ନୂଆ ବନ୍ଦର ବିଲ୍‌କୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର,୩୦ା୬(ବ୍ୟୁରୋ):ଭାରତୀୟ ବନ୍ଦର ଆଇନ-୧୯୦୮କୁ ବଦଳାଇ ନୂତନ ଆଇନ ଆଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଭାରତୀୟ ବନ୍ଦର ବିଲ୍‌ -୨୦୨୧ ଚିଠା (ଡ୍ରାଫ୍ଟ) ପ୍ରସ୍ତୁତ କରିଛନ୍ତି। ଏହା ଉପରେ ମତାମତ ଦେବାକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏହି ବିଲ୍‌ରେ କେନ୍ଦ୍ର ସରକାର ରାଜ୍ୟଠାରୁ ଛୋଟ ବନ୍ଦରଗୁଡ଼ିକ ଉପରୁ କ୍ଷମତା ଛଡ଼ାଇ ନେବା ସହ ଓଡ଼ିଶା ରାଜ୍ୟ ସାମୁଦ୍ରିକ ବୋର୍ଡକୁ ଅକାମୀ କରିଦେବାକୁ ଷଡ଼ଯନ୍ତ୍ର କରିଛନ୍ତି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଥିବା ଛୋଟ ବନ୍ଦରଗୁଡ଼ିକର ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା କେନ୍ଦ୍ର ହାତକୁ ଚାଲିଯିବ। ଏହି ବିଲ୍‌କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି।
ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଛୋଟ ବନ୍ଦରଗୁଡ଼ିକର ଉତ୍ତମ ପରିଚାଳନା ପାଇଁ ଓଡ଼ିଶା ରାଜ୍ୟ ସାମୁଦ୍ରିକ ବୋର୍ଡ ଗଠନ କରିଛନ୍ତି। ୨୦୨୧ ଫେବୃୟାରୀରେ ବିଧାନସଭା ଦ୍ୱାରା ଏହାକୁ ଅନୁମୋଦନ କରାଯାଇ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟକୁ ପଠାଯାଇଛି। ଏହି ବୋର୍ଡ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ବନ୍ଦର ବିଲ୍‌-୨୦୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉକ୍ତ ବୋର୍ଡକୁ ସାମିଲ କରିବା ନେଇ କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ଏକ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ପଦ୍ମନାଭ ଚିଠିରେ ଉଲ୍ଲେଖ କରିଛନ୍ତି। ଜାତୀୟ ସ୍ବାର୍ଥ ପାଇଁ ବନ୍ଦରଗୁଡ଼ିକର ସୁରକ୍ଷା, ନିରାପତ୍ତା, ପ୍ରଦୂଷଣ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ଏହି ବିଲ୍‌ ସ୍ବାଗତଯୋଗ୍ୟ। କିନ୍ତୁ କେନ୍ଦ୍ର ସରକାର ସାମୁଦ୍ରିକ ରାଜ୍ୟ ଉନ୍ନୟନ ପରିଷଦ (ଏମ୍‌ଏସ୍‌ଡିସି) ଗଠନ କରି ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିବାକୁ ଚାହୁଁଛନ୍ତି। ଏହାକୁ ଓଡ଼ିଶା ସରକାର ବିରୋଧ କରିଛନ୍ତି। ୧୯୯୭ରୁ ଏମ୍‌ଏସ୍‌ଡିସି ଏକ ଉପଦେଷ୍ଟା ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ବନ୍ଦରଗୁଡ଼ିକ ପାଇଁ ଯୋଜନା, ବନ୍ଦର ଓ ଜଳପଥର ବିକାଶ ଦିଗରେ କାର୍ଯ୍ୟକରି ଆସୁଛି। ଚିଠା ବିଲ୍‌ରେ ଏହାକୁ ସଶକ୍ତ କରିବାକୁ ଆମ ରାଜ୍ୟ ସମର୍ଥନ କରୁଛି ବୋଲି ପଦ୍ମନାଭ କହିଛନ୍ତି। ଏଥିରେ ଜିଏସ୍‌ଟି କାଉନ୍‌ସିଲ ଭଳି କେବଳ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି। ଏମ୍‌ଏସ୍‌ଡିସି କେବଳ ସୁପାରିସ ଓ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ଉଚିତ। ବିଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ଉପକୂଳ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ଆବଶ୍ୟକତା ରହିଛି। ଏହି ବିଲ୍‌କୁ ତୁରନ୍ତ ସଂଶୋଧନ କରିବା ନିମନ୍ତେ ପଦ୍ମନାଭ କେନ୍ଦ୍ରମନ୍ତ୍ରୀ ମନସୁଖଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?