ଟାର୍ଗେଟରେ ଆମେରିକା

ଓ୍ବାଶିଂଟନ୍‌, ୧୬ା୯: ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଆତଙ୍କାବାଦୀଙ୍କ ଭୂସ୍ବର୍ଗ ପାଲଟିବାକୁ ଯାଉଛି ଆଫଗାନ୍‌ ମାଟି। ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ସେଠାରେ ପୁଣି ସକ୍ରିୟ ହେବା ଆଶଙ୍କା ଘନେଇଛି। ଆମେରିକାରେ ୨୦୦୧ରେ ୯/୧୧ ଭଳି ଭୟଙ୍କର ନରସଂହାର ବିଶ୍ୱମାନସରୁ ଲିଭି ନ ଥିବାବେଳେ ଏବେ ପୁଣି ସେଭଳି ଆକ୍ରମଣର ନକ୍ସା ତିଆରିରେ ଲାଗିଛି ଏହି ଦୁର୍ଦ୍ଧର୍ଷ ସଙ୍ଗଠନ। ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ଅଲ୍‌-କାଏଦା ଆମେରିକାକୁ ପୁଣି ଟାର୍ଗେଟ କରିପାରେ ବୋଲି ଆମେରିକା ଗୋଇନ୍ଦା ସଂସ୍ଥା ଚେତାଇ ଦେଇଛି।
ହଜାର ଆମେରିକୀୟଙ୍କ ଜୀବନ ନେଇଥିବା ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ଙ୍କୁ ୨୦୧୧ରେ ପାକିସ୍ତାନରେ ପଶି ହତ୍ୟା କରିଥିଲେ ଆମେରିକୀୟ କମାଣ୍ଡର। ଏହା ପୂର୍ବରୁ ଲାଡେନ୍‌ଙ୍କୁ ଶରଣ ଦେଇଥିବା ତାଲିବାନ୍‌ ସରକାରକୁ ଆଫଗାନିସ୍ତାନରୁ କ୍ଷମତାଚ୍ୟୁତ କରି ଦୀର୍ଘ ୨୦ ବର୍ଷର ଲଢ଼େଇକୁ ଆମେରିକା ଓହ୍ଲାଇଥିଲା। ଅଲ୍‌-କାଏଦାକୁ ନିଷ୍କ୍ରିୟ କରିବା ଉଦ୍ଦେଶ୍ୟ ପୂରଣ ହୋଇଥିବା କହି ଆଫଗାନ୍‌ ମାଟିରୁ ଓ୍ବାଶିଂଟନ୍‌ ଗତ ଅଗଷ୍ଟ ୩୧ରେ ନିଜ ସମସ୍ତ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେଇଛି। ହେଲେ ଯେଉଁ ମିଶନ ନେଇ ଆମେରିକା ନିଜର ହଜାର ହଜାର ସୈନ୍ୟଙ୍କ ବଳିଦାନ ଓ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଥିଲା ସେଥିରେ ଏକ ପ୍ରକାର ବିଫଳ ହୋଇଛି। ତାଲିବାନ୍‌ ହାତକୁ ଆଫଗାନିସ୍ତାନ ଯିବା ପରେ ସେଠାରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି ଅଲ୍‌-କାଏଦା। ଏ ନେଇ ଆମେରିକା ପ୍ରତିରକ୍ଷା ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଲ୍ୟୁଟଟାଣ୍ଟ ଜେନେରାଲ ସ୍କଟ୍‌ ବେରିଅର ସୂଚନା ଦେବା ସହ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ସେ ଚେତାବନୀ ଦେଇଛନ୍ତି। ପୁଣି ଆଫଗାନିସ୍ତାନରେ ଆମେରିକା ଉପସ୍ଥିତି ବଜାୟ ରଖିବାକୁ ସମସ୍ତ ପ୍ରକାର ଉତ୍ସକୁ ବ୍ୟବହାର କରିବାକୁ ଓ୍ବାଶିଂଟନ୍‌ ଚାହୁଁଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଇଣ୍ଟେଲିଜେନ୍ସ କନଫରେନ୍ସରେ ସ୍କଟ୍‌ କହିଛନ୍ତି। ୨ ବର୍ଷ ଭିତରେ ଅଲ୍‌-କାଏଦା ନିଜର ପୁନର୍ଗଠନ କରି ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିପାରେ ବୋଲି ସିଆଇଏ ଡେପୁଟି ନିର୍ଦ୍ଦେଶକ ଡେଭିଡ୍‌ କୋହେନ ମଧ୍ୟ ଏକମତ ହୋଇଛନ୍ତି। ଗୋଇନ୍ଦା ସଂସ୍ଥା ଏହି ଗୋଷ୍ଠୀର କାର୍ଯ୍ୟ ଉପରେ ନଜର ରଖିଥିବା ସେ କହିଛନ୍ତି।
ଆଫଗାନିସ୍ତାନ ଅପେକ୍ଷା ୟେମେନ, ସୋମାଲିଆ, ସିରିଆ ଏବଂ ଇରାକ୍‌ ପକ୍ଷରୁ ଅଧିକ ବିପଦ ଆଶଙ୍କା ଥିବାରୁ ଏବେ ଏହି ଦେଶଗୁଡ଼ିକ ଉପରେ ଅଧିକ ନଜର ରଖାଯାଇଥିବା ଆମେରିକା ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଆଭ୍‌ରିଲ ହାଇନେସ୍‌ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନରୁ ଆମେରିକା ଆକ୍ରମଣର ଯୋଜନା ପାଇଁ ଅଲ୍‌-କାଏଦାକୁ ପ୍ରାୟ ୨ ବର୍ଷ ସମୟ ଲାଗିପାରେ ବୋଲି ଗତ ଜୁନ୍‌ରେ ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ ସିନେଟ୍‌ କମିଟିକୁ କହିଥିଲେ।

ଗଣମାଧ୍ୟମ ଉପରେ ତାଲିବାନୀ କଟକଣା

ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍‌ ସମୟ ମଧ୍ୟରେ ଅନୂ୍ୟନ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି। ସେଠାର ଟୋଲୋ ନ୍ୟୁଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ବିଭିନ୍ନ ରେଡିଓ ଷ୍ଟେଶନ, ଛାପା ଗଣମାଧ୍ୟମ ଏବଂ ଟେଲିଭିଜନ ଚ୍ୟାନେଲ୍‌ ବନ୍ଦ ହୋଇଯାଇଛି। ମୁଖ୍ୟତଃ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ଆର୍ଥତ୍କ ସମସ୍ୟା ଏବଂ ତାଲିବାନୀ କଟକଣା ଯୋଗୁ ଖବର ପରିବେଷଣ ବନ୍ଦ କରିଦେଉଛନ୍ତି। ଯଦି ଏହିସବୁ ସମସ୍ୟାର ସମାଧାନ ନ ହୁଏ, ତେବେ ଆହୁରି ଅନେକ ଗଣମଧ୍ୟମ ବନ୍ଦ ହୋଇଯିବେ ବୋଲି ଆଫଗାନିସ୍ତାନ ଫେଡେରେଶନ ଅଫ୍‌ ଜର୍ନାଲିଷ୍ଟସ୍‌ର ଉପମୁଖ୍ୟ ହୁଜାତୁଲ୍ଲା ମୁଜାଦାଦି କହିଛନ୍ତି। ୩ଟି ପ୍ରଦେଶରେ ଖବର ପରିବେଷଣ କରୁଥିବା ଏନିକାସ୍‌ ରେଡିଓ ଏବଂ ଟିଭି ବ୍ରଡ୍‌କାଷ୍ଟରକୁ କମ୍ପାନୀଗୁଡ଼ିକ ବିଜ୍ଞାପନ ନ ଦେବାରୁ ଏହା ବନ୍ଦ ହୋଇଯାଇଛି। ଏଥିସହିତ କେତେ ଜଣ ଖବରଦାତାଙ୍କ ଉପରେ ଆକ୍ରମଣ ହେବା ପରେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri