କଟକ ସଦର,୭ା୧୧(ସୁଶାନ୍ତ କୁମାର ଜେନା): ୨ ଦିନ ଧରି କଟକ ସଦର ଅଞ୍ଚଳର ସାମାଜିକ ଗଣମାଧ୍ୟମରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ବଦଳି ସଂକ୍ରାନ୍ତୀୟ ଖବରରେ ଆଲୋକ କୁମାର ସେଠୀ ନାମକ ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଏହି ବ୍ଲକରେ ଯୋଗଦେବା ସଂକ୍ରାନ୍ତୀୟ ଖୁବ୍କମ୍ ଦିନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି। ୨୦୨୪ ନଭେମ୍ବରରେ ଫୁଲବାଣୀରୁ ପ୍ରତୀକ ସାହୁ ବିଡିଓ ଭାବରେ କଟକ ସଦର ବ୍ଲକରେ ଯୋଗ ଦେଇଥିଲେ। ରୁମନା ଜାଫ୍ରିଙ୍କ ସ୍ଥାନରେ ସାହୁ ଆସିଥିଲେ। ଇତିମଧ୍ୟରେ ସେ ୨ ବର୍ଷ କାର୍ଯ୍ୟକାଳ ସମାପ୍ତ କରିଛନ୍ତି। ନିର୍ବିବାଦୀୟ ବ୍ୟକ୍ତି ଭାବରେ ପରିଚିତ ପ୍ରତୀକଙ୍କ ପାଇଁ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଆସୁଛି। ଏହି ପ୍ରଚାରର କୌଣସି ସତ୍ୟତା ନାହିଁ ବୋଲି କଟକ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। ମାତ୍ର ବଦଳି ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ସେଥିରେ କିଛି ନୂତତ୍ବ ନାହିଁ ବୋଲି ନାୟକ କହିଛନ୍ତି।

