ସେବା ଦେବାକୁ ଅନିଚ୍ଛୁକ ନର୍ସିଂ ଅଫିସର, ଦେଖାଉଛନ୍ତି ଖରାପ ବ୍ୟବହାର

ନୟାଗଡ଼ ଅଫିସ,୧୫।୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ଶଲ୍ୟ ଓ ମେଡିସିନ ୱାର୍ଡଗୁଡିକରେ ନର୍ସିଂ ଅଫିସରଙ୍କ ଉପତ୍ାତ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଆସୁଛି। କେତେଜଣ ନର୍ସିଂ ଅଫିସର ମାଗଣା ସେବା ଯୋଗାଇବାକୁ ଅନିଚ୍ଛୁକ ହେଉଛନ୍ତି। ସ୍ବାସ୍ଥ୍ୟସେବା ମିଳୁନି ବୋଲି ପ୍ରତିବାଦ ଅଥବା ଅଭିଯୋଗ କଲେ ଅନେକ ନର୍ସିଂ ଅଫିସର ଆଚରଣ ଓ ଉଚ୍ଚାରଣରେ ଖରାପ ବ୍ୟବହାର ଦେଖାଉଛନ୍ତି। ତେବେ ହାତଗୁଞ୍ଜା ପାଇଗଲେ ସ୍ବର ନରମି ଯାଇ ଭଦ୍ର ବ୍ୟବହାର ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି ହାତଗୁଞ୍ଜା ପାଉଥିବା ନର୍ସିଂ ଅଫିସରଙ୍କୁ ଚିହ୍ନଟ କରାଯାଇ କାହିଁକି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନି। କେତେଜଣ ନର୍ସିଂ ଅଫିସରଙ୍କ ଯୋଗୁ ସବୁ ନର୍ସିଂ ଅଫିସର କାହିଁକି ସମାଲୋଚନା ହେଉଛନ୍ତି।

ଏ ନେଇ ନୟାଗଡ଼ର ପ୍ରମୋଦ ନାୟକ କହିଛନ୍ତି, ମୋର ଜଣେ ସମ୍ପର୍କୀୟ ମେଡିସିନ ୱାର୍ଡରେ ଗତ ସୋମବାର ଭର୍ତ୍ତି ହୋଇଥିଲେ। ଆମ ରୋଗୀଙ୍କୁ ରକ୍ତ ଦିଆଯାଇଥିଲା। ହେଲେ ତାହା ଠିକ୍‌ରେ ପାସ କରୁ ନ ଥିଲା। ମଧ୍ୟାହ୍ନରେ କେବଳ ମେଡିସିନ ୱାର୍ଡରେ ଜଣେ ନର୍ସିଂ ଅଫିସର ଉପସ୍ଥିତ ଥିଲେ। ଘଟଣା ସମ୍ପର୍କରେ କହିବାରୁ ସେବା ତ ଦେଲେ ନାହିଁ ଓଲଟି ବିରକ୍ତ ହୋଇଥିଲେ। ଘଟଣା ସମ୍ପର୍କରେ ସିଡିଏମ୍‌ଓଙ୍କୁ ଅଭିଯୋଗ କରିବାକୁ କହିବାରୁ କିଛି ଫଳ ମିଳିଲା ନାହିଁ। ତେବେ ମୋର ଜଣେ ବନ୍ଧୁ ଫଟୋ ଉଠାଇଥିଲେ। ପରେ ସିଡିଏମ୍‌ଓଙ୍କୁ ଅଭିଯୋଗ କରିବାକୁ ଯାଇଥିଲୁ। ହେଲେ ସାର୍‌ ନ ଥିଲେ। ଏଭଳିସ୍ଥଳେ କିଛି ସିକ୍ୟୁରିଟି ଗାର୍ଡ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯାଇଥିଲେ। ନିକଟରେ ଥିବା ରୋଗୀ ଭୟଭୀତ ହୋଇ ପଡିଥିଲେ। ସେବା ନ ମଳିବାରୁ ରୋଗୀଙ୍କୁ ଅଟୋ ଯୋଗେ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲୁ। ସରକାରୀ ଡାକ୍ତରଖାନାରେ ଏଭଳି ସେବା ମିଳିଲେ ଲୋକେ ଆଉ ଆସିବେ ନାହିଁ। କରଡାର ରୁଷିଆ ପ୍ରଧାନ କୁହନ୍ତି, ମେଡିସିନ୍‌ ୱାର୍ଡ ହେଉ କି ଶିଶୁ ୱାର୍ଡ। କେତେଜଣ ନର୍ସିଂ ଅଫିସର ଖରାପ ବ୍ୟବହାର ଦେଖାଉଛନ୍ତି। ହାତଗୁଞ୍ଜା ପାଇଗଲେ ସେବା ଠିକ୍‌ ଦେଉଛନ୍ତି। ହାତଗୁଞ୍ଜା ନ ଥିଲେ ଚିଡଚିଡ ହେଉଛନ୍ତି। କେତେଜଣ ସମ୍ପର୍କୀୟଙ୍କ ସାଙ୍ଗରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ପରଖିଛି। ନିଜେ ବି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ନର୍ସିଂ ଅଫିସରଙ୍କ ବ୍ୟବହାର ଦେଖିଛି। ପ୍ରତିବାଦ କରିଛି। ବୋଲଗଡ ଅଞ୍ଚଳର ପପୁନା ମହାପାତ୍ର କୁହନ୍ତି, ସ୍ତ୍ରୀଙ୍କ ପିଲା ଜନ୍ମ ଅପରେଶନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲି। ପେନ୍‌ ବଢ଼ି ଚାଲିଥିବାବେଳେ ଠିକ୍‌ ସେବା ମିଳିଲାନି। ଜଣେ ଗଣମାଧ୍ୟମର ପ୍ରତିନିଧିଙ୍କ ସହଯୋଗରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଭଲ ସେବା ପାଇବା ପାଇଁ ଅବଗତ କରାଇଲି। ନିକଟରେ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। କାହିଁକି ସୁପରିଣ୍ଟେଣ୍ଡେଣ୍ଟଙ୍କୁ କହିଲ ବୋଲି କହି ଖରାପ ବ୍ୟବହାର ଦେଖାଇଲେ ନର୍ସିଂ ଅଫିସର। ନିକଟରେ ଅନ୍ୟ କେତେଜଣ ଗର୍ଭବତୀ ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ। ନର୍ସିଂ ଅଫିସର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କିପରି ବ୍ୟବହାର ଦେଖାଉଛନ୍ତି ଚିକିତ୍ସାଳୟରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଲେ ପ୍ରମାଣ ଦେବାକୁ ପଡିବ ନାହିଁ। ତେବେ ଅଭିଯୋଗ ନାହିଁ କହି ଚିକିତ୍ସାଳୟ କର୍ତ୍ତୃପକ୍ଷ ଚୁପ ରହୁଛନ୍ତି। ଗଣିଆର ମମତା ପ୍ରଧାନ କୁହନ୍ତି, ଶିଶୁମାନେ ଦେଶର ଭବିଷ୍ୟତ। ହେଲେ ସେମାନଙ୍କୁ ମଧ୍ୟ ଠିକ୍‌ ସେବା ମିଳୁନି। ହାତଗୁଞ୍ଜା ନ ଦେଲେ ନର୍ସିଂ ଅଫିସର ସେବା ଦେବାକୁ ପ୍ରସ୍ତୁତ ହେଉନାହାନ୍ତି। ସେ ସମୟରେ ଅଭିଯୋଗ କଲେ ପୁଣି ହଇରାଣ ହରକତ କରୁଛନ୍ତି। ନର୍ସିଂ ଅଫିସରମାନେ ମାନସିକତାରେ ପରିବର୍ତ୍ତନ ଆଣି କାମ କରିବା ଦରକାର। ଏ ସମ୍ପର୍କରେ ସିଡିଏମ୍‌ଓ ମକରନ୍ଦ ବେଉରାଙ୍କୁ ପଚାରିବାରେ ଭଲ ସେବା ଦେବାକୁ ଓ ଖରାପ ବ୍ୟବହାର କାହାକୁ ନ କରିବାକୁ ମିଟିଂରେ ବାରମ୍ବାର ନର୍ସିଂ ଅଫିସରମାନଙ୍କୁ ତାଗିଦ୍‌ କରାଯାଉଛି। ଏହା ପରେ ଯଦି କିଛି ଅବ୍ୟବସ୍ଥା ହେଉଛି ତେବେ ଘଟଣା କେଉଁ ସମୟରେ ଘଟୁଛି ଓ କେଉଁମାନେ ଖରାପ ବ୍ୟବହାର ଦେଖାଉଛନ୍ତି ସେନେଇ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ କଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସୁବିଧା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri