କଟକ,୭।୧୧: କଟକ ସହରରେ ପୋଲିସ ବସ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଚାଲି ଚାଲି ଯାଉଥିବାବେଳେ ମହିଳାଙ୍କୁ ଏକ ପୋଲିସ ବସ୍ ଧକ୍କା ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ମହିଳା ଜଣକ ଗୁରୁତର ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା (ଏସ୍ସିବି)କୁ ସ୍ଥାନାନ୍ତର କରାଯାଇଛି।
ଘଟଣାଟି ମଙ୍ଗଳାବାଗ ଥାନା ଅନ୍ତର୍ଗତ ତୁଳସୀପୁରସ୍ଥିତ ଡିୟରପାର୍କ ନିକଟରେ ଘଟିଛି। ମହିଳା ଜଣକ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ପୋଲିସ ବସ୍ଟି ତାଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ସେ ରାସ୍ତାରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଏସ୍ସିବି ମେଡିକାଲକୁ ନିଆଯାଇଥିଲା।
ତେବେ ଦୁର୍ଘଟଣାର ପ୍ରକୃତ କାରଣ, ମହିଳାଙ୍କ ପରିଚୟ ଏବଂ ପୋଲିସ ବସ୍ର ଚାଳକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପ୍ରକାଶ ପାଇଛି।

