ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଘର ଭାଙ୍ଗିଥିବା ପରିବାରକୁ ତାର୍ପୋଲିନ ଯୋଗାଇ ଦିଆଯାଇଛି।

ଗତକାଲି ପ୍ରବଳ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକ ସିର୍ଜାପାଲି ଗ୍ରାମ ପଞ୍ଚାୟତ ଅଧୀନ ବାଡ଼ିପଦା ଗ୍ରାମର ଖୁଜାନ୍ତି ସାହୁଙ୍କ ଘର ଉପରେ ଏକ ଗଛ ଭାଙ୍ଗି ପଡ଼ିଥିଲା। ଏଥିରେ ଘରଟି କ୍ଷତିଗ୍ରସ୍ତ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ସଫା କରିଥିଲା।

ଘଟଣା ସମ୍ପର୍କରେ ଜାଣିବା ପରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ନିର୍ଦ୍ଦେଶରେ ରାଜସ୍ୱ ନିରୀକ୍ଷକ ତୁଳସୀରାମ ନିଆଲ, ସିର୍ଜାପାଲି ପିଇଓ ପ୍ରହ୍ଲାଦ ସୁନା ଏବଂ ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗଙ୍କ ଉପସ୍ଥିତିରେ ପ୍ରଭାବିତ ପରିବାରକୁ ତାର୍ପୋଲିନ ଯୋଗାଇ ଦିଆଯାଇଥିଲା। ସେହିପରି ନୁନମାଠ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ପିଇଓ ଝାସକେତନ ଭୋଇଙ୍କ ପକ୍ଷରୁ ତାର୍ପୋଲିନ ଯୋଗାଇ ଦିଆଯାଇଛି। ବେଲଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ କର୍ଲା ଗ୍ରାମର ଦୀନବନ୍ଧୁ ହେର୍ଣ୍ଣାଙ୍କ ଘର ମଧ୍ୟ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଲଗାତାର ବର୍ଷା ଲାଗି ରହିଥିବାରୁ କେସିଙ୍ଗା ଅଞ୍ଚଳରେ ଅନେକ ଚାଷୀଙ୍କ କପା ଓ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷା ଯୋଗୁ ଲୋକଙ୍କ ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହୋଇଛି।  ବର୍ତ୍ତମାନ ସୁଦ୍ଧା କେସିଙ୍ଗା ବ୍ଲକରେ ବଡ଼ଧରଣର କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ବର୍ଷା କମିବା ପରେ ବ୍ଲକର ୨୬ଟି ଗ୍ରାମରୁ କ୍ଷୟକ୍ଷତି ସମ୍ପର୍କିତ ସମ୍ପୂର୍ଣ୍ଣ ରିପୋର୍ଟ ମିଳିପାରିବ ବୋଲି କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?