ଲୁଚାଛପାରେ ବିବାହ କଲେ ପ୍ରଧାନମନ୍ତ୍ରୀ: କେହି ବି ଜାଣି ପାରିଲେନି !…

ଲଣ୍ଡନ,୩୦।୫: କାହାକୁ ନ ଜଣାଇ ଲୁଚାଛପାରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବିବାହ କରିଛନ୍ତି। ୫୬ ବର୍ଷ ବୟସ୍କ ବୋରିସ୍‌ ପ୍ରେମିକା ୩୩ ବର୍ଷ ବୟସ୍କା କେରି ସାଇମଣ୍ଡସ୍‌ଙ୍କୁ ଅତି ଗୁପ୍ତ ଭାବେ ବିବାହ କରିଥିବା ଖବର ପ୍ରଚାର ହେବାରେ ଲାଗିଛି। ବିବାହ ଲାଗି ଶେଷ ମୁହୂର୍ତ୍ତରେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବିବାହ ସମ୍ପର୍କରେ ଜାଣି ନ ଥିଲେ। ଇଂଲଣ୍ଡରେ ଥିବା ଓ୍ବେଷ୍ଟମିନଷ୍ଟର କ୍ୟାଥଲିକ୍‌ କ୍ୟାଥେଡ୍ରାଲ ଚର୍ଚ୍ଚକୁ ଶନିବାର ଅପରାହ୍ନ ୧ଟା ୩୦ରେ ହଠାତ୍‌ ବନ୍ଦ କରି ଦିଆଯାଇଥିଲା। ଏହାର ୩୦ ମିନିଟ୍‌ ପରେ ସାଇମଣ୍ଡସ୍‌ ସେଠାରେ ଧଳା ପୋଷାକରେ ପହଞ୍ଚିଥିଲେ। ସନ୍‌ ଏବଂ ମେଲ୍‌ ଖବର କାଗଜ ପକ୍ଷରୁ ପ୍ରଧାନମନ୍ତ୍ରୀ ଗୁପ୍ତରେ ବିବାହ କରିଥିବା ଦାବି କରାଯାଇଛି। ତେବେ ଏହି ଖବରକୁ ପ୍ରଧାନମନ୍ତ୍ରୀଙ୍କ ଡାଉନିଂ ଷ୍ଟ୍ରିଟ୍‌ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ବୋରିସ୍‌ଙ୍କ ତୃତୀୟ ବିବାହ। ପୂର୍ବରୁ ବୋରିସ୍‌ ୨ ଥର ବିବାହ କରିଛନ୍ତି। ତାଙ୍କ ପୂର୍ବ ଦୁଇ ସ୍ତ୍ରୀମାନଙ୍କର ୨ ଜଣ ଲେଖାଏଁ ସନ୍ତାନ ରହିଛନ୍ତି। ୨୦୧୮ ସେପ୍ଟେମ୍ବରରେ ବୋରିସ୍‌ ଦ୍ୱିତୀୟ ସ୍ତ୍ରୀ ମରିନା ହ୍ବିଲରଙ୍କୁ ଛାଡ଼ପତ୍ର ଦେଇଥିଲେ। ମରିନା ଜଣେ ଆଇନଜୀବୀ। ୨୦୧୯ରେ ବୋରିସ୍‌ ପ୍ରଧାନମନ୍ତ୍ରୀ ହେବାପରଠାରୁ ସାଇମଣ୍ଡସ୍‌ ତାଙ୍କ ସହିତ ଡାଉନିଂ ଷ୍ଟ୍ରିଟ୍‌ ସ୍ଥିତ ବାସଭବନରେ ଲିଭ୍‌ଇନ୍‌ରେ ରହିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?