ନୂଆ ବନ୍ଦର ବିଲ୍‌କୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର,୩୦ା୬(ବ୍ୟୁରୋ):ଭାରତୀୟ ବନ୍ଦର ଆଇନ-୧୯୦୮କୁ ବଦଳାଇ ନୂତନ ଆଇନ ଆଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଭାରତୀୟ ବନ୍ଦର ବିଲ୍‌ -୨୦୨୧ ଚିଠା (ଡ୍ରାଫ୍ଟ) ପ୍ରସ୍ତୁତ କରିଛନ୍ତି। ଏହା ଉପରେ ମତାମତ ଦେବାକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏହି ବିଲ୍‌ରେ କେନ୍ଦ୍ର ସରକାର ରାଜ୍ୟଠାରୁ ଛୋଟ ବନ୍ଦରଗୁଡ଼ିକ ଉପରୁ କ୍ଷମତା ଛଡ଼ାଇ ନେବା ସହ ଓଡ଼ିଶା ରାଜ୍ୟ ସାମୁଦ୍ରିକ ବୋର୍ଡକୁ ଅକାମୀ କରିଦେବାକୁ ଷଡ଼ଯନ୍ତ୍ର କରିଛନ୍ତି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଥିବା ଛୋଟ ବନ୍ଦରଗୁଡ଼ିକର ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା କେନ୍ଦ୍ର ହାତକୁ ଚାଲିଯିବ। ଏହି ବିଲ୍‌କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି।
ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଛୋଟ ବନ୍ଦରଗୁଡ଼ିକର ଉତ୍ତମ ପରିଚାଳନା ପାଇଁ ଓଡ଼ିଶା ରାଜ୍ୟ ସାମୁଦ୍ରିକ ବୋର୍ଡ ଗଠନ କରିଛନ୍ତି। ୨୦୨୧ ଫେବୃୟାରୀରେ ବିଧାନସଭା ଦ୍ୱାରା ଏହାକୁ ଅନୁମୋଦନ କରାଯାଇ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟକୁ ପଠାଯାଇଛି। ଏହି ବୋର୍ଡ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ବନ୍ଦର ବିଲ୍‌-୨୦୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉକ୍ତ ବୋର୍ଡକୁ ସାମିଲ କରିବା ନେଇ କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ଏକ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ପଦ୍ମନାଭ ଚିଠିରେ ଉଲ୍ଲେଖ କରିଛନ୍ତି। ଜାତୀୟ ସ୍ବାର୍ଥ ପାଇଁ ବନ୍ଦରଗୁଡ଼ିକର ସୁରକ୍ଷା, ନିରାପତ୍ତା, ପ୍ରଦୂଷଣ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ଏହି ବିଲ୍‌ ସ୍ବାଗତଯୋଗ୍ୟ। କିନ୍ତୁ କେନ୍ଦ୍ର ସରକାର ସାମୁଦ୍ରିକ ରାଜ୍ୟ ଉନ୍ନୟନ ପରିଷଦ (ଏମ୍‌ଏସ୍‌ଡିସି) ଗଠନ କରି ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିବାକୁ ଚାହୁଁଛନ୍ତି। ଏହାକୁ ଓଡ଼ିଶା ସରକାର ବିରୋଧ କରିଛନ୍ତି। ୧୯୯୭ରୁ ଏମ୍‌ଏସ୍‌ଡିସି ଏକ ଉପଦେଷ୍ଟା ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ବନ୍ଦରଗୁଡ଼ିକ ପାଇଁ ଯୋଜନା, ବନ୍ଦର ଓ ଜଳପଥର ବିକାଶ ଦିଗରେ କାର୍ଯ୍ୟକରି ଆସୁଛି। ଚିଠା ବିଲ୍‌ରେ ଏହାକୁ ସଶକ୍ତ କରିବାକୁ ଆମ ରାଜ୍ୟ ସମର୍ଥନ କରୁଛି ବୋଲି ପଦ୍ମନାଭ କହିଛନ୍ତି। ଏଥିରେ ଜିଏସ୍‌ଟି କାଉନ୍‌ସିଲ ଭଳି କେବଳ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି। ଏମ୍‌ଏସ୍‌ଡିସି କେବଳ ସୁପାରିସ ଓ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ଉଚିତ। ବିଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ଉପକୂଳ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ଆବଶ୍ୟକତା ରହିଛି। ଏହି ବିଲ୍‌କୁ ତୁରନ୍ତ ସଂଶୋଧନ କରିବା ନିମନ୍ତେ ପଦ୍ମନାଭ କେନ୍ଦ୍ରମନ୍ତ୍ରୀ ମନସୁଖଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri