କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି। ଏଠାରେ ଥିବା ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକଙ୍କୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ରପତ୍ର ସଂକ୍ଷ୍ୟା ୨୫୨୪୧,୨୫/୯/୨୦୨୬ ରିଖ ଅନୁସାରେ କଳାହାଣ୍ଡି ଜିଲାର ନର୍ଲା ବ୍ଲକକୁ ବଦଳି ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକଙ୍କୁ ୨୫/୫/୨୦୨୬ରେ କର୍ଲାମୁଣ୍ଡା ବ୍ଲକକୁ ବଦଳି ହୋଇଥିଲା। ତେବେ ୪ ମାସ ପରେ ପୁଣି ଥରେ ବଦଳି ନୋଟିଫିକେଶନ ଜାରି ହେବା ପରେ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି। ଏହି ବ୍ଲକରେ ଏହି ପଦବୀ ଖାଲି ପଡ଼ିଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଦୁଇଟି ସ୍ଥାୟୀ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ବିଆର୍ ସିସି ପଦବୀ ଖାଲି ଦୀର୍ଘଦିନରୁ ଖାଲି ରହିଥିବାବେଳେ ଶିକ୍ଷକ ଗୋପମଣି ସାହୁଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଏଣୁ ଏହି ବ୍ଲକ ଶିକ୍ଷା ବିଭାଗରେ ଖାଲିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ କରାଯିବାକୁ ଦାବି ହେଉଛି।

