ଫନୀ ପ୍ରଭାବିତଙ୍କୁ ୧.୮୪ ଲକ୍ଷ ପକ୍କାଘର ଦିଅ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ୨୦୧୯ ମେ’ ମାସରେ ହୋଇଥିବା ଫନୀ ବାତ୍ୟାରେ ଓଡ଼ିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ପାଇନାହାନ୍ତି। ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ୧.୮୪ ଲକ୍ଷ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନା(ପିଏମଏଓ୍ବାଇ-ଜି) ଅଧିନରେ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଶନିବାର ଚିଠି ଲେଖିଛନ୍ତି। ଏହାସହ ଅଣ ଫନି ପ୍ରଭାବିତ ଆଦିବାସୀ ଅଧୁଷିତ କେବିକେ ଜିଲାର ମଧ୍ୟ ହିତାଧିକାରୀଙ୍କୁ ମଧ୍ୟ ୧୩ ଲକ୍ଷ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ପରିବାରକୁ ଚିହ୍ନଟ କରିବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସାଧାରଣ ର୍ନିବାଚନ ସହ, ମାଓବାଦୀ ହିଂସା ଓ ନେଟୱାର୍କ ସମସ୍ୟା ଯୋଗୁ ଏହି ସର୍ଭେ ସମ୍ପୂର୍ଣ୍ଣ କରାଯାଇ ପାରିନାହିଁ। ଏପରି ସ୍ଥିତିରେ ନିର୍ଦ୍ଧାରୀତ ସମୟ ଭିତରେ କେବଳ ୩୫ ହଜାର ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇପାରିଛି। ଏହାପରେ ଯେତେବେଳେ ମନ୍ତ୍ରଣାଳୟ ଅଧିନରେ ୧୪ଟି ଜିଲ୍ଲା ପାଇଁ ଆୱାସ୍‌ ୱିଣ୍ଡୋ ଖୋଲିଲା ସେତେବେଳେ ଆଉ ୭.୮୭ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲା। ଦେଖାଗଲା ଯେ ଫନି ପ୍ରଭାବିତ ହୋଇ ନ ଥିବା ୧୬ ଜିଲାର ୫.୦୯ ଲକ୍ଷ ପରିବାର ଯୋଗ୍ୟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳର ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ସେହି ହିତାଧିକାରୀ ପରିବାରଙ୍କୁ ପିଏମଏଓ୍ବାଇ(ଜି) ରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯ ମେ ମାସରେ ହୋଇଥିବା ଫନୀ ପ୍ରଭାବିତ ପରିବାରଙ୍କୁ ୫ ଲକ୍ଷ ସ୍ବତନ୍ତ୍ର ପକ୍କାଘର ଯୋଗାଇ ଦିଆଯାଇଥିଲା। ତେବେ ବାତ୍ୟାରେ ପ୍ରଭାବିତ ହୋଇଥିବା ୧.୮୪ ଲକ୍ଷ ପରିବାରଙ୍କର ଘର ଭାଙ୍ଗିଥିଲେ ମଧ୍ୟ ସେମାନଙ୍କୁ ପିଏମଏଓ୍ବାଇରେ ସାମିଲ କରାଯାଇ ନାହିଁ।
ଏଥିସହ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଓଡିଶାକୁ ୮.୧୭ ଲକ୍ଷ ଘର ଯୋଗାଇ ଦେଇଥିବାରୁ ପ୍ରଧାମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଫନୀ ପ୍ରଭାବିତ ହିତାଧିକାରୀ ଏବଂ ସର୍ଭେ ଅନୁଯାୟୀ ହିତାଧିକାରୀଙ୍କୁ ଆବଶ୍ୟକ ଘର ଯୋଗାଇ ଦେବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଗରୀବ ଆଦିବାସୀଙ୍କ ପ୍ରତି କେନ୍ଦ୍ର ଶୀଘ୍ର ସାହାଯ୍ୟର ହାତ ବଢାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri