ଭବିଷ୍ୟତ ଗଠନ ପାଇଁ ଏହା ଉଚିତ ସମୟ: ମନ୍ତ୍ରୀ

ସମ୍ବଲପୁର,୧୯।୧୧(ବ୍ୟୁରୋ): ଶିକ୍ଷିତ ସମାଜ ଗଠନ କରିବାରେ ଛାତ୍ରୀଛାତ୍ରଙ୍କ ଭୂମିକା ରହିଛି। ସମାଜ ଗଠନ ସହିତ ନିଜ ଭବିଷ୍ୟତ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଛାତ୍ର ଜୀବନରୁ ଭବିଷ୍ୟତ ଗଠନ ଦିଗରେ ଲକ୍ଷ୍ୟ ରଖିବା ଉଚିତ ସମୟ ବୋଲି ଯୁଯୁମୁରା ବ୍ଲକ ବୁରୋମାଲ ଅପଗ୍ରେଡ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ। ପୂରାତନ ଛାତ୍ର ଅକ୍ଷୟ ପାରମାଣିକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ବାଗ ସଭା ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟା କବିତା ସାହୁ, ସ୍ଥାନୀୟ ସରପଞ୍ଚ ଜକ୍ତେତ୍ୱର ମିର୍ଦ୍ଧା, ସାମାଜିକ କର୍ମୀ ଅନସୂୟା ସାହୁ, ସମିତି ସଭ୍ୟ ଜୟନ୍ତୀ ପ୍ରଧାନ ଯୋଗ ଦେଇଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୁରାତନ ଛାତ୍ରମାନେ ମନ୍ତ୍ରୀଙ୍କୁ ସ୍କୁଲର ବିଭିନ୍ନ ସମସ୍ୟା ଅବଗତ କରିଥିଲେ। ସ୍କୁଲର ସାମୂହିକ ବିକାଶ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବେ। ଏ ସ୍କୁଲକୁ ଖୁବ୍‌ଶୀଘ୍ର ୫-ଟି ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri