Posted inଖେଳ

‘ବିଶ୍ୱ ହକିର ପ୍ରାଣକେନ୍ଦ୍ର ପାଲଟିଛି ଓଡ଼ିଶା’

ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ ଆନନ୍ଦିତ ରାଜ୍ୟର ଖେଳାଳି ଓ ସାଧାରଣ ଜନତା। ସମଗ୍ର ବିଶ୍ୱର ନଜର ଏବେ ଓଡ଼ିଶା ଉପରେ।  ତେଣୁ ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ। ଟୁର୍ନାମେଣ୍ଟ ଆରମ୍ଭ ହୋଇସାରିଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନର ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର…
-ସାକ୍ଷାତ: ତପନ କୁମାର ସ୍ବାଇଁ

 

ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ ହେବାର ମୁଖ୍ୟ କାରଣ କ’ଣ?
ଆୟୋଜନ ଅଧିକାର ଏବଂ ଓଡ଼ିଶାକୁ ଭେନ୍ୟୁ ଭାବରେ ବାଛିଥିବାରୁ ପ୍ରଥମେ ମୁଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌)କୁ ଧନ୍ୟବାଦ ଦେବାକୁ ଚାହିଁବି। ୨୦୧୮ରେ ହକି ବିଶ୍ୱକପ୍‌ ପ୍ରତି ଯେପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ଣ୍ଣ ସମର୍ଥନ ରହିଲା ଏବଂ ଏହାକୁ ନେଇ ଯେପରି ପ୍ରଚାର ପ୍ରସାର କରାଗଲା ସେଥିରେ ସମସ୍ତେ ଖୁସି ହୋଇଥିଲେ। ଏହା ବ୍ୟତୀତ ବିମାନବନ୍ଦର କୁହନ୍ତୁ ବା ଖେଳାଳିମାନେ ରହିବାକୁ ଥିବା ହୋଟେଲ ଓଡ଼ିଶାରେ ଏ ସବୁର ଭଲ ବ୍ୟବସ୍ଥା ରହିଛି । ରାଉରକେଲା ବିମାନବନ୍ଦରରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ମାତ୍ର ୮୦୦ ମିଟର ଦୂର। ଏତେ ସୁବିଧା ଆମେ ବିଶ୍ୱରେ କୌଣସି ସ୍ଥାନରେ ଦେଖିନାହୁଁ। ତେଣୁ ଦ୍ୱିତୀୟ ଥର ପାଇଁ ଓଡ଼ିଶାକୁ ଭେନ୍ୟୁ ଭାବେ ଚୟନ କରାଯାଇଛି ବୋଲି ମୋର ମତ।
ଏଥିରୁ କ’ଣ ବୁଝାପଡ଼ୁଛି?
ଯଦି ହକିକୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଛି ଏବଂ ହକିର କ୍ରେଜ୍‌ ଫେରି ଆସିଛି ସେଥିରେ ଓଡ଼ିଶାର ବଡ଼ ଅବଦାନ ରହିଛି। କାରଣ ଆମ ସମୟରେ ଯେପରି ହକିର ବାତାବରଣ ଥିଲା, ଏସିଆଡ୍‌ରେ ସ୍ବର୍ଣ୍ଣ ପଦକ ନେଇ ଆସିବାବେଳେ ଆମକୁ ଯେପରି ସ୍ବାଗତ କରାଯାଉଥିଲା ଏବେ ସେଥିରେ ଆକାଶପାତାଳ ପ୍ରଭେଦ ଆସିଛି। ବିଶେଷ କରି ଓଡ଼ିଶାରେ ସରକାର କୁହନ୍ତୁ ବା ଲୋକମାନଙ୍କ ତରଫରୁ ହକିକୁ ଯେପରି ସମର୍ଥନ ମିଳୁଛି ତାହା ଅନ୍ୟ କେଉଁଠି ନାହିଁ। ଓଡ଼ିଶା ଯେ ବିଶ୍ୱ ହକିର ପ୍ରାଣକେନ୍ଦ୍ର ପାଲଟିଛି ଏଥିରେ କୌଣସି ସନ୍ଦେହ ନାହିଁ।
ହକି ବିଶ୍ୱକପ୍‌ ଗୋଟିଏ ଭେନ୍ୟୁରେ ହୋଇଥିଲା। ଏବେ ୨ଟି ଭେନ୍ୟୁରେ ଟୁର୍ନାମେଣ୍ଟ ହେଉଛି। ଏହାର ସକାରାତ୍ମକ ଦିଗକୁ ଆପଣ କିପରି ଦେଖୁଛନ୍ତି?
ଗୋଟିଏ ଭେନ୍ୟୁରେ ଆୟୋଜନ କରିବାକୁ ଯେତେ ଶକ୍ତି ବା ବଳ ଆବଶ୍ୟକ ହୋଇଥାଏ ୨ଟି ଭେନ୍ୟୁରେ ସମାନ କଷ୍ଟ ହୋଇଥାଏ। ୨ଟି ଭେନ୍ୟୁରେ ବିଶ୍ୱକପ୍‌ ଆୟୋଜନ କରିବା ଅର୍ଥ ସରକାର ହକିକୁ ଆହୁରି ଲୋକପ୍ରିୟ କରିବାକୁ ଚେଷ୍ଟା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍‌ ହେବ। କାରଣ ହକିର ଉନ୍ନତି ପାଇଁ ଆମ ରାଜ୍ୟ ୨ଟି ବିଶ୍ୱସ୍ତରୀୟ ଷ୍ଟାଡିୟମ କେବଳ ଦେଶକୁ ନୁହେଁ ବିଶ୍ୱକୁ ଦେଇଛି। ଏଇଠୁ ହିଁ ହକି ବଞ୍ଚତ୍ଛି। ୨୦୧୮ରେ ହକି ପ୍ରତି ଭଲପାଇବା ଭୁବନେଶ୍ୱରରେ ପରିଲକ୍ଷିତ ହୋଇଥିଲା। ଏବେ ହକିର ଅନ୍ତୁଡ଼ିଶାଳ ରାଉରକେଲାରେ ଏହି ପ୍ରତିଯୋଗିତା ହେଉଛି। ସେଠାରେ ଲୋକମାନେ ହକି ପାଇଁ ପାଗଳ। ଟୁର୍ନାମେଣ୍ଟ ଆରମ୍ଭରୁ ଏହା ପ୍ରତିଫଳିତ ହୋଇଛି। ତେଣୁ ଏହା ନିଶ୍ଚିତ ସେଠାକାର ଅଧିବାସୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ଏବଂ ହକି ଆହୁରି ଲୋକପ୍ରିୟ ହୋଇପାରିଛି।
ରାଉରକେଲାରେ ପ୍ରଥମଥର ପାଇଁ ଏହି ମେଗା ଟୁର୍ନାମେଣ୍ଟ ହେଉଛି। ହକିର ଅନ୍ତୁଡ଼ିଶାଳ ପ୍ରତି ଏହା କେତେ ନ୍ୟାୟ ବୋଲି କୁହାଯାଇପାରିବତ୍‌ ?
