ଘଡ଼ଘଡ଼ି ଯୋଗୁ ନିୟନ୍ତ୍ରଣ ହରାଇ ବସିଲେ, ଗଛକୁ ପିଟିଲା ଡାଲା ଅଟୋ, ଚାଳକ…

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ବୁଧବାର ଅପରାହ୍ନରେ ଏକ ଖଇ ବୋଝେଇ ଡାଲା ଅଟୋ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଚାଳକଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତା ପାଶର୍‌ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଯାହାଫଳରେ ଅଟୋ ଚାଳକ ସାନଖେମୁଣ୍ଡି ବ୍ଳକ ଛଣମେରୀ ଗ୍ରାମର ପବିତ୍ର ନାୟକ ଗୁରୁତର ହୋଇଛନ୍ତି ।
ସୂଚନାନୁଯାୟୀ, ଚାଳକ ପବିତ୍ର ଅଟୋ ନଂ.( ଓଡି୦୭ ଏ ଏମ ୪୭୦୩) ଯୋଗେ ଧାନ ଚଷୁ (ଖଇ) ବସ୍ତା ଧରି ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ପ୍ରବଳ ବର୍ଷା ସହ ପ୍ରଚଣ୍ତ ଘଡ଼ଘଡି ମାରୁଥିଲା। ଘଡ ଘଡି ଶବ୍ଦରେ ହଡବଡେଇ ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ ଗଛକୁ ଧକ୍କା ଦେଇଥିବା ଜଣାପଡିଛି। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ,୧୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି ପରିବାରର ଦୁଇ ଜଣଙ୍କ…

ମୂର୍ତ୍ତି ବିସର୍ଜନବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ମରମ ଜେନାଙ୍କ ପୁଅ ସୀତାଂଶୁ (୧୩)ଙ୍କ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି, ୩୦ ବର୍ଷରେ…

ଗୁଣପୁର,୧୬ା୯(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବୁଧବାର ଶୁଭଖୁଣ୍ଟି…

ଅଳିଦାଗଦାରେ ପୂରିଛି ସିମନବାଡ଼ି, ଯାତାୟାତବେଳେ ନାକ ଟେକୁଛନ୍ତି ପର୍ଯ୍ୟଟକ, ମାସିକ ବୈଠକରେ…

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନ୍ୟତମ ପର୍ଯ୍ୟଟକଙ୍କ ଯାତାୟାତ ସ୍ଥାନ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଏବେ କୁଢ଼କୁଢ଼ ଅଳିଆ ଗଦାରେ ପୁତ୍ତିମୟ ଗନ୍ଧରେ ନାକ…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?