ଡିଫେନ୍ସ ରୋଡ୍‌ ନିର୍ମାଣରେ ବାଧକ ଜବରଦଖଲ

 

ବାଲେଶ୍ୱର ଅଫିସ,୧୪।୮- ବାଲେଶ୍ୱର ସହର ପୂର୍ବରୁ ଥିବା କୁରୁଡ଼ା ସ୍ଥିତ ଜ୍ୟୋତି ହସ୍‌ପିଟାଲଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ (୯.୨ କି.ମି.) ପ୍ରତିରକ୍ଷା ବିଭାଗ ଦ୍ୱାରା ଏକ ସ୍ବତନ୍ତ୍ର ବାଇପାସ୍‌ ରାସ୍ତା ଚାନ୍ଦିପୁର ସ୍ଥିତ ଆଇଟିଆର୍‌ (ସମନ୍ବିତ ପରୀକ୍ଷା ପରିସର)କୁ ନିର୍ମାଣ କରାଯାଉଛି। ଏହି ରାସ୍ତାରେ ଫ୍ଲାଏ ଓଭରବ୍ରିଜ୍‌, ଦୁଇଟି ଜଙ୍କସନ୍‌ ସମେତ ଦୁଇଟି ବାଇପାସ୍‌ ରୋଡ୍‌ ନିର୍ମାଣ ହେବ। ରାସ୍ତାର ଓସାର ୩୫ ଫୁଟ୍‌ ବିଶିଷ୍ଟ ହେଉଥିବା ବେଳେ ୱାନ୍‌ ୱେ ରାସ୍ତା ସହ ଦୁଇ ପାର୍ଶ୍ୱରେ ଡ୍ରେନ୍‌ ଓ ମଝିରେ ବିଦ୍ୟୁତ୍‌କରଣ ଓ ଆଧୁନିକ କରିଡରରେ ରାସ୍ତା ନିର୍ମାଣ ପାଇଁ ଡିଆର୍‌ଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ) ପକ୍ଷରୁ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬କୋଟି ଟଙ୍କା ମଞ୍ଜୁର ହୋଇଛି। ଏକ ଜାତୀୟସ୍ତରୀୟ ନିର୍ମାଣ କମ୍ପାନୀ ଏହି କାର୍ଯ୍ୟର ଦାୟିତ୍ୱ ନେଇଥିବା ବେଳେ ଜବରଦଖଲରେ ରହିଥିବା କେତେକ ଅଞ୍ଚଳ ସେମାନଙ୍କ ପାଇଁ ବାଧକ ସାଜିଛି।
ବାଲେଶ୍ୱର ସହର ତାମୁଳିଆ ଗେଟ୍‌ଠାରେ ରେଳ ଲାଇନ୍‌ ଯାଇଛି। ଏହି ରେଳ ଲାଇନ୍‌ ଉପରେ ଫ୍ଲାଏ ଓଭରବ୍ରିଜ୍‌ ମଧ୍ୟ କରାଯାଇଛି। ଉକ୍ତ ଡିଫେନ୍ସ ରୋଡ୍‌ ନିର୍ମାଣ ପାଇଁ ରେଳ ଲାଇନ୍‌ର ଉତ୍ତରପାର୍ଶ୍ୱ ଦେଇ କଞ୍ଚାମାଲ ଯିବାକୁ ସୁଯୋଗ ଥିବାବେଳେ ଉକ୍ତ ଅଞ୍ଚଳରେ କେତେକ ଜବରଦଖଲକାରୀ ରହିଆସୁଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇପାରୁନି। ଜବରଦଖଲ ଉଚ୍ଛେଦ କରିବା ପାଇଁ ଡିଆର୍‌ଡିଓ ପକ୍ଷରୁ ଜିଲାପାଳ ତଥା ବନବିଭାଗ ଅଧିକାରୀଙ୍କୁ ଲିଖିତ ଜଣାଯାଇଛି। ଏଥିସହିତ ରେମୁଣା ଓ ସଦର ତହସିଲଦାର, କୁରୁଡ଼ା ଆର୍‌ଆଇ ମିଳିତ ସର୍ଭେ କରିଛନ୍ତି। ରାସ୍ତା ନିର୍ମାଣ ହେବାକୁ ଥିବା ବ୍ୟକ୍ତିଗତ ଜମି ମାଲିକଙ୍କୁ ଡିଆର୍‌ଡିଓ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେଇଥିବା ବେଳେ ଜବରଦଖଲକାରୀଙ୍କୁ ସରକାରୀ ଜମିରୁ ଉଠିବା ପାଇଁ ନୋଟିସ୍‌ ହୋଇଛି। ସରକାରୀ ଜମିଗୁଡ଼ିକରେ ବଡ଼ ବଡ଼ ଗଛ ଥିବାରୁ ଉକ୍ତ ଗଛକୁ କାଟିବା ପାଇଁ ବନବିଭାଗକୁ ଅନୁମତି ମଗାଯାଇଛି। ଏସବୁ କାମ ଠିକ୍‌ ସମୟରେ ନ ହେବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ହେବାରେ ବିଳମ୍ବ ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଲୋକମାନେ ରାସ୍ତା ନିର୍ମାଣକୁ ନେଇ ଆଶାବାଦୀ ଥିବାବେଳେ କାମ ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ କାମ ଶେଷ ହେବା ପାଇଁ ଆସନ୍ତା ଅକ୍ଟୋବର ୨୦୨୧ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଏଯାଏଁ ମାତ୍ର ୧୦ଭାଗ କାମ ଆରମ୍ଭ ହୋଇଛି। ଜବରଦଖଲ ଉଚ୍ଛେଦ କରିବା ସହ ନିର୍ମାଣଧୀନ ରାସ୍ତାରୁ ଗଛ ନ ହଟାଇଲେ କାର୍ଯ୍ୟ ସମ୍ଭବ ହୋଇପାରୁ ନ ଥିବା ଉକ୍ତ ରାସ୍ତା ନିର୍ମାଣ ପ୍ରକଳ୍ପର ମ୍ୟାନେଜର ସିଏମ୍‌ ସତୀଶ ଶାହା ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ ହେଲେ ସହରକୁ ଏକ ଆଧୁନିକ ବାଇପାସ୍‌ ମିଳିଯିବ। ଚାନ୍ଦିପୁର ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ରାସ୍ତା ହେବ। ଏ ସମ୍ପର୍କରେ ରେମୁଣା ତହସିଲଦାର ଚାର୍ଲସ ନାୟକ କୁହନ୍ତି, ଗତ ୨୦୦୭ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଏନ୍‌ଜିଓ ଦ୍ୱାରା ସର୍ଭେ କରାଯାଇଥିଲା। ଏଥିରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲୋକଙ୍କର ସମସ୍ତ ତଥ୍ୟ ରହିଛି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଆଇଟିଆର୍‌ କର୍ତ୍ତୃପକ୍ଷ ଲିଖିତ ଜଣାଇଛନ୍ତି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସଦର ତହସିଲଦାର, ଅତିରିକ୍ତ ଜିଲାପାଳ ଏବଂ ଜିଲାପାଳଙ୍କ ସହ ବାରମ୍ବାର ଆଲୋଚନା ଜାରି ରହିଛି। ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କରାଯିବା ସହ ଉକ୍ତ ଡିଫେନ୍ସ ରୋଡ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

ବିଜେଡିରେ ଯୋଗଦେବା ପରେ ଏମିତି କହିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

ଏପର୍ଯ୍ୟନ୍ତ ୩ ଦଳର ଘୋଷଣା ହୋଇନି ପ୍ରାର୍ଥୀ ତାଲିକା: ଜାଣନ୍ତୁ କେଉଁ ଦଳର କେତେ ଆସନ ଅଛି ବାକି

ଭୁବନେଶ୍ୱର,୧୮।୪: ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ଅର୍ଥାତ୍‌ ଏପ୍ରିଲ ୧୮ତାରିଖରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ଏହାପୂର୍ବରୁ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri