Posted inଜାତୀୟ

ଦୁର୍ନୀତି ଘୋଷଣା ନେଇ ଇସିଙ୍କୁ ନୋଟିସ

ନୂଆଦିଲ୍ଲୀ, ୧୬।୯(ପି.ଟି.): ନିର୍ବାଚନୀ ଗାଇଡ୍‌ଲାଇନର ଉଲ୍ଲଂଘନ କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହିତ ବିଭିନ୍ନ ଦଳ ନିର୍ବାଚନୀ ଇସ୍ତାହାରରେ କ୍ୟାଶ୍‌ ଟ୍ରାନ୍ସଫର କଥା କହୁଥିବାରୁ ଏହାକୁ ଦୁର୍ନୀତି ଭାବେ ଘୋଷଣା କରିବା ପାଇଁ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କୁଣ୍ଠା କାହିଁକି? କେବଳ ନୋଟିସ୍‌ ଏବଂ ପତ୍ର ନ ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଏବଂ ଜଷ୍ଟିସ୍‌ ଜ୍ୟୋତି ସିଂଙ୍କ ଖଣ୍ଡପୀଠ କହିଛନ୍ତି। ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକୁ ନେଇ ନିର୍ବାଚନ କମିଶନ ଗାଇଡ୍‌ଲାଇନ ଜାରି କରିବା ସହ ରାଜନୈତିକ ଦଳଗୁଡ଼ିକ ନିକଟକୁ ତାହା ପଠାଯାଇଥିବା ଇସିଙ୍କ ଓକିଲ କହିଥିଲେ। ତେବେ ଗାଇଡ୍‌ଲାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ‘ଭୋଟ ପାଇଁ ନୋଟ୍‌’ ପ୍ରତିଶ୍ରୁତି ଜନପ୍ରତିନିଧି ଆଇନର ଧାରା ୧୨୩ର ଉଲ୍ଲଂଘନ ହୋଇଥିବାରୁ ହାଇକୋର୍ଟ ଏହା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ବେଳେ ସମାଜର ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି) ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ। ନୂ୍ୟନତମ ଆୟ ଯୋଜନା (ନ୍ୟାୟ)ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରକୁ ବର୍ଷକୁ ୭୨,୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି କଂଗ୍ରେସ କହିଥିଲା। ଏନେଇ ଖଣ୍ଡପୀଠ କଂଗ୍ରେସ ଏବଂ ଟିଡିପିକୁ ଜବାବ ମାଗିଛନ୍ତି। ଆଇନଜୀବୀ ପରାଶର ନାରାୟଣ ଶର୍ମା ଏବଂ କ୍ୟାପ୍‌ଟେନ୍‌ ଗୁର୍‌ବିନ୍ଦର ସଂଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ବିନା କାମରେ ନିର୍ବାଚନୀ ଇସ୍ତାହାରରେ ଟଙ୍କା ଯଚାଯିବାକୁ ବେଆଇନ ଘୋଷଣା କରାଯିବା ନିମନ୍ତେ ସେମାନଙ୍କ ଓକିଲ ଦାବି କରିଥିଲେ। ବିନା କାର୍ଯ୍ୟରେ ଲୋକଙ୍କୁ ଟଙ୍କା ଦେଲେ ଦେଶର ଶିଳ୍ପ, କୃଷି ସବୁ ବରବାଦ ହୋଇଯିବ। ଦୁର୍ନୀତି ଉପାୟରେ ନୁହେଁ, ସ୍ବଚ୍ଛ ଓ ନିରପେକ୍ଷତାର ସହ ନିର୍ବାଚିତ ସରକାର ଉପରେ ଗଣତନ୍ତ୍ରର ସଫଳତା ନିର୍ଭର କରେ ବୋଲି ଆଇନଜୀବୀ ଅମରଦୀପ ମାଇନି କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୪କୁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?