ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି।
୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ ଭାବେ ଜଣା। ସେ ପ୍ରଥମ ଦିନରୁ ହିଁ ଏହି କାମ କରିବାକୁ ପ୍ରସ୍ତୁତ। ଆମେ ଦୁହେଁ ଏକ ଉନ୍ନତ ଭବିଷ୍ୟତ ପାଇଁ ଦେଶକୁ ପୁନର୍ଗଠନ କରିବା ସକାଶେ ପ୍ରସ୍ତୁତ ହୋଇ ରହିଛୁ।
କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ନ ଥିଲା। ଉଭୟ ବିଡେନ ଓ ହାରିସ୍‌ ସେଫ୍ଟି ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ଚାଲି ଚାଲି ଖବରଦାତାଙ୍କୁ ସମ୍ବୋଧନ କରିବା ପାଇଁ ମଞ୍ଚ ଉପରକୁ ଆସିଥିଲେ। ଏହି ଅବସରରେ ହାରିସ୍‌ କହିଥିଲେ, ସେମାନେ ଜିତିବା ପରେ ବିଡେନ ପ୍ରଶାସନ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଜଳବାୟୁ ପରିବର୍ତ୍ତନ ପାଇଁ ଲଢ଼େଇ କରିବା ସହ ସମସ୍ତଙ୍କୁ ସୁହାଇଲା ଭଳି ଏକ କେୟାର ଆକ୍ଟ ଆଣିବ। ଆମେରିକୀୟଙ୍କ ମଙ୍ଗଳ ପାଇଁ ଅନେକ କଠୋର ପଦକ୍ଷେପ ନିଆଯିବ। ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ଲାଗି ସେ ଟ୍ରମ୍ପ୍‌ ପ୍ରଶାସନର ସାଢ଼େ ୩ ବର୍ଷର କାର୍ଯ୍ୟକାଳକୁ ସମାଲୋଚନା କରିଥିଲେ। ଟ୍ରମ୍ପ୍‌ ସରକାର ନେଇଥିବା ଅନେକ ଭୁଲ୍‌ ପଦକ୍ଷେପର ଏକ ଲମ୍ବା ତାଲିକାକୁ ହାରିସ୍‌ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି ପଦ ପାଇଁ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଜିତାଇବା ଦ୍ୱାରା ଯାହା ହୋଇଛି ତାହା ଆମେ ସମସ୍ତେ ଦେଖିପାରୁଛେ। ଆମ ଦେଶ ଛିନ୍ନଭିନ୍ନ ହୋଇଯାଇଛି ଏବଂ ବିଶ୍ୱରେ ମଧ୍ୟ ଆମ ପ୍ରତିଷ୍ଠା ହାନି ହୋଇଛି। ସେମାନେ ଆମକୁ କେଉଁ ଅବସ୍ଥାକୁ ଆଣିଛନ୍ତି ଦେଖନ୍ତୁ। ୧୬ ନିୟୁତରୁ ଅଧିକ ଲୋକ ନିଯୁକ୍ତି ହରାଇଲେଣି, ସ୍କୁଲକୁ ଫେରିପାରୁ ନ ଥିବା ଲକ୍ଷ ଲକ୍ଷ ପିଲା ଦାରିଦ୍ର୍ୟ ଅବସ୍ଥାରେ ଅଛନ୍ତି, ପ୍ରତି ୫ ଜଣ ମା’ରେ ଜଣେ ନିଜ ପିଲାଙ୍କୁ ଖାଇବାକୁ ଦେଇପାରୁ ନାହାନ୍ତି ଏବଂ କରୋନାରେ ୧୬୫,୦୦୦ ଲୋକ ପ୍ରାଣ ହରାଇଲେଣି। ଏସବୁ କେବଳ ଟ୍ରମ୍ପ୍‌ ପ୍ରଶାସନର ଭୁଲ୍‌ ନୀତି ଯୋଗୁ ହୋଇଛି ବୋଲି ହାରିସ୍‌ ସମାଲୋଚନା କରିଥିଲେ। ଇତିମଧ୍ୟରେ ହାରିସ୍‌ଙ୍କୁ ନିଜର ରନିଂ ମେଟ୍‌ ଭାବେ ଚୟନ କରିବାର ୨୪ ଘଣ୍ଟା ମଧ୍ୟରେ ବିଡେନ୍‌ ନିଜ ପ୍ରେସିଡେନ୍ସିଆଲ କ୍ୟାମ୍ପେନ ପାଇଁ ୨୬ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?