ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି: ତଥାଗତ

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ):  ଓଡ଼ିଶା ତଥା ଓଡ଼ିଆ ଭାଷା ଉପରେ ଅନେକବାର ଆକ୍ରମଣ ହେବା ସତ୍ତ୍ୱେ ଏହା ଆଜି ମଧ୍ୟ ମୁଣ୍ଡ ଟେକି ବଞ୍ଚତ୍ ରହିଛି। ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି। ଜାତୀୟ ଗଣମାଧ୍ୟମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଏହାର ସ୍ବତନ୍ତ୍ରତାକୁ ବୁଝିପାରନ୍ତି ନାହିଁ। ସେହି କାରଣରୁ ଅନେକ ସମୟରେ ରାଜ୍ୟ ସଭା ଓ ଲୋକ ସଭାରେ ଓଡ଼ିଆ ଏମ୍‌ପିମାନଙ୍କ କଥାକୁ ଜାତୀୟ ଗଣମାଧ୍ୟମରେ ଠିକ୍‌ ଭାବେ ସ୍ଥାନ ଦିଆଯାଏ ନାହିଁ। ବିଶେଷକରି ଜାତୀୟ ଗଣମାଧ୍ୟମ ଓଡ଼ିଆଙ୍କ ମାନସିକତାକୁ ସହଜରେ ବୁଝିବାରେ ଅସମର୍ଥ ହେଉଥିବାରୁ, ଓଡ଼ିଶା ସମ୍ପର୍କରେ ତଥା ଏଠାରେ ହେଉଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ଖୁବ୍‌ କମ୍‌ ରିପୋର୍ଟ କରିଥାନ୍ତି। ଆମକୁ ନ ବୁଝି ପାରିବା ଏହା ସେମାନଙ୍କର ଅକ୍ଷମତା। ତେବେ ଆମେ ସେମାନଙ୍କ ବୁଝିବାଠାରୁ ବହୁ ଉନ୍ନତ ବୋଲି ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥା ପୂର୍ବତନ ଏମ୍‌ପି ତଥାଗତ ସତପଥୀ କହିଛନ୍ତି। କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ଏକ ଆଲୋଚନାରେ ଯୋଗଦେଇ ତଥାଗତ ଓଡ଼ିଶା ତଥା ଓଡ଼ିଆ ଭାଷାର ଗତିପଥ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଓଡ଼ିଆ କହୁଥିବା ଲୋକଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଛି। ଆମ ଲୋକଙ୍କୁ ମଧ୍ୟ ନିଜ ଭାଷା କହିବାକୁ ଲାଜ ଲାଗୁଛି। ତଥାପି ଆମ ଭାଷା ତାହାର ସ୍ବତନ୍ତ୍ରତା ବଜାୟ ରଖିଛି। ଏଥିପାଇଁ ସମସ୍ତ ଶ୍ରେୟ ଜଗନ୍ନାଥ ସଂସ୍କୃତିକୁ ଯିବ। ଏହା ସହିତ ତଥାଗତ ଓଡ଼ିଶାରେ ତଥା ଭାରତର ଇତିହାସକୁ ସଂରକ୍ଷିତ କରିବା ଦିଗରେ ନିରୁତ୍ସାହିତ ପଦକ୍ଷେପକୁ ସମାଲୋଚନା କରିଥିଲେ। ସେ କହିଥିଲେ, ବିଜେଡି ଓଡ଼ିଶାରେ କ୍ଷମତାକୁ ଆସିବା ପରେ ବିଜୁ ପଟ୍ଟନାୟକ ଓ ଜାନକୀ ପଟ୍ଟନାୟକଙ୍କୁ ଛାଡ଼ି ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସର ଭିଡିଓ ଫିଲ୍ମକୁ ନଷ୍ଟ କରି କଲିକତାର ଏକ ସଂସ୍ଥାକୁ ଦେଇଥିଲେ। ସେହିପରି କେନ୍ଦ୍ରରେ ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାସୀନ ହେବାପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ବିବରଣୀକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବ୍‌ସାଇଟ୍‌ରୁ ହଟାଇ ଦେଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଏଭଳି କରିଥିବାରୁ ରାଜ୍ୟର ତଥା ଦେଶର ଇତିହାସ ଠିକ୍‌ ଢଙ୍ଗରେ ସଂରକ୍ଷିତ ହୋଇ ପାରିନାହିଁ ବୋଲି ତଥାଗତ କ୍ଷୋଭ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଯୋଗଦେଇ ଅତୀତରେ ଭାରତର ସାହିତି୍ୟକ କୃତି ଦେଶକୁ ବିଶ୍ୱରେ ପରିଚିତି ଦେଇଥିଲା ଓ ବିଶ୍ୱଗୁରୁ ଭାବେ ଗଢ଼ି ତୋଳି ଥିଲା। ସମ୍ପ୍ରତି ଭାରତୀୟ ସାହିତ୍ୟରେ ଯେଉଁ ସବୁ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖାଦେଉଛି ଏହା ମଧ୍ୟ ଦିନେ ଭାରତକୁ ପୁନର୍ବାର ବିଶ୍ୱ ଗୁରୁ ରୂପେ ପରିଚିତି ଆଣିଦେବ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଯୋଗଦେଇ, ସରକାରୀ ସେବା ପ୍ରକ୍ରିୟା ମନ୍ଥର ବୋଲି ପ୍ରତୀତ ହେଉଥିଲେ ହେଁ ଏହା ବୃହତ୍ତର ସ୍ବାର୍ଥ ସାଧନ ପାଇଁ ସର୍ବଦା ତତ୍ପର ବୋଲି କହିଥିଲେ। ସରକାରୀ ପ୍ରକ୍ରିୟା କ୍ଷୁଦ୍ର ପ୍ରୟାସ ପ୍ରତି ଗୁରୁତ୍ୱ ଦେଇ ନ ଥାଏ, ବରଂ ଯେଉଁ କାର୍ଯ୍ୟକ୍ରମ ସମାଜକୁ ବା ସମାଜର ଏକ ବଡ଼ ଅଂଶକୁ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବ ସେଭଳି ପ୍ରୟାସ ପାଇଁ ସର୍ବଦା ତତ୍ପର ବୋଲି ମତ ଦେଇଥିଲେ। ସେହିପରି ମଣିପୁର ରାଜ୍ୟର ମହିଳା ଫୁଟବଲ ଖେଳାଳି ତଥା ପ୍ରଶିକ୍ଷିକା ପଦ୍ମଶ୍ରୀ ବେମବେମ୍‌ ଦେବୀ କହିଲେ ଯେ, ଆର୍ଥତ୍କ ସହାୟତା ମିଳିଲେ ଭାରତୀୟ ମହିଳା ଫୁଟବଲ୍‌ ଦଳ ଆଗାମୀ ଦଶବର୍ଷ ଭିତରେ ବିଶ୍ୱକପରେ ଭାଗ ନେବାପାଇଁ ସକ୍ଷମ ହୋଇପାରିବ। କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ସାହିତ୍ୟ, କ୍ରୀଡ଼ା, ପ୍ରକାଶନ, ଅନୁବାଦ, କବିତା ପଠନ ଓ ମଞ୍ଚ ଅଭିନୟ ସମେତ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ରାଜ୍ୟ ବଜେଟ ୨୦୨୦-୨୧: ବଜେଟରେ କ’ଣ ନୂଆ

ବଜେଟରେ କ’ଣ ନୂଆ ଇ-ବଜେଟର ପ୍ରଚଳନ, ଯାହାକି ପରିବେଶ ଅନୁକୂଳ ପଦକ୍ଷେପ ହୋଇପାରିଛି। ସ୍ବତନ୍ତ୍ର ମୋବାଇଲ ଆପ୍‌, ଯାହାକି ଗୁଗଲ ପ୍ଲେ ଷ୍ଟୋର୍‌ ଏବଂ ଆପଲ୍‌...

୨୪ ଘଣ୍ଟିଆ ହେଲ୍ପଲାଇନ୍‌ ନମ୍ବର ୧୦୯୮ ଜାରି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବର୍ତ୍ତମାନ କରୋନାରେ ଅନେକ ପରିବାରରେ ମାତାପିତାଙ୍କ କୋଭିଡ୍‌ରେ ମୃତ୍ୟୁ ହେବା କିମ୍ବା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ସେମାନଙ୍କ ପିଲାମାନେ ଅନାଥ...

କୋରାପୁଟରେ ହେବ ସିପେଟ୍‌

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ଭୁବନେଶ୍ୱର ଭଳି କୋରାପୁଟରେ ସିପେଟ୍‌ (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍‌ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ପ୍ରତିଷ୍ଠା ହେବ ବୋଲି କହିଛନ୍ତି ରସାୟନ ଓ ସାର...

ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଗୁରୁତର

ରାୟଗଡ଼ା ଅଫିସ,୧୭ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣ ପୋଡ଼ି ଗୁରୁତର...

ପାଟନାଗଡ଼ ବିଧାୟକ, ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବି: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଭବାନୀପାଟଣା,୮।୬(ଡ.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଆଦିବାସୀ ସମ୍ପ୍ରଦାୟର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ବେଆଇନ ଭାବେ ସର୍ବସାଧାରଣରେ ଉଠ୍‌ବସ୍‌ କରାଇବା ଓ...

ଲିଙ୍ଗରାଜ ମନ୍ଦିରରେ ଫାଟ, ଗଳୁଛି ବର୍ଷା ପାଣି

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଲିଙ୍ଗରାଜ ଦଧିନଉତିରେ ସୃଷ୍ଟି ହୋଇଛି ଫାଟ। ମୁଖ୍ୟ ମନ୍ଦିରରେ ଫାଟ ହୋଇଥିବାରୁ ବର୍ଷା ପାଣି ଗଳୁଛି। ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ...

କଠୋର ହେବ କରୋନା ଗାଇଡ୍‌ଲାଇନ୍‌; ୧୦ ଦିନିଆ ସ୍ବତନ୍ତ୍ର ଡ୍ରାଇଭ୍‌ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ଛତିଶଗଡ ସୀମାକୁ ଲାଗିଥିବା ଜିଲାଗୁଡିକରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବଢିବାରେ ଲାଗିଛି। କୋଭିଡ୍‌ ପଜିଟିଭ୍‌ ମାମଲା ବଢୁଥିବା ପଶ୍ଚିମ ଓଡିଶା ଜିଲାଗୁଡିକୁ ନିୟମିତ...

Advertisement
Archives

Model This Week