Posted inରାଜ୍ୟ

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର ଦୃଢ଼ ମାଇସ୍‌ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ) ନୀତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ନୀତି ମାଧ୍ୟମରେ ବ୍ୟବସାୟିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଏବଂ ବଡ଼ କର୍ପୋରେଟ ଇଭେଣ୍ଟଗୁଡ଼ିକୁ ନିଜ ରାଜ୍ୟକୁ ଆକର୍ଷିତ କରିବା ପାଇଁ ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ ଆଣିବେ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲ୍‌ରେ ଚାଲିଥିବା ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ର ରବିବାର ଦ୍ୱିତୀୟ ଦିବସରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ‘ଓଡ଼ିଶା ପାଇଁ ଏକ ମଜଭୁତ ମାଇସ୍‌ ନୀତି ପ୍ରସ୍ତୁତି ଓ ସହଯୋଗ’ ଶୀର୍ଷକକୁ ନେଇ ଗୋଲ୍‌ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ଓଡ଼ିଶା ମାଇସ୍‌ ଇନ୍‌ସେଣ୍ଟିଭ ପୋର୍ଟାଲ୍‌’ର ଶୁଭାରମ୍ଭ କରିଛନ୍ତି।
ପ୍ରଭାତୀ କହିଛନ୍ତି, ସରକାରଙ୍କ ନିୟମାବଳୀ ଓ ପ୍ରୋତ୍ସାହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ବଚ୍ଛ, ଯାହା ବ୍ୟବସାୟିକ ଭାଗୀଦାରଙ୍କୁ ରାଜ୍ୟର ଅର୍ଥନୈତିକ ବିକାଶର ପ୍ରତ୍ୟକ୍ଷ ମାଧ୍ୟମ ଭାବେ ସଶକ୍ତ କରୁଛି। ମାଇସ୍‌ କ୍ଷେତ୍ର, ଡେଷ୍ଟିନେଶନ ୱେଡିଂ, କ୍ରୀଡ଼ା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ ଐତିହ୍ୟ ଉଦ୍ୟୋଗଗୁଡ଼ିକ ପାଇଁ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦିଗରେ ସରକାର ସଂକଳ୍ପବଦ୍ଧ। ଓଡ଼ିଶାର ବୌଦ୍ଧ ସ୍ତୂପ, ବିସ୍ତୀର୍ଣ୍ଣ ଉପକୂଳ ଏବଂ ପ୍ରାକୃତିକ ଶୋଭାରାଜି ପ୍ରମୁଖ ଆକର୍ଷଣ ପାଲଟିଛି। ମନୋରମ ଫଟୋଶୁଟ୍‌ ସ୍ଥାନଠାରୁ ଆରମ୍ଭ କରି ଆଞ୍ଚଳିକ ଖାଦ୍ୟପେୟ ଭ୍ରମଣ ପର୍ଯ୍ୟନ୍ତ, ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟରେ ବିପୁଳ ସମ୍ଭାବନା ରହିଛି। ନିବେଶକମାନଙ୍କୁ ଆଶ୍ୱାସନା ଦେଇ ସେ କହିଲେ, ସରକାର ଘରୋଇ କ୍ଷେତ୍ରର ସୁପାରିସଗୁଡ଼ିକୁ ବିଚାର କରିବେ, ପ୍ରଶାସନିକ ବାଧାବିଘ୍ନ ଦୂର କରିବେ ଏବଂ ପୁଞ୍ଜି ସବ୍‌ସିଡି ପ୍ରଦାନ କରିବେ। ଏଥିସହ ସେ ପ୍ରତିନିଧିମାନଙ୍କୁ ରାଜ୍ୟର ବିକାଶ ସହ ବଢ଼ିବା ପାଇଁ ନିମନ୍ତ୍ରଣ ଜଣାଇଥିଲେ।
ପର୍ଯ୍ୟଟନ ବିଭାଗ ଶାସନ ସଚିବ ବଲୱନ୍ତ ସିଂ ଓଡ଼ିଶା ପର୍ଯ୍ୟଟନ ନିବେଶ ନୀତି ଉପରେ ଏକ ଉପସ୍ଥାପନା ପ୍ରଦାନ କରି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ବ୍ୟବସାୟିକ ସୁଯୋଗ ବିଷୟରେ ବୁଝାଇଥିଲେ। ଓଡ଼ିଆ ଖାଦ୍ୟପେୟର ବ୍ରାଣ୍ଡ୍‌ ଆମ୍ବାସାଡର ରଣବୀର ବ୍ରାର୍‌ କହିଲେ, ଉଚ୍ଚମାନର ଭ୍ରମଣ କେବଳ ଅଧିକ ଖର୍ଚ୍ଚ ଉପରେ ନୁହେଁ, ବରଂ ଦୁର୍ଲଭତା, ସାଂସ୍କୃତିକ ନିଷ୍ଠା ଓ ସ୍ବତନ୍ତ୍ର ଅନୁଭୂତି ଉପରେ ଅଧିକ ନିର୍ଭର କରୁଛି। ଏଥିପାଇଁ କେବଳ ଆୟୋଜନ ସ୍ଥଳ ନୁହେଁ, ବରଂ ସ୍ଥାନୀୟ ଗାଳ୍ପିକ, ରନ୍ଧନ ପ୍ରଣାଳୀ, ରୋଷେୟା, ହାଟବଜାର ଏବଂ ଆଞ୍ଚଳିକ ପର୍ବପର୍ବାଣିକୁ ଲିପିବଦ୍ଧ କରିବା ପାଇଁ ସେ ଏକ ସମ୍ପୂର୍ଣ୍ଣ ୧୦୦ଦିନିଆ ମ୍ୟାପିଂ ଅଭିଯାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଫିକି ମାଇସ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ସବାସ ଜୋସେଫ ଓଡ଼ିଶାର ସାଂସ୍କୃତିକ ସମ୍ପଦକୁ ଉପଯୋଗ କରିବା ପାଇଁ ଏକ ଶିଳ୍ପ ଖସଡ଼ା ଉପସ୍ଥାପନ କରିଥିଲେ। ସେ ଆଧୁନିକ କର୍ପୋରେଟ ସମ୍ମିଳନୀ ଓ ଆତିଥ୍ୟ କାର୍ଯ୍ୟକ୍ରମରେ ସ୍ଥାନୀୟ ରୀତିନୀତି, କାରିଗରି ପରମ୍ପରା ଏବଂ ପାରମ୍ପରିକ ଖାଦ୍ୟର ପରିଚୟକୁ ସାମିଲ କରିବାର ବ୍ୟବହାରିକ ମଡେଲ ସମ୍ପର୍କରେ ଧାରଣା ଦେଇଥିଲେ। ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଫିକି ପର୍ଯ୍ୟଟନ କମିଟିର ସହ ଅଧ୍ୟକ୍ଷ ଜେକେ ମହାନ୍ତି ଧନ୍ୟବାଦ ଦେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିଜେପି (CJP) ର ଆଶୁତୋଷ ରଙ୍କା କହିଲେ,‘ରକ୍ତର ପ୍ରତ୍ୟେକ ବୁନ୍ଦା…’, ହେଲେ ସେ କାହାକୁ ଦେଲେ ଏମିତି ଚ୍ୟାଲେଞ୍ଜ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ କରୁଛି। SIR ବିବାଦକୁ ନେଇ ସେମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?