ଯେଉଁ ଖାସି ବା ରୁରାଲ ଟୁର୍ନାମେଣ୍ଟ ହୁଏ ତାହାକୁ ଦେଖିବା ପାଇଁ ଲୋକମାନେ ପାଗଳପ୍ରାୟ ହୋଇଥାନ୍ତି। ଖାସି ଟୁର୍ନାମେଣ୍ଟ ଦେଖିବାକୁ ଅତିକମ୍‌ରେ ୩ରୁ ୪ ହଜାର ଲୋକ ଏକତ୍ରିତ ହୋଇଥାନ୍ତି। ସମାଜ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ଏବେ ରାଜ୍ୟ ସରକାର ତୃଣମୂଳ ସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ ସହ ସେମାନଙ୍କ ଖେଳିବା ପାଇଁ ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମର ବ୍ୟବସ୍ଥା କରିଛନ୍ତି। ଏବେ ସେଠାରେ ବିଶ୍ୱକପ୍‌ ପରି ଏକ ବଡ଼ ପ୍ରତିଯୋଗିତା ଆୟୋଜନ ହେଉଛି। ତେଣୁ ଅନ୍ତୁଡ଼ିଶାଳ ପ୍ରତି ଏହାଦ୍ୱାରା ନ୍ୟାୟ ପ୍ରଦାନ କରାଯାଇଛି ବୋଲି କୁହାଯାଇପାରିବ। ଏକ ଛୋଟ ସହରରେ ଏତେବଡ଼ ଟୁର୍ନାମେଣ୍ଟ ଆୟୋଜନ ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଗର୍ବର କଥା।
ବିଶ୍ୱକପ୍‌ ପାଇଁ ହକି ଇଣ୍ଡିଆ ପକ୍ଷରୁ କ’ଣ ନୂଆ ବ୍ୟବସ୍ଥାସବୁ ହୋଇଛି। ପୂର୍ବତନ ଖେଳାଳି ଓ ଅଲିମ୍ପିଆନଙ୍କୁ ଆଣିବା ପାଇଁ କିଛି ପଦକ୍ଷେପ ନିଆଯାଇଛି କି ?
ଇଣ୍ଡିଆ ପ୍ରତି ସରକାରଙ୍କ ସବୁ କ୍ଷେତ୍ରରେ ସହଯୋଗ ରହିଛି। ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପାଖାପାଖି ୧୫୦ ମିଟର ଦୂରରେ ଖେଳାଳି ଓ ଅତିଥିଙ୍କର ରହିବାକୁ ବିଶ୍ୱକପ୍‌ ଭିଲେଜର ବ୍ୟବସ୍ଥା କରାଯାଇଛି। ଟୁର୍ନାମେଣ୍ଟ ସମୟରେ ମ୍ୟୁଜିକାଲ ପ୍ରୋଗ୍ରାମ ଆୟୋଜନ ହେଉଛି। ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ପୂର୍ଣ୍ଣ ସହଯୋଗ କରୁଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଲିଜେଣ୍ଡମାନଙ୍କୁ ବିଶେଷ କରି ବିଶ୍ୱକପ୍‌ କିମ୍ବା ଅଲିମ୍ପିକ୍ସରେ ଯେଉଁମାନେ ଅଧିନାୟକ ଥିଲେ ସେମାନଙ୍କ ମଧ୍ୟରୁ କିମ୍ବଦନ୍ତୀ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରି ଆଣିବାକୁ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱର ଭେନ୍ୟୁରେ ରାଜ୍ୟ ସରକାର ଏବଂ ହକି ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ଭାରତର ଯେତେ ହକି ୟୁନିଟ୍‌ ଅଛି ସେମାନଙ୍କ ସଭାପତି ଓ ସମ୍ପାଦକଙ୍କୁ ଆଣି ମ୍ୟାଚ ଦେଖିବାର ବ୍ୟବସ୍ଥା କରାଯାଉଛି।
ବିଶ୍ୱକପ୍‌କୁ ଆପଣ କିଭଳି ଦେଖୁଛନ୍ତି। ଶ୍ରେଷ୍ଠ ୪ରେ କେଉଁ ଦଳ ରହିବା ସମ୍ଭାବନା?
ସବୁବେଳେ ସମସ୍ତଙ୍କ ପାଇଁ ଟପ୍‌ ରହିଥାଏ। ଅନ୍ତର୍ଜାତୀୟ ହକିରେ ବିଶ୍ୱକପ୍‌ ସବୁଠାରୁ ବଡ଼ ପ୍ରତିଯୋଗିତା। ସେଥିପାଇଁ ସବୁ ଦଳ ସେହିଭଳି ପ୍ରସ୍ତୁତ ହୋଇଥାନ୍ତି। ଗତ କିଛିବର୍ଷ ଧରି କେତେକ ଦଳ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଦେଇ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ବେଲ୍‌ଜିୟମ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ, ଭାରତ, ଜର୍ମାନୀ, ଇଂଲଣ୍ଡ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେଉଁ ଦଳ ଜିତିବ କହିବା କଷ୍ଟସାଧ୍ୟ। ବେଲ୍‌ଜିୟମ ଗତ ବିଶ୍ୱକପ୍‌ ଏବଂ ଅଲିମ୍ପିକ୍ସ ଚାମ୍ପିୟନ। ତେଣୁ ଏହି ଦଳର ପଲା ନିଶ୍ଚିତ ଭାରି ରହିବ। ଅଷ୍ଟ୍ରେଲିଆ ସବୁବେଳେ କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥାଏ। ଭାରତ ଘରୋଇ ପରିବେଶରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଆମେ ଆଶା କରିବା। ଗତ ଅଲିମ୍ପିକ୍ସରେ ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ତେଣୁ ଏ ସବୁ ଦଳଗୁଡ଼ିକ ଉପରେ ବିଶେଷ ନଜର ରହିବ।
ଭାରତର ପ୍ରଦର୍ଶନକୁ ଆପଣ କେମିତି ଦେଖୁଛନ୍ତି?
ଯଦିଓ ବିଜୟ ସହ ଅଭିଯାନ ଆରମ୍ଭ କରିଛି ତେବେ ଦଳକୁ ପ୍ରତି ମୁହୂର୍ତ୍ତରେ ସତର୍କତାର ସହ ଖେଳିବାକୁ ପଡ଼ିବ। ଗୋଲକିପର ପି.ଆର. ଶ୍ରୀଜେସଙ୍କଠାରୁ ଆରମ୍ଭ କରି ଅଧିନାୟକ ହରମନ୍‌ପ୍ରୀତ ସିଂ, ପୂର୍ବତନ ଅଧିନାୟକ ମନ୍‌ପ୍ରୀତ ସିଂ ଏବଂ ଅନ୍ୟ ସମସ୍ତ ସିନିୟର ଖେଳାଳିଙ୍କୁ ଦାୟିତ୍ୱ ନେବାକୁ ହେବ। ଡ୍ରାଗ୍‌ଫ୍ଲିକର ହର୍‌ମନପ୍ରୀତଙ୍କୁ ସୁଯୋଗ ସୃଷ୍ଟି କରିବାକୁ ହେବ। ସୁଯୋଗର ସଦୁପଯୋଗ ହୋଇପାରିଲେ ଆମେ ନିଶ୍ଚିତ ଫାଇଦାରେ ରହିବୁ।
ନିଜ ମାଟିରେ ଅମିତ ରୋହିଦାସ ଓ ନିଲମ ସଞ୍ଜୀପ ଖେସ ଖେଳୁଛନ୍ତି। କିଛି ଅତିରିକ୍ତ ଚାପ ରହିଥିବା ଅନୁଭବ ହେଉଛି କି?
ମତରେ ଚାପ ନାହିଁ। କାରଣ ଅମିତ ଦୀର୍ଘଦିନ ଧରି କୋଳାହଳ ମଧ୍ୟରେ ଖେଳି ଆସିଛନ୍ତି। ଘରୋଇ ପଡ଼ିଆରେ ମଧ୍ୟ ତାଙ୍କର ଖେଳିବା ଅଭିଜ୍ଞତା ଅଛି। ସ୍ପେନ୍‌ ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମ ଗୋଲଦେଇ ସେ ଏହାର ପ୍ରମାଣ ମଧ୍ୟ ଦେଇଛନ୍ତି। ହଁ ନିଲମ ପ୍ରଥମଥର ପାଇଁ ଏଭଳି ପରିବେଶରେ ଖେଳୁଛନ୍ତି, ତେବେ ଦୁହେଁ ଅଭିଜ୍ଞ ହୋଇଥିବାରୁ ବିଶେଷ ଅସୁବିଧା ହେଉନାହିଁ।
ହକି ବିଶ୍ୱକପ୍‌ ୨ଟି ଭେନ୍ୟୁରେ ହେଉଛି। ଏଥିରୁ ଆମ ରାଜ୍ୟର ହକି ଖେଳାଳି କିଛି ଉପକୃତ ହୋଇ ପାରିବେ କି ?
ଖେଳାଳି ହକି ମାଧ୍ୟମରେ ଆଗକୁ ଯାଇଛନ୍ତି, ପରିଚୟ ପାଇଛନ୍ତି। ଆଗକୁ ମଧ୍ୟ ହକି ମାଧ୍ୟମରେ ଅନେକ ଖେଳାଳି ପରିଚୟ ସୃଷ୍ଟି କରିପାରିବେ। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇସାରିଛି। ରାଜ୍ୟ ସରକାର ଯେପରି ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ତାହା ନିଶ୍ଚିତ ଅନ୍ୟ ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ । ଯୁବ ଖେଳାଳିମାନେ ଅତି ନିକଟରୁ ବିଶ୍ୱସ୍ତରୀୟ ଖେଳାଳିଙ୍କ କଳାକୌଶଳକୁ ଦେଖିବାକୁ ପାଉଛନ୍ତି। ଏହା ନିଶ୍ଚିତ ଉପାଦେୟ ହେଉଛି।
ବିଶ୍ୱକପ୍‌କୁ ନେଇ ଆପଣଙ୍କର କ’ଣ ସ୍ମୃତି ରହିଛି?
ଖେଳିବା ସମୟରେ ଓଡ଼ିଶାରେ ଏପରି ସୁବିଧା ସୁଯୋଗ ନ ଥିଲା। ଫଳରେ ଆମେ ଘରୋଇ ଦର୍ଶକଙ୍କ ସମ୍ମୁଖରେ କେବେ ଖେଳିପାରିନାହୁଁ। ଏହାର ଦୁଃଖ ସବୁଦିନ ରହିଛି। ବିଶ୍ୱକପ୍‌ ହେଉ କି ଅଲିମ୍ପିକ୍ସ ଆମେ ୫-୬ ପର୍ଯ୍ୟନ୍ତ ଆସିପାରିଥିଲୁ, ମାତ୍ର ବେଷ୍ଟ-୩ରେ କେବେ ରହିପାରି ନ ଥିଲୁ। ପୋଡିୟମ ଫିନିଶ୍‌ ରହିଲେ ତା’ର ଅନ୍ୟ ଖୁସି ରହିଥାଏ। ତାହା ଆମ ସମୟରେ ସମ୍ଭବ ହୋଇ ନ ଥିଲା।
ଶେଷରେ ଓଡ଼ିଶା ଦର୍ଶକଙ୍କୁ କ’ଣ କହିବେ?
ଦର୍ଶକ ସର୍ବଦା ହକିକୁ ସମର୍ଥନ ଜଣାଇ ଆସିଛନ୍ତି। ଏଥର ମଧ୍ୟ ତାହା ପରିଲକ୍ଷିତ ହୋଇଛି। କେବଳ ଭାରତୀୟ ଦଳକୁ ନୁହେଁ ଅନ୍ୟ ଦଳର ଖେଳାଳିଙ୍କୁ ମଧ୍ୟ ସମର୍ଥନ ଜଣାଉଛନ୍ତି। ତେଣୁ ଏଫ୍‌ଆଇଏଚ୍‌, ହକି ଇଣ୍ଡିଆ, ରାଜ୍ୟ ସରକାର ଏବଂ ଆମେ ସମସ୍ତେ ମିଶି ଏହି ବିଶ୍ୱକପ୍‌କୁ ସଫଳ କରିବା ପାଇଁ ପ୍ରୟାସ କରିବାକୁ ମୋର ନିବେଦନ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?