ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା କମିଲା…

ନୂଆଦିଲ୍ଲୀ, ୩୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ହଜାର ୩୩୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ହଜାର ୭୦୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟ କମି ୧୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୫ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ୧୭ ହଜାର ଟପିଛି। ଏହା ୧୭ ହଜାର ୮୮୩ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୧୩୪ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୬୩୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୫୮ ହଜାର ୮୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୧୫ ହଜାର ୫୭୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ କେରଳରେ ୮୧୫ ଜଣ, ମହାରାଷ୍ଟ୍ରରେ ୪୩୧ ଜଣ, ଦିଲ୍ଲୀରେ ୨୧୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୧୭୪ ଜଣ, କର୍ନାଟକରେ ୧୬୬ ଜଣ, ଉତ୍ତରପ୍ରଦେଶରେ ୧୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୩ କୋଟି ୫୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri