Posted inଖେଳ

ହକିକୁ ସ୍ବାଗତ କରୁଛି ସମଗ୍ର ବିଶ୍ୱ

ଭୁବନେଶ୍ୱର,୧୬ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍‌-୨୦୨୩। ବିଶ୍ୱକପ୍‌କୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର। ଐତିହାସିକ କଳିଙ୍ଗ ଷ୍ଟାଡିୟମ ଓ ହକିର ଏନ୍ତୁଡ଼ିଶାଳ ରାଉରକେଲାର ବିର୍ସାମୁଣ୍ଡା ଇଣ୍ଟରନ୍ୟାଶନାଲ ହକି ଷ୍ଟାଡିୟମ ମଧ୍ୟ ପ୍ରାୟ ହାଉସ୍‌ଫୁଲ୍‌ ରହିଛି। କଳିଙ୍ଗ ଷ୍ଟାଡିୟମର ଦର୍ଶକ କ୍ଷମତା ୧୫ ହଜାର ରହିଥିବା ବେଳେ ବିଶ୍ୱର ସର୍ବବୃହତ୍‌ ବିର୍ସାମୁଣ୍ଡ ଷ୍ଟାଡିୟମରେ ବସିପାରିବେ ୨୦ ହଜାରରୁ ଅଧିକ ଦର୍ଶକ। ତେବେ କେବଳ ଓଡ଼ିଶା ବା ଭାରତ ନୁହେଁ, ସମଗ୍ର ବିଶ୍ୱର ଦର୍ଶକଙ୍କ ମଧ୍ୟରେ ହକିକୁ ନେଇ ଦେଖାଦେଇଛି ଅଫୁରନ୍ତ ଉତ୍ସାହ। ସଡ଼କରେ ନିଜ ନିଜ ଦଳର ସମର୍ଥତ୍ତ ଟିମ୍‌ର ଜର୍ସି ସହିତ ଫ୍ୟାନ୍‌ମାନଙ୍କୁ ଦେଖିବାକୁ ମିଳୁଛି। ଏଭଳି ସ୍ଥିତି କେବଳ ଓଡ଼ିଶା ନୁହେଁ, ଭାରତ ପାଇଁ ମଧ୍ୟ ଗର୍ବର ବିଷୟ। ମନ୍ଦିରମାଳିନୀ ଭୁବନେଶ୍ୱର ଏହାର ଐତିହାସିକ କୀର୍ତ୍ତିରାଜି ପାଇଁ ପରିଚିତ। ବିଶ୍ୱକପ୍‌ ପୂର୍ବରୁ ସହରଟି ଆଲୋକମାଳାରେ ସଜ୍ଜିତ ହୋଇଛି। ସେହିପରି ଷ୍ଟିଲ ପ୍ଲାଣ୍ଟ ଓ ଶିଳ୍ପ ପାଇଁ ପରିଚିତ ରାଉରକେଲା ସହରରେ ମଧ୍ୟ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। ରାଉରକେଲାରେ ଏକାଧିକ ଫ୍ୟାନ୍‌ ପାର୍କ ମଧ୍ୟ ନିର୍ମାଣ କରାଯାଇଛି।

ଓଡ଼ିଶାବାସୀଙ୍କ ହକି ପ୍ରତି ଉଚ୍ଛ୍ବସିତ ଭଲପାଇବା କାରଣରୁ ଭୁବନେଶ୍ୱର, ରାଉରକେଲା ଓ ପୁରୀରେ ଓଲି ଲ୍ୟାଣ୍ଡ ବା ଓଲି ରାଇଜ ନିର୍ମାଣ କରାଯାଇଛି। ଓଲି ଲ୍ୟାଣ୍ଡରେ ବିଭିନ୍ନ ଐତିହାସିକ ଭାସ୍କର୍ଯ୍ୟକୁ ସ୍ଥାନ ମିଳିଛି। କୋଣାର୍କ ଚକ୍ର, ମୃଗ, ସମ୍ବର ଏବଂ ହକି ବିଶ୍ୱକପ୍‌ର ଏକ ପ୍ରତିକୃତି ସହିତ ଓଲି ରାଇଜ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ରଖାଯାଇଛି। ଏହାସହିତ ହକି ବିଶ୍ୱକପ୍‌ ସମୟ ଜାନୁୟାରୀ ୧୫-୨୯ ତାରିଖ ଯାଏ ଡଟ୍‌ ଫେଷ୍ଟ ମଧ୍ୟ ଅନୁଷ୍ଠିତ ହେବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରାଯାଉଛି। ଏହି ଇଭେଣ୍ଟଗୁଡ଼ିକ କେବଳ ସ୍ଥାନୀୟ ଦର୍ଶକ ନୁହନ୍ତି ବରଂ ବିଦେଶୀମାନଙ୍କୁ ମଧ୍ୟ ଆକୃଷ୍ଟ କରିବାରେ ସମର୍ଥ ହୋଇଛି। ଓଡ଼ିଶା ନିଜର ଆତିଥେୟତା ପାଇଁ ପ୍ରସିଦ୍ଧି ହାସଲ କରିଥିବା ବେଳେ ସମଗ୍ର ବିଶ୍ୱର ଆଥ୍‌ଲେଟ ଓ ପ୍ରତିନିଧି ଏହାର ମଜା ନିଅନ୍ତୁ ବୋଲି କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୟସ ଓ ଲିଙ୍ଗଗତ ବିବିଧତା ସତ୍ତ୍ୱେ ସମସ୍ତ ବର୍ଗର ଦର୍ଶକ ଯେଭଳି ମ୍ୟାଚ୍‌କୁ ଉପଭୋଗ କରିପାରିବେ ସେନେଇ ଓଡ଼ିଶା ସରକାର ଓ ହକି ଇଣ୍ଡିଆ ପକ୍ଷରୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?