୍ରଦାନ କରାଯିବା ଲାଗି ଏହି ବୈଠକରେ ଗୃହୀତ ହେବାର ଥିଲା ା ଦୀର୍ଘ ୮ମାସ ପରେ ବୈଠକ ବସିଥିବା ବେଳେ ପ୍ରକଳ୍ପ ମଞ୍ଜୁରୀକୁ ନେଇ ପ୍ରଶାସନ ଓ ସଭ୍ୟମାନେ ଜିଦ୍‌ରେ ଅଡ଼ି ବସିଥିଲେ। ମାତ୍ର ଜିଲା ପରିଷଦ ଅଧ୍ୟକ୍ଷାଙ୍କ ରାଜ୍ୟସ୍ତରୀୟ ଭିଡିଓ କନଫରେନ୍ସିଂ ବୈଠକ ଥିବା ନେଇ ସେ ବୈଠକକୁ ଅଧାରୁ ବନ୍ଦ କରିଦେଇଥିଲେ। ଏହାକୁ ନେଇ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri