ଡବଲ ସିଟ୍‌ରେ ଧୀରେନ୍‌

ଏକାଥରେ ଦୁଇଟି ଦାୟିତ୍ୱ ତୁଲାଇବା ସହଜ କଥା ନୁହେଁ। ହେଲେ ସେ ଏପରି କାମକୁ ରିସ୍କ ଭାବରେ ନେଇଛନ୍ତି। ସିନେମାଟିଏ ପ୍ରଯୋଜନା କରିବା ସହ ତାହାର ନାୟକ ସାଜିଛନ୍ତି ସେ। ସେ ହେଲେ ନବାଗତ ଧୀରେନ୍‌ ତ୍ରିପାଠୀ। କେବଳ ସେତିକି ନୁହେଁ, ସେ ପ୍ରଯୋଜନା କରିଥିବା ଚିତ୍ରଟିର ଟାଇଟଲ ରହିଛି ‘ଆଇଆଇସି ଧୀରେନ୍‌’। ରହସ୍ୟ, ରୋମାଞ୍ଚଭରା କାହାଣୀକୁ ଆଧାର କରି ଚିତ୍ରଟି ନିର୍ମିତ ହୋଇଛି। ଜଣେ ପୋଲିସ ଅଫିସର କିପରି ଅନ୍ୟାୟ ବିରୁଦ୍ଧରେ ଲଢ଼ୁଛି ତାହା ଏଥିରେ ଦେଖିବାକୁ ମିଳିବ। ଏହାର ସଂଳାପ ରଚନା କରିଛନ୍ତି ଓଲିଉଡ୍‌ର ଆଗଧାଡିର ତଥା ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ଚିତ୍ରଟିର ସହ-ପ୍ରଯୋଜକ ହେଉଛନ୍ତି ଉମା ପ୍ରଧାନ ଏବଂ ସ୍ମିତା ତ୍ରିପାଠୀ। ଧୀରେନ୍‌ଙ୍କ ସହ ଏଥିରେ ସ୍କ୍ରିନ୍‌ ଶେୟାର କରୁଛନ୍ତି ଅର୍ପିତା ଏବଂ ଇପ୍‌ସିତା। ଖାସ୍‌ କଥା ହେଲା, ଏହି ଫିଲ୍ମରେ ଶ୍ରୀତମ ଦାସ ଡବଲ ରୋଲ୍‌ (ନେଗେଟିଭ, ପଜେଟିଭ୍‌)ରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ। ଏଥିରେ ସଂଯୋଜିତ ୫ଟି ଗୀତକୁ ସ୍ବର ଦେଇଛନ୍ତି ନବାଗତ ସ୍ବର ସଂଯୋଜକ ଯୋଡି କାଳୀପ୍ରସାଦ-ରବି କୁମାର। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ରଥ। ତେବେ ଏପରି ଦୁଇଟି ଦାୟିତ୍ୱକୁ ଧୀରେନ୍‌ କିପରି ତୁଲାଇଛନ୍ତି ତାହା ଫିଲ୍ମଟି ରିଲିଜ ହେଲେ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri