୪୬ ଦିନରେ ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ: ୨୪ ଘଣ୍ଟାରେ ୩,୪୬୦ ମୃତ…

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୩ ଦିନ ଧରି ୨ ଲକ୍ଷରୁ କମ୍‌ ରହିଛି। ଶନିବାର ଗତ ଦେଢ଼ ମାସରେ ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନରେ ପହଞ୍ଚିଥିଲା। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୯୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩,୬୧୭ ଥିଲା। ଗତ ୪୬ ଦିନ ମଧ୍ୟରେ ରବିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ରହିଛି ଏବଂ ମୃତକଙ୍କ ସଂଖ୍ୟା ପୁଣି କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୫୩ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୪୬୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୭୬ ହଜାର ୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୨୧ ଲକ୍ଷ ୧୪ ହଜାର ୫୦୮ ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ ରହିଥିବାର ଦେଖିବାକୁ ମିଳୁଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସ୍ଥିତିରେ ଆଶା ଜନକ ପରିବର୍ତ୍ତନ ହେଉ ନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୧ କୋଟି ୨୦ ଲକ୍ଷ ୬୬ ହଜାର ୬୧୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୪ କୋଟି ୩୧ ଲକ୍ଷ ୮୩ ହଜାର ୭୪୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri